ଫେବ୍ରୁଆରୀ ୨୨ରୁ ମ୍ୟାଟ୍ରିକ ପରୀକ୍ଷା

Spread the love

ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଓ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଏକକାଳୀନ ଅନୁଷ୍ଠିତ ହେବ । ପୂର୍ବରୁ ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ପରୀକ୍ଷା ସମ୍ପାଦିତ ହେବ (ସକାଳ ୯ ଘଣ୍ଟା ରୁ ୧୧.୩୦ ମିନିଟ୍ )। କେବଳ ଗଣିତ ପରୀକ୍ଷା ନିମନ୍ତେ ସକାଳ ୯ଘଣ୍ଟ ରୁ ୧୧ ଘଣ୍ଟ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଏ ସଂପର୍କରେ ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଜାହାନାରା ବେଗମ ଘୋଷଣା କରିଛନ୍ତି ।

 ସମ୍ୟକ ପରିବର୍ତ୍ତନ :

ଏଥର ମଧ୍ୟ ପୂର୍ବ ଭଳି ସମାନ୍ତରାଳ ସେଟ୍ ରହିବ । କିନ୍ତୁ ପୂର୍ବେ ତିନୋଟି ସେଟ୍ ଥିଲା  ବର୍ତ୍ତମାନ ଚାରୋଟି ସମାନ୍ତରଳ ସେଟ୍ ରହିବ ।

ପ୍ରତ୍ୟେକ ଛାତ୍ରଛାତ୍ରୀ ପାସ୍ ନିମନ୍ତେ ଉଭୟ ବିଷୟ ନିଷ୍ଠ ଓ ଵସ୍ତୁ ନିଷ୍ଠ (Subjective and Objective) ଉଭୟ ପପେରରେ ଅତିକମରେ ୧୫ ମାର୍କ ରଖିବା ଅନିର୍ବାର୍ଯ୍ୟ ଅଟେ ।

  • ପ୍ରଥମ ଦିନରେ ପ୍ରଥମ ଭାଷା ବା ମାତୃଭାଷା ପରୀକ୍ଷା ହେବ । ଓଡ଼ିଆ ସମେତ ୫ଟି ଭାଷା ଏହି ତାଲିକାରେ ରହିଛି ।
  • ୨୫ରେ ଇଂରାଜୀ ପରୀକ୍ଷା ହେବ ।
  • ଫେବ୍ରୁଆରୀ ୨୭ରେ ହିନ୍ଦୀ ଓ ୨୮ରେ ସଂସ୍କ୍‌ତ ପରୀକ୍ଷା ହେବ ।
  • ମାର୍ଚ୍ଚ ୨ରେ ଗଣିତ,
  • ମାର୍ଚ୍ଚ ୬ରେ ସାଧାରଣ ବିଜ୍ଞାନ 
  • ମାର୍ଚ୍ଚ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।