ହ୍ରୀତିକ ରୋଷନଙ୍କ ଭଉଣୀ ଏହି ମୁସଲମାନ ପୁରୁଷଙ୍କ ସହ ତୃତୀୟ ବିବାହ କରିବାକୁ ଚାହୁଁଛନ୍ତି । ପରିବାର ଲୋକ ରାଜି ନୁହଁନ୍ତି ।

ଭାରତରେ ଯିଏ ଯେତେ ସଫଳତା ହାସଲ କରୁ ନା କାହିଁକି କିନ୍ତୁ ବିବାହ ବିଷୟରେ ଆଜି ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ବନ୍ଧନରେ ବାନ୍ଧି ହୋଇ ରୁହନ୍ତି । ଏଠାରେ ଆଜି ମଧ୍ୟ କିଛି ଯୁବତୀ ମାନଙ୍କୁ ନିଜ ପରିବାରର ହିସାବରେ ବିବାହ କରିବାକୁ ପଡିଥାଏ । ଯଦିଓ ପରିବାରର ପସନ୍ଦୀୟ ପୁଅକୁ ବିବାହ କରିବାକୁ ଝିଅ ରାଜି ନୁହୁଏ, ତଥାପି ବାଧ୍ୟତାର ସହ ବିବାହ କରିବାକୁ ପଡୁଛି । ଏପରି କିଛି ଅଭିନେତା ହ୍ରୀତିକ ରୋଷନଙ୍କ ଘରେ ଘଟିଛି । ଖବର ଅନୁସାରେ, ହ୍ରୀତିକଙ୍କ ଭଉଣୀଙ୍କୁ ଏକ ମୁସଲିମ ପୁରୁଷ ପସନ୍ଦ ଆସିଛି, ଏହା ପୂର୍ବରୁ ତାଙ୍କର ଦୁଇଥର ବିବାହ ବିଚ୍ଛେଦ ହୋଇସାରିଛି । ବର୍ତ୍ତମାନ ହ୍ରୀତିକଙ୍କ ଭଉଣୀ ଅନ୍ୟ ଜଣେ ପୁରୁଷଙ୍କୁ ତୃତୀୟ ବିବାହ କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ପରିବାର ଲୋକ ଏଥିରେ ରାଜି ନୁହଁନ୍ତି ।
ହ୍ରୀତିକ ରୋଷନଙ୍କ ଭଉଣୀ ଏହି ମୁସଲମାନ ପୁରୁଷଙ୍କ ସହ ତୃତୀୟ ବିବାହ କରିବାକୁ ଚାହୁଁଛନ୍ତି :
ବର୍ତ୍ତମାନ ଦିନ ଗୁଡିକରେ ହ୍ରୀତିକଙ୍କ ପରିବାର ଶୋଚନୀୟ ଅବସ୍ଥା ଦେଇ ଗତି କରୁଛି । ଗୋଟିଏ ପଟେ ହ୍ରୀତିକଙ୍କ ପିତା ଫିଲ୍ମ ନିର୍ମାତା ରାକେଶ ରୋଶନ କର୍କଟ ରୋଗରେ ପୀଡିତ ଥିବାବେଳେ ଅନ୍ୟପଟେ ହ୍ରୀତିକଙ୍କ ଭଉଣୀ ନିଜ ପରିବାର ବିରୁଦ୍ଧରେ ଯାଉଛନ୍ତି । ସୁନେନା ଦୁଇଟି ବିବାହ କରିଥିଲେ ମଧ୍ୟ ବିବାହ ବିଚ୍ଛେଦରେ ବର୍ତ୍ତମାନ କାଳାତିପତ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସେ ଏକ ମୁସଲମାନ ପୁରୁଷଙ୍କ ସହ ତୃତୀୟ ବିବାହ କରିବାକୁ ଚାହୁଁଛନ୍ତି । ସୁନେନାଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ସମସ୍ତ ରୋଶନ ପରିବାର ଏକାଠି ହୋଇଛନ୍ତି ଏବଂ ସେମାନେ ଚାହୁଁ ନାହାଁନ୍ତି ଯେ, ସୁନେନା ପୁଣିଥରେ ବିବାହ କରୁ । ସୁନେନାଙ୍କୁ ନିଜ ପରିବାରର ସାହାଯ୍ୟ ନ ମିଳିବାରୁ ସେ ଟ୍ୱିଟର ମାଧ୍ୟମରେ ସାହାଯ୍ୟ ନିବେଦନ କରିଛନ୍ତି । ଏପରି କଙ୍ଗନା ରଣୋତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ନିଜର ଟ୍ୱିଟରେ କହିଥିଲେ ।
How funny is that how’s Sunaina helping or getting justice to Kangana? Kangana has got herself justice and closed that chapter long ago, Sunaina is crying all the time and asking KR for help and telling Kangana that she will commit suicide….(contd) https://t.co/TVZH6PGJHb
— Rangoli Chandel (@Rangoli_A) June 20, 2019
(contd)…Her family is full of criminals so Kangana wants to make sure they don’t harm her and take care of her, can you please explain how is Sunaina helping Kangana? 🙄
— Rangoli Chandel (@Rangoli_A) June 20, 2019
ସୁନେନା କହିଛନ୍ତି, “ମୋର ଗୋଟିଏ ମୁସଲିମ ଯୁବକଙ୍କ ସହ ପ୍ରେମ ହୋଇଛି । ମୋର ପିତା ମୋତେ ଏକ ଚାପୁଡା ମାରି କହିଥିଲେ, ତୁମେ ଯେଉଁ ଯୁବକ ଋହେଲକୁ ଭଲ ପାଉଛ, ସେ ଜଣେ ଆତଙ୍କବାଦୀ ଅଟେ । ମୋର ପିତାଙ୍କୁ ଯଦି ଋହେଲ ଏକ ଆତଙ୍କବାଦୀ ବୋଲି ଲାଗୁଛି; ତେବେ ମୁଁ ଜାଣିବାକୁ ଚାହେଁ ଯେ, ଋହେଲ ଆତଙ୍କୀ ହୋଇଥିଲେ ମିଡିଆରେ କାହିଁକି କାମ କରୁଛନ୍ତି ? ଋହେଲ ଏକ ସାମ୍ବାଦିକ ଅଟନ୍ତି । ମୁଁ ଏହି ବିଷୟରେ କଥା ହେବାକୁ ଚାହେଁ ନାହିଁ, ମୁଁ ଚାହେଁ ମୋ ପିତା ତାଙ୍କୁ ସ୍ଵୀକାର କରନ୍ତୁ । ଏମାନେ ମୋତେ ପ୍ରତାଡୀତ କରିବା ସହ ମୋ ଜୀବନକୁ ବର୍ବାଦ କରି ଦେଉଛନ୍ତି । ମୁଁ ଏପରି ଆଉ ସହ୍ୟ କରି ପାରିବି ନାହିଁ । ସେ ମୁସଲମାନ ବୋଲି ମୋ ଘର ଲୋକ ତାଙ୍କୁ ସ୍ଵୀକାର କରୁନାହାଁନ୍ତି ଏବଂ ମୋତେ ଋହେଲଙ୍କ ସହ ମିଶିବାକୁ ଦେଉ ନାହାଁନ୍ତି କିନ୍ତୁ ମୁଁ ଋହେଲଙ୍କ ସହିତ ଏକାଠି ରହିବାକୁ ଚାହେଁ ।”
ବର୍ତ୍ତମାନ ସୁନେନା, ନିଜ ପରିବାର ଲୋକଙ୍କ ସହ ଏକମନା ହୋଇ ପାରୁନାହିଁ । ପରିବାର ଲୋକଙ୍କ କହିବା ଅନୁସାରେ, ତାଙ୍କ ପିତା କର୍କଟ ରୋଗ ପୀଡିତ, ଏହି ପରିସ୍ଥିତିରେ ସେ ପରିବାରର ସାହାଯ୍ୟ କରିବା ପରିବର୍ତ୍ତେ ସମସ୍ତଙ୍କୁ ହଇରାଣ କରୁଛନ୍ତି । ସୁନେନା ନିଜ ପରିବାର ଠାରୁ ଅଲଗା ରହୁଛନ୍ତି ଏବଂ କାହାରି ସହ କଥାବାର୍ତ୍ତା କରୁ ନାହାଁନ୍ତି । ସେ ଏକ ସାକ୍ଷାତକାରରେ କହିଥିଲେ, “ମୁଁ ଆଉ ମୋ ପରିବାର ସହ ଏକାଠି ରହିବାକୁ ଚାହୁଁ ନାହିଁ, ମୁଁ ସେଭଳି ପରିବେଶରେ ଆଉ ରହିବାକୁ ଚାହେଁ ନାହିଁ । ସେମାନେ ମୋତେ ସବୁବେଳେ ଏହା କୁହନ୍ତି, ଏହା କର ନାହିଁ, ମଦ୍ୟପାନ କରନାହିଁ, ଏହି ଯୁବକଙ୍କ ସହ ମିଶ ନାହିଁ ଏବଂ ତାହା ସହ କଥା ହୁଏ ନାହିଁ ।” ମୋର ପିତମାତା ଓବର ପ୍ରୋଟେକ୍ଟିଭ୍ (Over Protective) ହୋଇ ଯାଉଛନ୍ତି ।
ପୂର୍ବରୁ ଦୁଇଟି ବିବାହ କରିଛନ୍ତି :
ସୁନେନା ବର୍ତ୍ତମାନ ୪୭ବର୍ଷୀୟ ଅଟନ୍ତି ଏବଂ ସେ ନିଜ ପିତାଙ୍କ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । କିନ୍ତୁ ନିଜ ଭାଇଙ୍କ ଭଳି ସେ ସଫଳ ହୋଇ ପାରିନାହାଁନ୍ତି । ସେ କହନ୍ତି ଯେ, ତାଙ୍କ ଭାଇ ହ୍ରୀତିକ ମଧ୍ୟ ତାଙ୍କୁ ସାହାଯ୍ୟ କରୁ ନାହାଁନ୍ତି ଏବଂ ପରିବାର ତରଫରୁ କୌଣସି ଅର୍ଥ ତାଙ୍କୁ ଦିଆ ଯାଉନାହିଁ । ୯୦ଦଶକରେ ତାଙ୍କର ପ୍ରଥମ ବିବାହ ଆଶିଷ ସୋନିଙ୍କ ସହ ହୋଇଥିଲା କିନ୍ତୁ ୮ ବର୍ଷ ପରେ ବିବାହ ବିଛେଦ ହୋଇ ଯାଇଥିଲା । ଏମାନଙ୍କର ଏକ ପୁତ୍ରୀ ଅଛି, ଯାହାର ନାମ ସୁନାରୀକା । ଯିଏକି ନିଜ ପିତାଙ୍କ ସହ ଆମେରିକାରେ ରହୁଛନ୍ତି । ପୁଣିଥରେ ଆମେରିକାର ଏକ ବ୍ୟବସାୟୀଙ୍କ ସହ ସୁନେନାଙ୍କ ନିର୍ବନ୍ଧ ହୋଇଥିଲା କିନ୍ତୁ ଏହି ନିର୍ବନ୍ଧ ଭାଙ୍ଗି ଯାଇଥିଲା । ୨୦୦୯ ମସିହାରେ ସେ ଅନ୍ୟ ଏକ ବ୍ୟବସାୟୀ ମୋହନ ନାଗରଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୩ ମସିହାରେ ସେମାନଙ୍କର ବିବାହ ମଧ୍ୟ ଭାଙ୍ଗି ଯାଇଥିଲା ।