ଯଦି ଆପଣଙ୍କର ଟ୍ରେନ ଚାଲି ଯାଇଥାଏ କିମ୍ବା ଟିକଟ ହଜି ଯାଇଥିଲେ, କିପରି ଆପଣଙ୍କ ଟଙ୍କା ଫେରି ପାଇବେ କିମ୍ଭା ପୁଣି ଟିକଟ କିପରି ପାଇବେ ଆସନ୍ତୁ ଜାଣିବା ।

Spread the love

ହଜିଯାଇଛି କି ଆପଣଙ୍କ ଟ୍ରେନ ଟିକଟ ? ଆପଣଙ୍କୁ ଏପରି ଭାବରେ ଅବିକଳ ଟିକଟ ମିଳିପାରିବ ।

ଭାରତ ଏକ ଏଭଳି ଦେଶ ଯେଉଁଠି ଆଜିମଧ୍ୟ ଦେଶର ଅଧିକାଂଶ ଲୋକ ଟ୍ରେନରେ ଚଳପ୍ରଚଳ କରୁଛନ୍ତି । ଆପଣମାନେ ଜାଣନ୍ତି ଯେ, ଲୋକେ ଟ୍ରେନରେ ଚଳପ୍ରଚଳ କରୁଛନ୍ତି କିନ୍ତୁ ତାହା ସହ ଏପରି କିଛି ତଥ୍ୟ ଅଛି ଯାହା ବିଷୟରେ ଲୋକେ ଜାଣି ନାହାନ୍ତି । ଏହି ତଥ୍ୟର ଅଭାବ ଯୋଗୁଁ ଲୋକଙ୍କୁ ଅନେକ ପ୍ରକାରର ଅସୁବିଧାର ସମୂଖୀନ ହେବା ପାଇଁ ପଡିଥାଏ । ରେଳବାଇ ଯାତ୍ରୀମାନଙ୍କର, ଯାତ୍ରାକୁ ସୁବିଧାଜନକ କରିବା ପାଇଁ ଅନେକ ପ୍ରକାରର ନିୟମ ପ୍ରସ୍ତୁତ କରିଥାଏ, ଯାହାଦ୍ଵାରା ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡି ନଥାଏ ।

ଅନେକ ଥର ଏପରି ହୋଇଥାଏ ଯେ, ଆପଣ ଟିକଟ କରିବା ଭୁଲି ଯାଇଥିବେ କିମ୍ବା ରିଜର୍ଭେସନ ଟିକଟ ଆପଣଙ୍କ ହଜି ଯାଇଥାଏ । ତେବେ କଣ ଆପଣ ଟ୍ରେନ ଛାଡ଼ି ଦେଵ ? କାରଣ ବିନା ଟିକଟରେ ଆପଣ ଟ୍ରେନରେ ଯାତାୟାତ କରି ପାରିବେ ନାହିଁ । କେବଳ ଏହା ନୁହଁ, ଯଦି ଆପଣ ଭୁଲବଶତଃ ନିଜର ଟିକଟ ଘରେ ଭୁଲି ଯାଇଥିବେ କିମ୍ବା ଆପଣଙ୍କର ଟ୍ରେନ ଚାଲି ଯାଇଥାଏ କିମ୍ବା ଆପଣଙ୍କର ଟଙ୍କା ହଜି ଯାଇଥିବ କିମ୍ବା ଆପଣ ଟିକଟ ଯେତେ ପର୍ଯ୍ୟନ୍ତ କରିଥିବେ, ତା’ଠାରୁ ଆଗକୁ ଯିବା ପାଇଁ ଇଚ୍ଛା କରୁଥିବେ ତେବେ ଏହି ସ୍ଥଳରେ ଆପଣ କଣ କରିବେ ? ଆପଣ ବୋଧେ ଜାଣିଥିବେ ଯେ, ଏହିସବୁ ବିଷୟ ପାଇଁ ରେଳବାଇରେ ଅନେକ ନିୟମ ଅଛି । ଆପଣମାନେ ଜାଣି ରଖନ୍ତୁ ଯେ, ଟ୍ରେନ ଧରି ନ ପାରିଲେ ଆପଣ ଟଙ୍କା ଫେରି ପାଇବାର ଅଧିକାର ଅଛି ।

ଆଜି ଆମେ ଆପଣଙ୍କୁ ରେଳବାଇର ଏମିତି କିଛି ନିୟମ ବିଷୟରେ କହିବୁ ଯାହାଦ୍ଵାରା ଆପଣଙ୍କ ସମସ୍ୟାରୁ ମୁକ୍ତି ମିଳି ପାରିବେ । ଯଦି ଆପଣଙ୍କର ଟ୍ରେନ ଟିକଟ ହଜି ଯାଇଛି, ତେବେ ଆପଣ ଚିନ୍ତା କରନ୍ତୁ ନାହିଁ କିମ୍ବା ଭୟ କରିବାର ଆବଶ୍ୟକ ନାହିଁ । ଏପରି ଅବସ୍ଥାରେ ଆପଣଙ୍କୁ କଣ କରିବାର ଅଛି ଆମେ ଆପଣଙ୍କୁ କହିବୁ ! ଯଦି ଆପଣଙ୍କର ଟ୍ରେନ ଟିକଟ ହଜିଯାଇଛି; ତେବେ ଆପଣ କିଛି ଟଙ୍କା ଖର୍ଚ୍ଚ କରି ଆପଣଙ୍କ ଟିକଟର ଅବିକଳ ପାଇ ପାରିବେ ।

ଅବିକଳ ଟିକଟ ପାଇଁ କିପରି କରିବେ ଆବେଦନ :

ଭାରତୀୟ ରେଳବାଇର ସାଇଟ indianrail.gov.inରେ ଦିଆଯାଇଥିବା ସୂଚନା ଅନୁସାରେ, ଯଦି ଆପଣଙ୍କର ଟିକଟ ହଜିଯାଇଛି, ତେବେ ଆପଣଙ୍କୁ ଅବିକଳ ଟିକଟ ପାଇଁ ପ୍ରଥମେ ଆବେଦନ କରିବାକୁ ପଡିବ । ଯେଉଁଥିପାଇଁ ଆପଣଙ୍କୁ ୫୦ଟଙ୍କା ଦେବା ପରେ ଆପଣଙ୍କୁ ଅବିକଳ ଟିକଟ ମିଳିଯିବ । ଆପଣ ଜାଣି ରଖନ୍ତୁ ଯେ, ଏହି ୫୦ଟଙ୍କା ଶୟନ ଶ୍ରେଣୀର ଅଟେ । ଯଦି ଆପଣଙ୍କର ଶ୍ରେଣୀ ଏସି ହୋଇଥିବ, ତେବେ ଆପଣଙ୍କର ଏହି ଟଙ୍କା ଅଧିକ ହେବ ।

ଅବିକଳ ଟିକଟ ହୋଇପାରେ ଫେରସ୍ତ :

ଯଦି ଆପଣଙ୍କ ଟିକଟ ୱେଇଟିଙ୍ଗ ଲିଷ୍ଟରେ ଅଛି ଏବଂ ତାହା ହଜି ଯାଇଛି, ତେବେ ଆପଣଙ୍କୁ ଅବିକଳ ଟିକଟ ଦିଆଯିବ ନାହିଁ । ଏହା ଛଡା ଯେଉଁ ଯାତ୍ରୀମାନଙ୍କର ଆରଏସସି ଟିକଟ ଥିବ, ସେମାନଙ୍କୁ ଅବିକଳ ଟିକଟ ଦିଆଯିବ ନାହିଁ । ଯଦି ଆପଣ ଅବିକଳ ଟିକଟ କରି ସାରିବା ପରେ ଆପଣଙ୍କର ପ୍ରକୃତ ଟିକଟ ମିଳିଯାଏ, ତେବେ ଆପଣ ତାହାକୁ ପୁଣି ଜମା କରି ପାରିବେ । ଟ୍ରେନ ଯିବା ପୁର୍ବରୁ ଆପଣଙ୍କୁ ଅବିକଳ ଟିକଟ ଜମା କରି ଟଙ୍କା ପୁନଶ୍ଚ ଫେରି ପାଇପାରିବେ କିନ୍ତୁ ଆପଣ ମନେ ରଖନ୍ତୁ ଯେ ଆପଣଙ୍କର ଟିକଟ ମୁଲ୍ୟରୁ ୫ପ୍ରତିଶତ କାଟି ଦିଆଯିବ ।

ଟ୍ରେନ ଛାଡିଦେଲେ ଟଙ୍କା ଫେରି ପାଇବେ :

ଯଦି ଆପଣ ଟ୍ରେନ ଧରି ନପାରନ୍ତି ବା ମିସ ହୋଇଗଲା; ତେବେ ଆପଣଙ୍କୁ ଟିକଟର ମୂଲ୍ୟ ମିଳିଯିବ । ସମୟ ରହି ଆପଣ ଟିଡିଆର ପୂରଣ କରି ଦେବାକୁ ହେବ, ଏପରି କରିବା ଦ୍ଵାରା ଆପଣଙ୍କ ଟିକଟର ୫୦ ପ୍ରତିଶତ ମୂଲ୍ୟ ଦିଆଯିବ ।

ଆଗ ପର୍ଯ୍ୟନ୍ତ ଯିବା ପାଇଁ ଥିଲେ :

ଆପଣ ଯେଉଁସ୍ଥାନ ପାଇଁ ଟିକଟ କାଟି ଥିବେ ତାହା ଠାରୁ ବେଳେ ବେଳେ ଆଗକୁ ଯିବାକୁ ପଡିଥାଏ, ଏପରି ସ୍ଥଳେ ରେଳବାଇ ଆପଣଙ୍କ ଟିକଟର ରାଶି ବଢ଼େଇବା ପାଇଁ ସୁବିଧା ଦେଇଥାଏ ।