ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିକୁ ଏହି ପ୍ରଶ୍ନର ଉତ୍ତର ଜାଣିବା ଆବଶ୍ୟକ ଅଟେ । ଏହି ପ୍ରଶ୍ନର ଉତ୍ତର ଜାଣିବା ପରେ ସଫଳତା ଆପଣଙ୍କ ପାଦ ଛୁଇଁବ ।

Spread the love

ଆଜିକାଲିର ଦୁନିଆରେ ଲୋକେ ଧନ ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ସେମାନଙ୍କୁ ନିଜ ପରିଶ୍ରମର ସଠିକ ଫଳ ମିଳିନଥାଏ । ବ୍ୟକ୍ତିକୁ କିଛି କାର୍ଯ୍ୟରେ ସଫଳତା ମିଳିବା ସହ କିଛି କାର୍ଯ୍ୟରେ ସଫଳତା ମିଳିନଥାଏ । ଯଦି ଆପଣ ଚାହାଁନ୍ତି, ପ୍ରତି କାର୍ଯ୍ୟରେ ଆପଣଙ୍କ ସଫଳତାର ହାର ବଢିଯାଉ, ତେବେ ଆଜି ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଲିଖିତ କିଛି ନିୟମ ବିଷୟରେ ଅବଗତ କରାଇବୁ, ଯାହାକୁ ଆପଣ ଧ୍ୟାନରେ ରଖିବା ପରେ ପ୍ରତି କାର୍ଯ୍ୟରେ ସଫଳତା ପାଇ ପାରିବେ ।ନିଜ କାର୍ଯ୍ୟରେ ସଫଳତା ପାଇବା ଦ୍ୱାରା ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇ ଯାଇଯିବ ଏବଂ ଏହି ପରିପ୍ରେକ୍ଷୀରେ ଆପଣ ଧନର ସଞ୍ଚୟ ମଧ୍ୟ କରି ପାରିବେ ।

ଆଚାର୍ଯ୍ୟ ଚାଣକ୍ୟ ଜଣେ ଜ୍ଞାନୀଗୁଣୀ ବ୍ୟକ୍ତି ଥିଲେ । ସେ ଯେଉଁ ନୀତି ଗୁଡିକ ବିଷୟରେ ନିଜ ନୀତିଶ୍ଳୋକରେ ଲେଖିଛନ୍ତି, ତାହା ବର୍ତ୍ତମାନ ସତ୍ୟରେ ପ୍ରମାଣିତ ହୋଇଛି । ଯଦି ବ୍ୟକ୍ତି ନିଜ ଜୀବନରେ ସେହି ନୀତି ଗୁଡିକୁ ଆପଣାଇ ଥାଏ; ତେବେ ଜୀବନରେ ସଫଳତା ପାଇବା ପାଇଁ କେହି କେବେ ମଧ୍ୟ ରୋକି ପାରନ୍ତି ନାହିଁ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ବଳରେ ଜଣେ ସାଧାରଣ ବାଳକକୁ ମଗଧର ରାଜା କରାଇ ଥିଲେ ତାଙ୍କର ନାମ ହେଉଛି ଚନ୍ଦ୍ରଗୁପ୍ତ ।

ଆସନ୍ତୁ ଜାଣିବେ ବ୍ୟକ୍ତିକୁ କେଉଁ ପ୍ରଶ୍ନ ଗୁଡିକର ଉତ୍ତର ଜାଣିବା ଉଚିତ୍ ।

1. ବର୍ତ୍ତମାନ ସମୟ କିପରି ଅଟେ :

ଚାଣକ୍ୟଙ୍କ ମତ ଅନୁସାରେ, ସେହି ବ୍ୟକ୍ତି ହିଁ ଜୀବନରେ ସଫଳ ହୋଇଥାନ୍ତି; ଯେଉଁ ବ୍ୟକ୍ତିଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣା ଥାଏ । ପ୍ରତି ବୁଦ୍ଧିମାନ ବ୍ୟକ୍ତି ଜାଣିଥାନ୍ତି ବର୍ତ୍ତମାନ ସମୟ କିପରି ଚାଲୁଛି । ବର୍ତ୍ତମାନ ସମୟ ସୁଖମୟ ଅଟେ ନା ଦୁଃଖପୂର୍ଣ୍ଣ । ବୁଦ୍ଧିମାନ ବ୍ୟକ୍ତି ଏହାର ଆଧାରରେ କାର୍ଯ୍ୟ କରିଥାନ୍ତି । ଯଦି ବ୍ୟକ୍ତିର ଜୀବନରେ ସୁଖର ସମୟ ଚାଲିଥାଏ, ତେବେ ସେ ଭଲ କାର୍ଯ୍ୟ କରିଥାଏ । ଯଦି ବ୍ୟକ୍ତିର ଦୁଃଖ ସମୟ ଚାଲିଥାଏ, ସେହି ବ୍ୟକ୍ତିକୁ ଭଲ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବା ସହ ଧୋର୍ଯ୍ୟ ରଖିବା ଉଚିତ୍ । ଯଦି ବ୍ୟକ୍ତି ଧୋର୍ଯ୍ୟ ହରାଇ ଦିଏ, ତେବେ ଏହାର କୁପ୍ରଭାବ ତା ଜୀବନରେ ପଡିଥାଏ ।

2. ଆମର ମିତ୍ର କିଏ ଅଟନ୍ତି ?

ବ୍ୟକ୍ତି ସର୍ବଦା ଏହା ଜାଣି ରଖିବା ଉଚିତ୍ ଯେ, ବ୍ୟକ୍ତିର ପ୍ରକୃତ ବନ୍ଧୁ କିଏ ? ଏବଂ ମିତ୍ର ରୂପେ ବ୍ୟକ୍ତିର ଶତ୍ରୁ କିଏ ? କାରଣ ବ୍ୟକ୍ତି ନିଜର ଶତ୍ରୁକୁ ବ୍ୟକ୍ତି ଜାଣିଥାଏ ଏବଂ ତାଠାରୁ ବଞ୍ଚି ସେ ନିଜର ପ୍ରତିଟି କାର୍ଯ୍ୟ କରିଥାଏ । କିନ୍ତୁ ଯଦି ବ୍ୟକ୍ତିର କୌଣସି ଶତ୍ରୁ ମିତ୍ର ରୂପେ ରହିଥାଏ, ତେବେ ବ୍ୟକ୍ତିକୁ ସେହି ମିତ୍ରକୁ ଜାଣିବା ଦରକାର ଅଟେ ଏବଂ ସେହି ମିତ୍ରରୂପୀ ଶତ୍ରୁକୁ ନିଜ ଠାରୁ ଦୁରେଇ ରଖିବା ଉଚିତ୍ । ଯାହାଫଳରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ ।

3. ଆୟ ଏବଂ ଵ୍ୟୟର ପ୍ରକୃତ ହିସାବ ରଖିବା ଉଚିତ୍ :

ଜ୍ଞାନୀ ବ୍ୟକ୍ତି ସର୍ବଦା ନିଜ ଆୟ ଏବଂ ବ୍ୟୟର ପ୍ରକୃତ ହିସାବ ରଖିଥାନ୍ତି । ବ୍ୟକ୍ତି ନିଜ ଆୟ ଅନୁସାରେ ବ୍ୟୟ କରିବା ଉଚିତ୍ । ଯଦି ବ୍ୟକ୍ତି ନିଜ ଆୟ ତୁଳନାରେ ଅଧିକ ବ୍ୟୟ କରିଥାଏ, ତେବେ ବ୍ୟକ୍ତି ଜୀବନରେ ସର୍ବଦା ଦୁଃଖି ରହିଯାଏ । ତେଣୁ ପ୍ରତି ବ୍ୟକ୍ତିକୁ ନିଜ ଆୟ ତୁଳନାରେ ବ୍ୟୟ କମ କରିବା ଉଚିତ୍ । ଯାହାଫଳରେ ବ୍ୟକ୍ତି ନିଜ ଜୀବନରେ କିଛି କିଛି ଧନ ସଞ୍ଚୟ କରିପାରିବ ଏବଂ ଭବିଷ୍ୟତରେ ବ୍ୟକ୍ତିକୁ କୌଣସି ପ୍ରକାରର ଧନର ସମସ୍ୟା ରହିବ ନାହିଁ ।

4. ଏହି ଦେଶ କିପରି ଅଟେ ?

ପ୍ରତି ବ୍ୟକ୍ତିଙ୍କୁ ଜାଣିବା ଦରକାର ଯେ, ସେ ଯେଉଁ ଦେଶରେ କାର୍ଯ୍ୟ କରୁଛି ସେହି ଦେଶ କିପରି ଅଟେ ? ସେହି ସ୍ଥାନ, ସହର ଏବଂ ସ୍ଥାନର ପରିସ୍ଥିତି କିପରି ଅଟେ ?ସେହି ବ୍ୟକ୍ତି ସହ କାମ କରୁଥିବା ବ୍ୟକ୍ତିମାନେ କିପରି ଅଟନ୍ତି ? ଯଦି ବ୍ୟକ୍ତି ଏହି ସବୁ ବିଷୟ ଉପରେ ଧ୍ୟାନ ରଖେ; ତେବେ ବ୍ୟକ୍ତି ପ୍ରତିଟି କାର୍ଯ୍ୟରେ ସଫଳତା ହାସଲ ହୋଇଥାଏ ।