ନକରାତ୍ମକ ଲୋକ ଓ ସେମାନଙ୍କ ବିଚାର ଠାରୁ କିଭଳି ନିଜକୁ ସୁରକ୍ଷାରେ ରଖିବା ? ବୁଦ୍ଧଙ୍କ ଦ୍ୱାରା କିଛି ବହୁମୂଲ୍ୟ ଉତ୍ତର ! ଆସନ୍ତୁ ଜାଣିବା ।

Spread the love

ଦୁନିଆର ଅଧିକାଂଶ ଲୋକମାନେ ଅଭିଯୋଗ କରିଥାନ୍ତି କି, ସେମାନଙ୍କ ଆଖପାଖରେ ଅବସ୍ଥିତ ନକରାତ୍ମକ ଲୋକ ବା ନକରାତ୍ମକ ବିଚାର ସେମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏଭଳି ଲୋକ ଓ ବିଚାର ପାଇଁ ସେମାନଙ୍କ ମସ୍ତିଷ୍କରେ ପ୍ରତ୍ୟେକ ଦିନ ତଳ-ଉପରକୁ ହେଇଥାଏ ଓ ସେମାନେ ନିଜ ଲକ୍ଷ୍ୟ ପାଖକୁ ପହଞ୍ଚି ପାରିନଥାନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଆଜି ଆମେ ବୁଦ୍ଧଙ୍କ ଗୋଟିଏ ପ୍ରସଙ୍ଗରେ ଆପଣଙ୍କୁ କହିବୁ । ଯାହା ଦ୍ଵାରା ଆପଣ ମଧ୍ୟ ନକରାତ୍ମକ ଲୋକମାନଙ୍କ ଠାରୁ ଓ ସେମାନଙ୍କ ବିଚାର ଠାରୁ ନିଜକୁ ସୁରକ୍ଷିତ ରଖି ପାରିବେ । ତେବେ ଆସନ୍ତୁ; ସେ ବିଷୟରେ ଆମେ ଏବେ ସମ୍ପୁର୍ଣ ରୂପେ ଜାଣିବା ।

ବୁଦ୍ଧଙ୍କ ଗୋଟିଏ ପ୍ରେରକ ପ୍ରସଙ୍ଗ –

ଦିନେ ଶ୍ରୀ ବୁଦ୍ଧଙ୍କ ଶିଷ୍ୟ ଭିକ୍ଷା ମାଗିବାକୁ ଗାଁ କୁ ଯାଇଥିଲେ, ଶିଷ୍ୟମାନେ ଭିକ୍ଷା ମାଗିବା ଦେଖି ସେଠାର ଗାଁ ଲୋକମାନେ ବହୁତ ଖରାପ କଥା କହିବାକୁ ଲାଗିଲେ । ସେମାନଙ୍କୁ ଭିନ୍ନ-ଭିନ୍ନ ପ୍ରକାରର ଅପ-ଶବ୍ଦମାନ କହିଲେ । ଶିଷ୍ୟମାନଙ୍କ ଏହି କାମ ଓ ବିଚାରକୁ ବିରୋଧ କରିଲେ, ଗାଁ ଲୋକେ । ଲୋକମାନଙ୍କ ଏଭଳି ବ୍ୟବହାର ଦେଖି ଶିଷ୍ୟମାନେ ବୁଦ୍ଧଙ୍କ ସ୍ମରଣ କରିଲେ । ବୁଦ୍ଧ ନିଜ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ କି, “ଅପଶବ୍ଦର କିଛି ପ୍ରତି ଉତ୍ତର ନ ଥାଏ ।” ବୁଦ୍ଧଙ୍କ ଏହି ଶିକ୍ଷାକୁ ପାଳନ କରି ଶିଷ୍ୟମାନେ ନୀରବ ହୋଇ ରହିଗଲେ । ସେମାନେ ସେଠାରୁ ଆଗକୁ ବଢି ଚାଲିଲେ, ଆଗରେ କେତେକ ଲୋକମାନେ ଶିଷ୍ୟଙ୍କ ସହ ବୁଦ୍ଧଙ୍କୁ ମଧ୍ୟ ଭିନ୍ନ ଭିନ୍ନ ମନ୍ଦ କଥା କହିବାକୁ ଲାଗିଲେ । ସେହି ଲୋକମାନେ ବୁଦ୍ଧଙ୍କୁ ଅପମାନ କରିଲେ କିନ୍ତୁ ଶିଷ୍ୟ ଏବେ ମଧ୍ୟ ଚୁପ୍ ହୋଇରହିଲେ ।

ଗାଁର ଭ୍ରମଣ କରିବାପରେ ଶିଷ୍ୟମାନେ ବୁଦ୍ଧଙ୍କ ପାଖରେ ପହଞ୍ଚିଲେ ଓ ବୁଦ୍ଧଙ୍କୁ ଶିଷ୍ୟମାନେ କହିଲେ, “ଆମେ ଏହି ସ୍ଥାନକୁ ଛାଡ଼ି ଅନ୍ୟ ସ୍ଥାନକୁ ଯାଇପାରିବା କି ?” ମହାଶୟ ବୁଦ୍ଧ କହିଲେ, ଆମେ ଅବଶ୍ୟ ଯାଇପାରିବା । କିନ୍ତୁ ତୁମ୍ଭେମାନଙ୍କ ମନରେ ଏହି ବିଚାର କାହିଁକି ଆସିଲା ? ଏଠାରୁ ଯିବାର କାରଣ କଣ ? ଶିଷ୍ୟମାନେ କହିଲେ, ଗାଁ ଲୋକମାନେ ଆମ୍ଭମାନଙ୍କୁ ଅପମାନ କରିଥନ୍ତି ଓ ଗାଳିଗୁଲଜ ମଧ୍ୟ କରନ୍ତି । ଯାହାକି ଆମ୍ଭମାନଙ୍କ ମନରେ ଗଭୀର ଆଘାତ ପହଞ୍ଚାଇ ଥାଏ, ଯାହାଫଳରେ ଆମ୍ଭେମାନେ ନିଜ କର୍ତ୍ତବ୍ୟ ଉପରେ ଧ୍ୟାନ ଦେଇପାରି ନଥାଉ ।

ଶିଷ୍ୟଙ୍କ ଏହିକଥା ଶୁଣି ବୁଦ୍ଧ ହସିଲେ ଓ କହିଲେ –

ଆମେମାନେ ଏଠାରୁ ଯେଉଁ ଅନ୍ୟ ସ୍ଥାନକୁ ଯିବା, ଯଦି ସେଠାର ଲୋକମାନେ ଏଠାର ଲୋକଙ୍କ ଠାରୁ ଅଧିକ ଅପଶବ୍ଦ କହିବେ ତେବେ କଣ କରିବ ? ବୁଦ୍ଧଙ୍କ ପ୍ରଶ୍ନ ଶୁଣି ସବୁ ଶିଷ୍ୟ ଚୁପ୍ ହୋଇ ରହିଗଲେ । ବୁଦ୍ଧ କହିଲେ, “ଯେଉଁ ସମସ୍ୟାକୁ ଦେଖି ତୁମେ ଏଠାରୁ ଯିବା ପାଇଁ ଭାବୁଛ, ସେହି ସମସ୍ୟା ତୁମ୍ଭମାନଙ୍କୁ ପିଛା କେବେ ମଧ୍ୟ ଛାଡ଼ି ନଥାଏ ।” ତୁମେମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଦୌଡୁଥିବ କିନ୍ତୁ ସେହି ସମସ୍ୟା ତୁମକୁ ପିଛା କରିବା ଛାଡିବ ନାହିଁ । କାରଣ ତୁମେମାନେ କିଛି ଏଭଳି କାମ କରୁଛ, ଯାହାକି କେତେକ ଲୋକଙ୍କ ଭାବନରୁ ଭିନ୍ନ ଅଟେ, ଯେଉଁ କାରଣରୁ ସେମାନେ ତୁମମାନଙ୍କ ବିରୋଧରେ କହିଥାନ୍ତି । ଯଦି ପ୍ରାରମ୍ଭରେ ସେମାନେ ତୁମମାନଙ୍କୁ ଅପଶବ୍ଦ କୁହନ୍ତି ଓ ବିରୋଧ କରନ୍ତି, ସେମାନଙ୍କ କଥାକୁ ଖାତିର କର ନାହିଁ !

ଯଦି ତୁମର କର୍ମ ଠିକ ଅଛି, ଅଭିଳାଷ ଥିକ୍କ ଅଛି ଓ ତୁମ ହୃଦୟ ସ୍ଵଛ ଥାଏ; ତେବେ ଆଗାମୀ ଭବିଷ୍ୟତରେ ସେହି ଲୋକମାନେ ତୁମ ଉପରେ ଫୁଲ ପକେଇବେ । ଏଥିପାଇଁ କେବଳ ଧୌର୍ଯ୍ୟ ରହିବା ଆବଶ୍ୟକ ଅଟେ ବରଂ ଏହି ଜାଗା ଛାଡି ଅନ୍ୟତ୍ର ଯିବା ଠିକ ନୁହେଁ ।

ବୁଦ୍ଧ ପୁଣି କହିଲେ କି –

କୌଣସି ବି ନୂଆ କଥା ଓ ସାମ୍ନା ବାଲାଙ୍କ ବିଚାର ସବୁ ଲୋକମାନେ ତୁରନ୍ତ ଜାଣି ନଥାନ୍ତି ଓ ସ୍ୱୀକାର ମଧ୍ୟ କରି ନଥାନ୍ତି । ଏଭଳି କରିବାକୁ ସେମାନଙ୍କୁ ସମୟ ଲାଗିଥାଏ । ଯେତେବେଳେ ତୁମର ଅଭିଳାଷ ଓ କର୍ମ ସେମାନଙ୍କୁ ଜଣାପଡ଼ିବ, ତୁମକୁ ଅପଶବ୍ଦ ଓ ବିରୋଧ କରୁଥିବା ଲୋକମାନେ ତୁମକୁ ସମ୍ମାନ ଦେବାକୁ ଲାଗିବେ ।

ନିଜ ମନକୁ ଏହା ବୁଝେଇବା ଆବଶ୍ୟକ, “ସମ୍ମାନ” ଓ “ଅପମାନ” ଏହି ଦୁଇଟି କେବଳ ଶବ୍ଦ ମାତ୍ର । ତୁମକୁ ଏହାଠାରୁ ଉପରକୁ ଉଠି ନିଜ କର୍ମ କରିବା ଆବଶ୍ୟକ । ସେତେବେଳେ ହିଁ ତୁମେ ଓ ତୁମ ଜୀବନ ସାର୍ଥକ କରିପାରିବ । ଶିଷ୍ୟମାନେ ବୁଦ୍ଧଙ୍କୁ କହିଲେ, ଆମେ ତାହା ହିଁ କରିବୁ ଯାହା ଆମର ଉଦ୍ଦେଶ୍ୟ ଅଟେ । ଆମ ଆଖପାଖରେ ଯେତେ ବି ନକରାତ୍ମକ ଥାଉ ପଛେ, ଆମେ ସେଗୁଡ଼ିକୁ ଆମ ମନ ପର୍ଯ୍ୟନ୍ତ ଆସିବାକୁ ଦେବୁନାହିଁ । ଆମେ ସେଗୁଡ଼ିକୁ କେବଳ ଶବ୍ଦ ଭାବି ଆମ କାନରୁ ବାହାର କରିଦେବୁ ।