ରାଶି ଅନୁସାରେ ଜାଣନ୍ତୁ କିପରି ରହିବ ଆପଣଙ୍କର ବାର୍ଦ୍ଧକ୍ୟ ଜୀବନ । ମିଳିବ ସୁଖ ଶାନ୍ତି କିମ୍ବା ଭୋଗିବାକୁ ପଡିବ କଷ୍ଟ ! ଜାଣନ୍ତୁ ।

Spread the love

ବାର୍ଦ୍ଧକ୍ୟ ଏହି ଭଳି ଏକ ଅବସ୍ଥା ଯେଉଁ ଅବସ୍ଥାରେ ପ୍ରତିଟି କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଜୀବନର ଏହି ଅବସ୍ଥାରେ ଆପଣ ନିଜକୁ ଏକୁଟିଆ ମନେ କରିଥାନ୍ତି । ଯୌବନ ଅବସ୍ଥାରେ କୌଣସି ମଧ୍ୟ ସମସ୍ୟା ଆସିଲେ ଆପଣ ତାହାର ସମାଧାନ କରିଦିଅନ୍ତି କିନ୍ତୁ ବୃଦ୍ଧାବସ୍ଥାରେ ସମସ୍ୟାର ସମାଧାନ କରିପାରନ୍ତି ନାହିଁ । ଯାହାଫଳରେ ଆପଣ ଦୁଃଖିତ ହୋଇ ରହିବାକୁ ପଡିଥାଏ । ଆଜି ଆମେ ରାଶି ଅନୁସାରେ ବୃଦ୍ଧାବସ୍ଥା ବିଷୟରେ କିଛି କହିବା ପାଇଁ ଯାଉଛୁ । ଏହି ବିଷୟ ଗୁଡିକୁ ଧ୍ୟାନରେ ରଖି ଆପଣ ନିଜର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରି ଜୀବନର ଆସୁଥିବା ଦୁଃଖକୁ ଲାଘବ କରିପାରିବେ ।

ମେଷ : ଏହି ରାଶିର ଲୋକଙ୍କ ବାର୍ଦ୍ଧକ୍ୟ ଜୀବନ ସୁଖ ଦୁଃଖ ଉଭୟ ରହିବ ଅର୍ଥାତ ଜୀବନର ଅନ୍ତିମ ସମୟରେ ଆପଣଙ୍କୁ ଅଧିକ ସୁଖ ମିଳିବ ନାହିଁ କି ଅଧିକ ଦୁଃଖ ମିଳିବ ନାହିଁ । କହିବାକୁ ଗଲେ ଜୀବନ ଅନ୍ତିମ ପର୍ଯ୍ୟାୟରେ ବିଶେଷ କିଛି ଦୁଃଖଦ ନାହିଁ ।

ବୃଷ : ଏହି ରାଶିର ଲୋକମାନେ ବର୍ଦ୍ଧକ୍ୟ ସମୟରେ ଅନେକ ସୁଖ ପ୍ରାପ୍ତ ହେବ । ଜୀବନରେ କୌଣସି ଜିନିଷର ଅଭାବ ରହିବ ନାହିଁ । ଜୀବନର ଅନ୍ତିମ ସମୟ ଭୋଗ ବିଳାସରେ ଜୀବନ ଅତିବାହିତ କରିବେ ।

ମିଥୁନ : ଏହି ରାଶିର ବ୍ୟକ୍ତିମାନେ ବାର୍ଦ୍ଧକ୍ୟ ସମୟରେ ସ୍ୱାସ୍ଥ୍ୟ ଜନିତସମସ୍ୟା ଭୋଗି ପାରନ୍ତି । ଏହି କାରଣରୁ ଆପଣଙ୍କୁ ବର୍ତ୍ତମାନ ସମୟରୁ ହିଁ ସଜାଗ ରହିବ ଉଚିତ୍ । ଖରାପ ସ୍ୱାସ୍ଥ୍ୟ ଜନିତ କାରଣରୁ ବାର୍ଦ୍ଧକ୍ୟତାରେ ଆପଣଙ୍କୁ ଅନେକ ସମସ୍ୟା ଭୋଗିବା ପାଇଁ ପଡିପାରେ ।

କର୍କଟ : ଏହି ରାଶିର ବ୍ୟକ୍ତିଙ୍କ ବାର୍ଦ୍ଧକ୍ୟ ଜୀବନ ସାମାନ୍ୟ ସୁଖ ପୁର୍ଣ୍ଣ ରହିବ । ବାର୍ଦ୍ଧକ୍ୟ ସମୟରେ କୌଣସି ପ୍ରକାର ଚିନ୍ତା ରହିବା ନାହିଁ । ଆପଣ ନିଜର ଅନ୍ତିମ ସମୟରେ ସୁଖ ପୂର୍ଣ୍ଣ ଜୀବନ ଅତିବାହିତ କରିବେ ।

ସିଂହ : ନିଜର କୌଣସି ଏକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କାରଣରୁ ଆପଣଙ୍କ ବାର୍ଦ୍ଧକ୍ୟ ଜୀବନ ଦୁଃଖ ପୂର୍ଣ୍ଣ ରହିବ । ସଂପର୍କ ଠିକ ନ ରହିବା କାରଣରୁ ମାନସିକ ସ୍ତରରେ ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ ବାର୍ଦ୍ଧକ୍ୟ ଅବସ୍ଥାରେ ଚିନ୍ତାଗ୍ରସ୍ଥ ରହିପାରନ୍ତି ।

କନ୍ୟା : ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଅନ୍ତିମ ସମୟରେ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିବେ । ବୟସ ଅଧିକ ହେବ ସତ୍ତ୍ୱେ ମଧ୍ୟ ଏହି ରାଶି ଲୋକେ ଜୀବନର ଅନ୍ତିମ ପର୍ଯ୍ୟାୟ ସୁଖଦ ଜୀବନ ବିତାଇବେ ।

ମକର : ଏହି ରାଶିର ଲୋକେ ଜୀବନ ବାର୍ଦ୍ଧକ୍ୟ ଅବସ୍ଥାରେ ଅତ୍ୟନ୍ତ ଆରମ ଦାୟକ ଜୀବନ ଅତିବାହିତ କରିବେ । ଆପଣ ନିଜର ମନ ମୁତାବକ କାର୍ଯ୍ୟ କରିପାରିବା କାରଣରୁ ଆପଣ ପ୍ରସନ୍ନତାର ସହକାରେ ଜୀବନ ଅତିବାହିତ କରିପାରିବେ ।

ତୁଳା : ଏହି ରାଶିର ଵ୍ୟକ୍ତିମାନଙ୍କୁ ଜୀବନର ଅନ୍ତିମ ସମୟରେ ଧନ ସମ୍ବନ୍ଧୀୟ ସମସ୍ୟା ଉପୁଜି ପାରେ । ଏହି କାରଣରୁ ଆପଣଙ୍କୁ ବର୍ତ୍ତମାନହ ସମୟରୁ ହିଁ ଧନର ସଞ୍ଚୟ କରିବା ଉଚିତ । ମୃତ୍ୟୁ ପୂର୍ବରୁ ନିଜର ଧନ ସମ୍ପତ୍ତି କାହାରିକୁ ଦିଅନ୍ତୁ ନାହିଁ ।

ବିଛା : ଏହି ରାଶିର ଲୋକଙ୍କୁ ବାର୍ଦ୍ଧକ୍ୟ ଜୀବନରେ ଉଭୟ ସୁଖ ଦୁଃଖ ପ୍ରାପ୍ତ ହେବ । କିନ୍ତୁ ସେହି ବାର୍ଦ୍ଧକ୍ୟ ସମୟରେ ଆପଣଙ୍କ ଜୀବନରେ ଦୁଃଖ ସମୟ କମ ରହିବା ଓ ସୁଖ ସମୟ ଅଧିକ ରହିବ ।

ଧନୁ : ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନର ଅନ୍ତିମ ଅଵସ୍ଥାରେ ନିଜ ସମ୍ପର୍କୀୟଙ୍କ ନିକଟତର ହୋଇରହିବେ । ସମ୍ପର୍କୀୟମାନେ ବହୁତ ସେବା କରିବେ । ଏହି କାରଣରୁ ଜୀବନରେ ଆସିଥିବା ପ୍ରତିଟି ଛୋଟ ବଡ ଦୁଃଖକୁ ଭୁଲି ନିଜ ବାର୍ଦ୍ଧକ୍ୟ ଜୀବନ ଖୁସିରେ ଅତିବାହିତ କରିଥାହାନ୍ତି ।

କୁମ୍ଭ : ଏମାନଙ୍କ ଜୀବନ ଉଭୟ ସୁଖଦୁଃଖ ପୁର୍ଣ୍ଣ ରହିବ । ଜୀବନର ଗୋଟିଏ ମୁହୁର୍ତ୍ତରେ ସୁଖ ଥିବା ବେଳେ ଅନ୍ୟ ମୁହୁର୍ତ୍ତଟି ଦୁଃଖ ପୁର୍ଣ୍ଣ ହୋଇ ରହିବା । ଏହି କାରଣ ଯୋଗୁଁ ଆପଣଙ୍କୁ ମାନସିକ ସ୍ଥରରେ କଠୋର ହେବା ପାଇଁ ପଡିବ ।

ମୀନ : ଏହି ରାଶିର ବ୍ୟକ୍ତିମାନଙ୍କୁ ଜୀବନର ଅନ୍ତମ ସମୟରେ ଧନର କୌଣସି ପ୍ରକାରର ଅଭାବ ରହିବ ନାହିଁ । ଧନର କୌଣସି ଅଭାବ ନ ହେବା କରଣରୁ ଏହି ରାଶିର ବ୍ୟକ୍ତିମାନେ ଜୀବନରେ କାହାରି ସମ୍ନାରେ ମଧ୍ୟ ହାତ ପୋତାଇବା ପାଇଁ ପଡିବ ନାହିଁ ।