ଦୁଇ ପିଲାଙ୍କ ମଧ୍ୟରେ ସମାନ ସମ୍ପତ୍ତି ବାଣ୍ଟିବାକୁ ଠିକ କରିଥିଲେ । ପ୍ରକୃତରେ କେତେ ଅଛି “ବିଗ-ବି”ଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ?

Spread the love

ବୋଲିଉଡ଼ରେ ଯେତେବେଳେ ପ୍ରସିଦ୍ଧ କଳାକାର ମାନଙ୍କର ନାମ ଆସେ, ସେଥିରେ ଅମିତାଭ ବଚ୍ଚନଙ୍କ ନାମ ସବୁଠାରୁ ଉପରେ ଆସିଥାଏ ।ଅମିତାଭ ବଚ୍ଚନଙ୍କୁ ବୋଲିଉଡ଼ର ମହାନାୟକ ଏବଂ ଶହନଶାହ ବୋଲି ମଧ୍ୟ କୁହାଯାଏ । ନିଜ ଅଭିନୟର କଳା ସେ ସବୁ ଫିଲ୍ମରେ ପ୍ରଦର୍ଶିତ କରିଛନ୍ତି । ଏବେ ପର୍ଯ୍ୟନ୍ତ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଅମିତାଭ ବଚ୍ଚନ ଦେଶ ଭିତରେ ଏବଂ ଦେଶ ବାହାରେ ମଧ୍ୟ ନିଜର ଏକ ଅଲଗା ପରିଚୟ ତିଆରି କରିଛନ୍ତି । ଆଜି ବିଦେଶରେ ମଧ୍ୟ ତାଙ୍କର ଫ୍ୟାନମାନେ ତାଙ୍କୁ ଅନୁସରଣ କରନ୍ତି । ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କର ପସନ୍ଦର ଅଭିନେତା ମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନଙ୍କ ନାମ ନିହାତି ସାମିଲ ହୋଇଥାଏ । ୭୬ ବର୍ଷୀୟ ବୟସରେ ଆଜି ବି ମହାନାୟକ ବୋଲିଉଡ଼ର ନୁଆଁ ଅଭିନେତା ମାନଙ୍କୁ ଟକ୍କର ଦେଉଛନ୍ତି । ଅମିତାଭ ବଚ୍ଚନ ଆସିବା ଦିନ ଠାରୁ ସବୁବେଳେ ନିଜ ଝିଅ ଶ୍ୱେତା ବଚ୍ଚନଙ୍କ ସହ ସୋସିଆଲ ମେଡିଆରେ ଫୋଟୋ ସେୟାର କରିଆସୁଛନ୍ତି । ଏକଥାରେ କୌଣସି ସନ୍ଦେହ ନାହିଁ ଯେ, ଅମିତାଭ ବଚ୍ଚନ ତାଙ୍କ ଝିଅ ଶ୍ୱେତା ବଚ୍ଚନଙ୍କୁ ବହୁତ ଭଲ ପଆନ୍ତି ଏବଂ ସେ ତାଙ୍କର ବହୁତ ପ୍ରିୟ ମଧ୍ୟ ।

କେବୀସୀ ୧୧ କରୁଛନ୍ତି ହୋଷ୍ଟ :-

ଏହି ଦିନରେ ଅମିତାଭ ବଚ୍ଚନ “କୌନ ବନେଗା କରୋଡ଼ପତି”ର ସିଜନ-୧୧ରେ ହୋଷ୍ଟ କରୁଛନ୍ତି ଏବଂ ସବୁ ବର୍ଷ ଭଳି ଏହି ସିଜନ ମଧ୍ୟ ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସୁଛି । ଟି.ଆର.ପିର ମାମଲାରେ ମଧ୍ୟ ଏହି ଶୋ’ ସବୁ ଶୋ’କୁ ପଛରେ ପକାଇଥିଲା । ଏହା ଏମିତି ଏକ ଶୋ’ ଯାହାକି ଆଖି ପଲକରେ ଲୋକଙ୍କର ଭାଗ୍ୟ ବଦଳାଇ ଦେଇଥାଏ । ଏହି ଶୋ’ରେ ହିଁ ଅମିତାଭ ବଚ୍ଚନ ନିଜର ସମ୍ପୂର୍ଣ୍ଣ ସମ୍ପତ୍ତି ବିଷୟରେ କହିଥିଲେ । ବିତିିଯାଇଥିବା ଦିନ ଗୁଡ଼ିକରେ କେବୀସୀରେ କର୍ମବୀର ସ୍ପେଶାଲ ଏପିସୋଡ଼ର ପ୍ରତିଯୋଗୀ ସମାଜ ସେବୀକା ସିନ୍ଧୁତାୟୀ ସପକାଲ ଆସିଥିଲେ । ଏହା ମଧ୍ୟରେ ଯେତେବେଳେ ଅମିତାଭ ବଚ୍ଚନ ସିନ୍ଧୁତାୟୀ ଏବଂ ତାଙ୍କ ଝିଅଙ୍କ ସହ କଥା ହେଉଥିଲେ ଏବଂ ସେହି ସମୟରେ ସେ କହିଥିଲେ ଯେ, ତାଙ୍କର ଯିବା ପରେ ତାଙ୍କ ସମ୍ପତ୍ତିର କଣ ହେବ ଏବଂ ତାଙ୍କ ସମ୍ପତ୍ତି ପାଇବାକୁ କେଉଁମାନେ ହକଦାର ଥିବେ ।

କହିଲେ- ଦୁଇଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବ ସମ୍ପତ୍ତି :-

ଅମିତାଭ ବଚ୍ଚନ କହିଲେ ଯେ, “ଯେତେବେଳେ ଆମେ ନ ରହିବୁ ସେତେବେଳେ ଆମର ଅଳ୍ପ ବେଶୀ ଯାହା ବି ସମ୍ପତ୍ତି ଅଛି; ସେସବୁ ଆମ ପିଲା ମାନଙ୍କର । ମୋର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି । ଦୁଇଜଣଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯିବ । ବିଗ-ବିଙ୍କର ଏପରି କଥାରୁ ସମ୍ପୂର୍ଣ୍ଣ ପ୍ରମାଣିତ ହେଉଛି ଯେ, ସେ ନିଜର ସମ୍ପତ୍ତି କେବଳ ପୁଅ ଅଭିଷେକ ବଚ୍ଚନଙ୍କୁ ନୁହଁ ବରଂ ଶ୍ୱେତା ବଚ୍ଚନଙ୍କୁ ବି ଦେବେ । ” ବିଗ-ବିଙ୍କର ସମ୍ପତ୍ତିରେ ଶ୍ୱେତା ବଚ୍ଚନଙ୍କର ବି ହକ୍ ରହିବ । କିନ୍ତୁ ଆପଣ କଣ ଜାଣିଛନ୍ତି କି ବିଗ-ବିଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ପ୍ରକୃତରେ କେତେ ଅଛି ।

ବିଗ-ବିଙ୍କ ପାଖରେ ଅଛି ଏତେ କୋଟି ଟଙ୍କାର ସମ୍ପତ୍ତି :-

ଦି ରିଚେଷ୍ଟ ମୁତବିକ ଅମିତାଭ ବଚ୍ଚନ ପାଖାପାଖି ୪୦୦ ମିଲିୟନ ଡୋଲୋର ଅର୍ଥାତ ୨୮,୬୬,୧୬,୦୦,୦୦୦ ଠାରୁ ଅଧିକ ଟଙ୍କାର ମାଲିକ । ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ, “ବେଟି ବଚାଅ ବେଟି ପଢ଼ାଅ” ଅଭିଯାନରେ ରାଜଦୂତ ଭାବରେ କାମ କରୁଥିବା ଅମିତାଭ ବଚ୍ଚନ ନିଜ ଝିଅ ଶ୍ୱେତା ବଚ୍ଚନଙ୍କୁ ବହୁତ ଅଧିକ ଭଲ ପାଆନ୍ତି । ସେ କେବେ ବି ଝିଅ ଶ୍ୱେତଙ୍କର ପ୍ରଶଂସା କରିବାକୁ ପଛେଇ ନାହାଁନ୍ତି । ବୋଧହୁଏ ଏହି କାରଣରୁ ଅମିତାଭ ବଚ୍ଚନ ନିଜର ସମ୍ପୂର୍ଣ୍ଣ ସମ୍ପତ୍ତି ଦୁଇଜଣଙ୍କ ଭିତରେ ସମାନ ଭାଗରେ ବାଣ୍ଟିବାକୁ ଚାଂହୁଛନ୍ତି । କଥା ହେବା ଏବେ କାମର ଯାହାକି ଏବେ ବିଗ-ବି ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖାଯିବେ ।

ସୌଜନ୍ୟ : https://www.newstrend.news