ଆସନ୍ତୁ ଜାଣିବ, ବୟସ ଅନୁସାରେ କେତେ ଘଣ୍ଟା ଶୋଇବା ଦରକାର ।

Spread the love

ଯେମିତି କି ଆମେ ସମସ୍ତେ ଜାଣିଛୁ ଯେ ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ନିହାତି ଆବଶ୍ୟକ । କାରଣ ନିଦ ଏକ ଏପରି ଜିନିଷ ଯାହାଦ୍ୱାରା ଆପଣ ଆପଣଙ୍କର ପୁରା ଦିନର ଚିନ୍ତା ଓ ହାଲିଆରୁ ନିଜକୁ ମୁକ୍ତ କରିପାରିଥାନ୍ତି ଏବଂ ତା’ପର ଦିନ ସକାଳେ ଫୁର୍ତ୍ତି ଅନୁଭବ କରନ୍ତି । ଆପଣଙ୍କ ସବୁ ରୋଗର ଔଷଧ ହେଉଛି ଭରପୂର ମାତ୍ରାରେ ଶୋଇବା । ଏହା ସବୁଠୁ ଭଲ ବ୍ୟଥା ନିବାରକ ଅଟେ । ଯଦି ଆପଣଙ୍କୁ ରାତିରେ ଭଲ ଭାବରେ ନିଦ ହୁଏ, ତେବେ ଆପଣ ସୁସ୍ଥ ରହିବେ ଏବଂ ଆପଣଙ୍କର ଦିନଚର୍ଯ୍ୟା ଠିକ ରୂପେ ଚାଲିବ । ଡାକ୍ତର ମଧ୍ୟ କୁହନ୍ତି ଯେ, ନିଦ ଭଲ ହେଲେ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ସାମାନ୍ୟ ରହିବ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବରେ ହେବ । ଏହା ଏକ ଭଲ ବ୍ୟଥା ନିବାରକ ହେବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ।

ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ଯେ, ପ୍ରକୃତରେ ବ୍ୟକ୍ତିଙ୍କୁ ନିଜ ବୟସ ଅନୁସାରେ କେତେ ଘଣ୍ଟା ଶୋଇବା ଦରକାର । ଏହି କଥା ତ ସତ ଯେ, ସମସ୍ତ ମନୁଷ୍ୟଙ୍କ ପାଇଁ ନିଦ ଅତି ଆବଶ୍ୟକ ଅଟେ । ଏହା ଦ୍ଵାରା ଶରୀର ସୁସ୍ଥ ରହେ ଏବଂ ଏହା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ । ଶାରୀରିକ ଗତିବିଧି ମଧ୍ୟ ଠିକ ରୂପେ ସଞ୍ଚାଳନ ହେବା ପାଇଁ ଭଲ ନିଦ ହେବା ବହୁତ ଜରୁରୀ ଅଟେ ।

ସର୍ବପ୍ରଥମେ ୪-୧୧ ମାସ ଛୁଆମାନଙ୍କ କଥା ଯଦି କହିବା; ତେବେ ଏମାନଙ୍କୁ ଅତିକମରେ ୧୨ ରୁ ୧୫ ଘଣ୍ଟା ଶୋଇବା ଦରକାର । କିନ୍ତୁ କିଛି ଛୁଆ ଏମିତି ଥାଆନ୍ତି, ଯେଉଁମାନେ କମ ଶୁଅନ୍ତି । ତେବେ ଆପଣ ଚେଷ୍ଟା କରନ୍ତୁ ଯେ, ସେମାନେ ଯେପରି ୧୦ ଘଣ୍ଟା ଶୋଇପାରିବେ । ଏହା ତାଙ୍କ ପାଇଁ ପର୍ଯ୍ୟାପ୍ତ ହେବ । ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ, ୧୮ ଘଣ୍ଟାରୁ ଅଧିକ ଯେପରି ନ ଶୋଇବେ ।

୧ ରୁ ୨ ବର୍ଷ ଛୁଆମାନଙ୍କ କଥା ଯଦି କହିବା; ତେବେ ଏମାନଙ୍କୁ ପାଖାପାଖି ୧୧ ରୁ ୧୪ ଘଣ୍ଟା ଶୋଇବାକୁ କୁହାଯାଇଛି କିନ୍ତୁ ଏମାନେ ଅତି କମରେ ୯ ରୁ ୧୬ ଘଣ୍ଟା ଶୋଇ ପାରିବେ ।

ଏହାଛଡା ଏବେ କହିବା ସ୍କୁଲ ଯିବା ପୂର୍ବର ବା ୩ ରୁ ୫ ବର୍ଷ ବୟସର ଛୁଆମାନେ, ଏମାନେ ପାଖାପାଖି ୧୦ ରୁ ୧୩ ଘଣ୍ଟା ଶୋଇବାକୁ କୁହାଯାଇଛି କିନ୍ତୁ ଏମାନଙ୍କୁ ଅତିକମରେ ୮ ଘଣ୍ଟା ଓ ଅତିବେଶିରେ ୧୪ ଘଣ୍ଟା ଶୋଇବା ଦରକାର ।

ଏହାପରେ ଏବେ ସ୍କୁଲ ଯାଉଥିବା ଛୁଆମାନେ ଅର୍ଥାତ ୬ ରୁ ୧୩ ବର୍ଷ ବୟସ ପିଲାମାନେ ଅତିକମରେ ୭ ଘଣ୍ଟା ଶୋଇବା ଜରୁରୀ ଅଟେ ଓ ୧୧ ଘଣ୍ଟାରୁ ଅଧିକ ଶୋଇବା ଉଚିତ ନୁହେଁ ।

ଏବେ କିଶୋରାବସ୍ଥା ଅର୍ଥାତ ୧୪ ରୁ ୧୭ ବର୍ଷ ବୟସର ପିଲାମାନଙ୍କୁ ୮ ରୁ ୧୦ ଘଣ୍ଟା ଶୋଇବା ପାଇଁ କୁହାଯାଇଛି କିନ୍ତୁ ଏମାନଙ୍କୁ ମଧ୍ୟ ୭ ରୁ କମ ଓ ୧୧ ଘଣ୍ଟାରୁ ବେଶି ଶୋଇବା ଉଚିତ ନୁହେଁ ।

ଏବେ କହିବା ଯୁବପିଢ଼ି ମାନଙ୍କ ବିଷୟରେ ଅର୍ଥାତ ୧୮ ରୁ ୨୫ ବର୍ଷ ବୟସର ବ୍ୟକ୍ତିମାନେ ୭ ରୁ ୯ ଘଣ୍ଟା ଶୋଇବା କଥା କିନ୍ତୁ ଏମାନଙ୍କୁ ୬ ଘଣ୍ଟାରୁ କମ ଓ ୧୧ ଘଣ୍ଟାରୁ ଅଧିକ ଶୋଇବା ଅନୁଚିତ ।

ଏହାପରେ ଆମେ ୨୬ ରୁ ୬୪ ବର୍ଷ ବୟସର ଲୋକମାନେ ୭ ରୁ ୯ ଘଣ୍ଟା ଶୋଇବା ଦରକାର କିନ୍ତୁ ଏହା ୬ ରୁ କମ ଓ ୧୧ ଘଣ୍ଟାରୁ ଅଧିକ ଶୋଇବା ଉଚିତ ନୁହେଁ ।

ଏବେ ବର୍ତ୍ତମାନ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ଲୋକମାନଙ୍କ ପାଇଁ ଅର୍ଥାତ ଗୁରୁଜନ ବ୍ୟକ୍ତିମାନେ, ଏମାନେ ପାଖପାଖି ୭ ରୁ ୮ ଘଣ୍ଟା ଶୋଇବାକୁ କୁହାଯାଇଛି ।ଏମାନେ ୫ ଘଣ୍ଟାରୁ କମ ଓ ୯ ଘଣ୍ଟାରୁ ଅଧିକ ଶୋଇବା ଅନୁଚିତ ।