ଆସନ୍ତୁ ଜାଣିବା ମହାଭାରତରେ କେଉଁ ଭଳି ଭାବରେ ହୋଇଥିଲା ଗାନ୍ଧାରୀ ଏବଂ କୁନ୍ତିଙ୍କର ମୃତ୍ୟୁ !

Spread the love

ମହାଭାରତ ଯୁଦ୍ଧ ଶେଷ ହେବାପରେ ଅନେକ ବର୍ଷ ପର୍ଯ୍ୟନ୍ତ ପାଣ୍ଡବମାନଙ୍କ ସହିତ ତାଙ୍କ ମହଲରେ ରହିଥିଲେ ଗାନ୍ଧାରୀ ଏବଂ ଧୂତରାଷ୍ଟ୍ର ।

ମହାଭାରତ ଯୁଦ୍ଧର ଶେଷ ହେବା ପରେ ଧୂତରାଷ୍ଟ୍ର ଏବଂ ଗାନ୍ଧାରୀ ଏକାକୀ ରହି ଯାଇଥିଲେ । କାହିଁକି ନା ଏହି ଯୁଦ୍ଧରେ ତାଙ୍କର ସମସ୍ତ ପୁତ୍ର ମୃତ୍ୟୁ ବରଣ କରିଥିଲେ । ଏହି ଯୁଦ୍ଧ ଶେଷ ହେବା ପରେ ଧୂତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କ ସହିତ କ’ଣ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ କେମିତି ହୋଇଥିଲା, ଏହି ବିଷୟରେ ବହୁତ କମ୍ ଲୋକଙ୍କୁ ଜଣାଥାଏ ।

ମହାଭାରତ ଯୁଦ୍ଧ ପରେ ଘଟିଥିଲା ଏହି ଘଟଣା :

ମହାଭାରତ ଯୁଦ୍ଧର ମାର୍ଗ ଶୀର୍ଷ ଶୁକ୍ଳ ୧୪ରେ ପ୍ରାରମ୍ଭ ହୋଇଥିଲା ଏବଂ ଏହି ଯୁଦ୍ଧ ୧୮ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଏହି ଯୁଦ୍ଧରେ ପାଣ୍ଡବ ବିଜୟ ହୋଇଥିଲେ ଏବଂ ଏହି ଯୁଦ୍ଧରେ ସମସ୍ତ କୌରବଙ୍କ ୧୦୦ ପୁତ୍ର ମୃତ୍ୟୁ ବରଣ କରିଥିଲେ । ଏହି ଯୁଦ୍ଧ ଶେଷ ହେବା ପରେ ପାଣ୍ଡବମାନେ ନିଜର ଜ୍ୟେଷ୍ଠ ଭାଇ ଯୁଧିଷ୍ଠିରଙ୍କୁ ରାଜା କରିଥିଲେ ଏବଂ ଯୁଧିଷ୍ଠିର ହସ୍ତିନାପୁରରେ ଅନେକ ବର୍ଷ ପର୍ଯ୍ୟନ୍ତ ରାଜୁତି କରିଥିଲେ ।

ମହାଭାରତର ଯୁଦ୍ଧ ଶେଷ ହେବାପରେ ଧୂତରାଷ୍ଟ୍ର ଏବଂ ଗାନ୍ଧାରୀ ପାଣ୍ଡବଙ୍କ ସହିତ ହିଁ ତାଙ୍କ ମହଲରେ ରହିବାକୁ ଲାଗିଲେ । ଧୂତରାଷ୍ଟ୍ର ଏବଂ ଗାନ୍ଧାରୀ ଦେଖି ପାରୁନଥିଲେ । ସେଥିପାଇଁ ପାଣ୍ଡବଙ୍କ ମାତା କୁନ୍ତି ସର୍ବଦା ତାଙ୍କ ସହ ରହୁଥିଲେ ଏବଂ ତାଙ୍କ ସେବା ମଧ୍ୟ କରୁଥିଲେ । ମହାଭାରତ ଅନୁସାରେ ଭୀମ ଧୂତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କୁ ଆଦୌ ପସନ୍ଦ କରୁନଥିଲେ ଏବଂ ଅଧିକାଂଶରେ ତାଙ୍କୁ କଟୁ ବଚନ କହୁଥିଲେ । ହସ୍ତିନାପୁରରେ ପାଖାପାଖି ୧୫ ବର୍ଷ ପର୍ଯ୍ୟନ୍ତ ରହିବା ପରେ ଧୂତରାଷ୍ଟ୍ର ଏବଂ ଗାନ୍ଧାରୀ ବନବାସ ଯିବା ପାଇଁ ନିର୍ଣ୍ଣୟ ନେଲେ । ଧୂତରାଷ୍ଟ୍ର ଏବଂ ଗାନ୍ଧାରୀ ଦେଖି ପାରୁନଥିଲେ । ସେଥିପାଇଁ କୁନ୍ତୀ ମଧ୍ୟ ତାଙ୍କ ସହିତ ବନବାସ ଯିବା ପାଇଁ ନିର୍ଣ୍ଣୟ ନେଲେ ଏବଂ ଏହିଭଳି ଏହି ତିନିଜଣ ବୃଦ୍ଧାବସ୍ଥାରେ ବନବାସ ପାଇଁ ଚାଲିଗଲେ ।

ଏହିଭଳି ହୋଇଥିଲା ତିନିଜଣଙ୍କ ମୃତ୍ୟ :

ଧୂତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀଙ୍କ ବନବାସ ଯିବାର ପାଖାପାଖି ତିନିବର୍ଷ ପରେ ନାରଦମୁନି ଯୁଧିଷ୍ଠିରଙ୍କ ସହିତ ମିଶିବା ପାଇଁ ଆସିଥିଲେ ଏବଂ ଯୁଧିଷ୍ଠିର ଦେବର୍ଷି ନାରଦଙ୍କର ଭଲ ଭାବରେ ସତ୍କାର କରିଥିଲେ । ଦେବର୍ଷି ନାରଦଙ୍କ ପାଖରେ ସମସ୍ତ ଘଟଣାର ଖବର ରହିଥାଏ । ସେଥିାଇଁ ଯୁଧିଷ୍ଠରଙ୍କୁ ଜଣାଥିଲା ଯେ, ନାରଦ ମୁନିଙ୍କୁ ତାଙ୍କ ମାତା କୁନ୍ତୀ, ଧୂତରାଷ୍ଟ୍ର ଏବଂ ଗାନ୍ଧାରୀଙ୍କ ବିଷୟରେ ଅବଶ୍ୟ ଜ୍ଞାତ ଥିବ । ଯୁଧିଷ୍ଠିର ସାହସର ସହିତ ନାରଦ ମୁନିଙ୍କୁ ଏହି ତିନିଜଣଙ୍କ ବିଷୟରେ ପଚାରି ଦେଲେ । ସେତେବେଳେ ନାରଦ ମୁନି ଯୁଧିଷ୍ଠିରଙ୍କୁ କହିଲେ କି ଏହି ତିନିଜଣ ହରିଦ୍ଵାରରେ ରହି ନିଜ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ଏକଦା ଯେତେବେଳେ ଧୂତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀ ଜଙ୍ଗଲ ମଧ୍ୟ ଦେଇ ଆଶ୍ରମକୁ ଆସୁଥିଲେ, ସେତେବେଳେ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା ଏବଂ ବୃଦ୍ଧାବସ୍ଥା ହେବା ଯୋଗୁଁ ଏହି ତିନିଜଣ କୁଆଡ଼େ ଯାଇପାରିଲେ ନାହିଁ ଏବଂ ଏହି ନିଆଁରେ ଏମାନେ ନିଜର ପ୍ରାଣ ତ୍ୟାଗ କରିଥିଲେ ।

ଧୂତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ପାଣ୍ଡବମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେତେବେଳେ ଯୁଧିଷ୍ଠିର ଧୂତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀଙ୍କ ପୁତ୍ର ହେବାର ଦାୟିତ୍ଵ ତୁଲାଇବାକୁ ଯାଇ ଏହି ତିନିଜଣଙ୍କ ଅନ୍ତିମ ସଂସ୍କାର କରିବା ସହ ବିଧି ପୂର୍ବକ ଏମାନଙ୍କ ଶ୍ରାଦ୍ଧ କର୍ମ ମଧ୍ୟ କରାଇଥିଲେ । ଯାହାଦ୍ଵାରା ଏହି ତିନିଜଣଙ୍କ ଆତ୍ମାକୁ ଶାନ୍ତି ମିଳିପାରିବ ।

କିଛି ବର୍ଷପରେ ପାଣ୍ଡବମାନେ ମଧ୍ୟ ନିଜର ରାଜ୍ୟ ତ୍ୟାଗ କରିଥିଲେ ଏବଂ ସମସ୍ତେ ସ୍ଵର୍ଗର ଯାତ୍ର ପାଇଁ ବାହାରିଲେ । ସ୍ଵର୍ଗର ଯାତ୍ରା ପାଇଁ ବାହାରିବା ପରେ ଦ୍ରୌପଦୀଙ୍କ ସହିତ ଚାରି ପାଣ୍ଡବଙ୍କ ମୃତ୍ୟୁ ରାସ୍ତାରେ ହିଁ ହୋଇଯାଇଥିଲା ଏବଂ ଏହି ଭଳି ଭାବରେ କେବଳ ଯୁଧିଷ୍ଠିର ହିଁ ଜୀବିତ ଅବସ୍ଥାରେ ସ୍ଵର୍ଗକୁ ପହଞ୍ଚିବାରେ ସଫଳ ହୋଇଥିଲେ ।