ଏକ ଲିଟର ଇନ୍ଧନରେ କେତେ ଦୂର ଅତିକ୍ରମ କରିଥାଏ ଉଡାଯାହାଜ ? ଜାଣିବା ପରେ ଆଶ୍ଚଯ୍ୟ ହୋଇଯିବେ ।

Spread the love

ଆଜିକାଲି ଉଡାଯାହାଜରେ ଯାତ୍ରା କରିବା ସହଜ ଏବଂ ସୁବିଧା ହୋଇ ଗଲାଣି । ଯାହା ଫଳରେ ସାଧାରଣ ବ୍ୟକ୍ତି ରେଳରେ ଯାତ୍ରା କରିବା ଅପେକ୍ଷା ଉଡାଯାହାଜରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଏହା ସତ୍ତ୍ୱେ ମଧ୍ୟ କିଛି ବ୍ୟକ୍ତି ପାଇଁ ଉଡାଯାହାଜରେ ଯାତ୍ରା କରିଵା ସ୍ୱପ୍ନ ହୋଇଯାଇଛି । କିଛି ବ୍ୟକ୍ତି ମନରେ ଉଙ୍କି ମାରିଥାଏ ଯେ, ଉଡାଯାହାଜ ଉଡିବା ପାଇଁ କେତେ ପରିମାଣର ଇନ୍ଧନ ଆବଶ୍ୟକ କରିଥାଏ । ଅନେକ ଲୋକ ଜାଣିନଥାନ୍ତି, ଏକ ଲିଟର ଇନ୍ଧନରେ ଉଡାଜାହାଜ କେତେ ଦୂର ଅତିକ୍ରମ କରଥାଏ ? ଆସନ୍ତୁ ଜାଣିବା ଏହି ବିଷୟରେ ।

ପ୍ରତି ସେକେଣ୍ଡରେ ଖର୍ଚ୍ଚ ହୋଇଥାଏ ୪ ଲିଟର ଇନ୍ଧନ :

ବୋଇଙ୍ଗ ୭୪୭ ପରି ବିମାନ ଗୁଡ଼ିକ ପ୍ରତି ସେକେଣ୍ଡରେ ୪ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ । ୧୦ ଘଣ୍ଟାର ଉଡାଣ ସମୟରେ ଏହା ୧,୫୦,୦୦୦ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ । ବୋଇଙ୍ଗର ୱେବସାଇଟ ଅନୁସାରେ ବୋଇଙ୍ଗ ୭୪୭ ଏକ କିଲୋମିଟର ପାଇଁ ୧୨ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ, ଆପଣ ଏହା ଶୁଣିବା ପରେ ଆଶ୍ଚଯ୍ୟ ହୋଇ ଯାଇଥିବେ । କିନ୍ତୁ ବୋଇଙ୍ଗ ୭୪୭ରେ ୫୬୮ ଜଣ ଲୋକଙ୍କୁ ନେବା ଆଣିବା କରିଥାଏ ।

ବୋଇଙ୍ଗ ୭୪୭ର ମାଇଲେଜ କେତେ ?

ଗୋଟିଏ ବୋଇଙ୍ଗରେ ୧୨ ଲିଟର ଇନ୍ଧନ ସହାୟତାରେ ୫୦୦ ଜଣ ଲୋକ ଏକ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବେ । ଏହାର ଅର୍ଥ ହେଉଛି ବିମାନରେ ପ୍ରତି ବ୍ୟକ୍ତି ପାଇଁ ୦.୦୨୪ ଲିଟରର ଇନ୍ଧନ ଖର୍ଚ୍ଚ କରିଥାଏ । ଗୋଟିଏ କାର ଲିଟର ପିଛା ୧୫ କିଲୋମିଟର ମାଇଲେଜ ଦେଇଥାଏ । ଯଦି ଗଣନା କରାଯାଏ, ତେବେ ବୋଇଙ୍ଗ ୭୪୭ କୌଣସି ବ୍ୟକ୍ତିଙ୍କର ଯାତ୍ରା କାର ତୁଳନାରେ ଭଲ ହୋଇଥାଏ । କିନ୍ତୁ ଯେତେବେଳେ କାରରେ ୪ ଜଣ ବସି ଯିବା ପାଇଁ ସୁବିଧା ଅଟେ । ବୋଇଙ୍ଗ ୭୪୭ ଘଣ୍ଟା ପ୍ରତି ୯୦୦ କିଲୋମିଟର ପ୍ରତି ବେଗରେ ଯାତ୍ରା କରିପାରେ ।

ଇନ୍ଧନ ବଞ୍ଚାଇବା ପାଇଁ ସମୟେ ସମୟରେ ଏହି ଉପାୟ ଗୁଡିକ ପାଳନ କରାଯାଇଥାଏ :

ଉଡାଜାହାଜର ଉଡାଣ ସମୟରେ କର୍ମଚାରୀ ମାନେ ସମୟ ସମୟରେ ଏହି ଉପାୟ ଗୁଡିକ ଅବଲମ୍ବନ କରିଥାନ୍ତି । ଏଥିପାଇଁ ସେମାନେ ବିମାନକୁ ସିଧା ପଥରେ ନେଇଥାଆନ୍ତି, ଯାହା ଦ୍ଵାରା ଇନ୍ଧନ ବଞ୍ଚାଇ ଯାଇପାରିଥାଏ । ଅନ୍ୟ ଏକ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି ତା’ହେଲା, ବିମାନକୁ ଏକ ନିର୍ଦ୍ଧିଷ୍ଟ ବେଗରେ ଉଡ଼ାଇ କର୍ମଚାରୀ ମାନେ ଇନ୍ଧନ ବଞ୍ଚାଇଥାନ୍ତି । ଉଡାଜାହାଜର ଏକ ନିର୍ଦ୍ଧିଷ୍ଟ ଉଡାଣ ଫଳରେ ଇନ୍ଧନ ମଧ୍ୟ କମ ଖର୍ଚ୍ଚ ହୋଇଥାଏ । ଯେଉଁ ଉଡାଜାହାଜର ଉଡାଣ ଯେତେ କମ ହୋଇଥାଏ, ସେହି ଉଡାଜାହାଜ ସେତେ କମ ପରିମାଣର ଇନ୍ଧନ ଖର୍ଚ୍ଚ କରିଥାଏ ।