ଜଣାନ୍ତୁ ନିଜ ପତ୍ନୀଙ୍କ ସହ କିପରି ବ୍ୟବହାର କରନ୍ତି, ଏହି ତିନୋଟି ରାଶିର ବ୍ୟକ୍ତିମାନେ ।

Spread the love

ସମସ୍ତ ସ୍ଵାମୀ ନିଜ ନିଜ ପତ୍ନୀକୁ ପ୍ରେମ କରିଥାନ୍ତି । ତଥାପି ଆସନ୍ତୁ ଜାଣିବା ଏହି ତିନୋଟି ରାଶିର ବ୍ୟକ୍ତିମାନେ ସେମାନଙ୍କ ପତ୍ନୀକୁ କେତେ ପରିମାଣରେ ପ୍ରେମ କରନ୍ତି ।

ପ୍ରତି ଝିଅ ନିଜ ପାଇଁ ଜଣେ ଭଲ ପତି ଖୋଜିଥାନ୍ତି । କାରଣ ଏହା ତାଙ୍କର ସାରା ଜୀବନର କଥା ଅଟେ । ପ୍ରାୟତଃ ଆମେ ଶୁଣିଥାଉ କେତେକ ପତି ନିଜର ପତ୍ନୀଙ୍କୁ ଖୁସିରେ ରଖି ପାରନ୍ତି ନାହିଁ । ପତି ପତ୍ନୀଙ୍କ ସହ ମାରପିଟ କରନ୍ତି କିମ୍ବା ଅନ୍ୟ କୌଣସି ସମସ୍ୟା ମଧ୍ୟ ରହିଥାଏ । ଏହି ସ୍ଥିତିରେ ପତିଙ୍କ ବ୍ୟବହାର କିପରି ରହିବ ଏହି କଥାର ଗୁରୁତ୍ୱ ଅଧିକ ରହିଥାଏ । ପ୍ରଥମ ଦେଖାରେ ଆମେ କୌଣସି ବ୍ୟକ୍ତି ବିଷୟରେ ଜଣା ପଡିନଥାଏ । ପୁଅ ଯେତେବେଳେ କୌଣସି ଝିଅ ସହ ଭେଟିଥାଏ; ତେବେ ସେ ଅର୍ଥାତ ପୁଅ ନିଜର ଭଲ ଗୁଣ ହିଁ ଝିଅ ସାମ୍ନାରେ ଦେଖାଇଥାଏ । ପୁଅର ଅସଲ ଚେହେରା ପରେ ଜଣା ପଡିଥାଏ । ଆପଣଙ୍କ ଏହି ଚିନ୍ତାକୁ ଦୂର କରିବା ପାଇଁ ଆମେ ଆଜି କିଛି ରାଶିର ପୁଅଙ୍କ ବିଷୟରେ କହିବୁ ଯାହା ଆପଣଙ୍କୁ ସାହାଯ୍ୟ କରିପାରେ ।

ଆଜି ଆମେ ମେଷ, କନ୍ୟା, କୁମ୍ଭ ରାଶିର ପୁଅଙ୍କ ବିଷୟରେ ଚର୍ଚ୍ଚା କରିବୁ । ଆମେ କହିବୁ ଏହି ରାଶିର ପୁଅମାନେ ନିଜ ପତ୍ନୀଙ୍କ ପ୍ରତି କିପରି ବ୍ୟବହାର କରିଥାନ୍ତି ! ସେହି ବିଷୟରେ କହିବୁ । ଏହି ଆଧାରରେ ଆପଣ ଜାଣି ପାରିବେ ଏହି ରାଶିର ପୁଅଙ୍କ ବ୍ୟବହାର କିପରି ରହିବ !

ମେଷ :

ଏହି ରାଶିର ପୁଅମାନେ ଅତ୍ୟଧିକ ଯତ୍ନବାନ ହୋଇଥାନ୍ତି । ଏମାନେ ନିଜ ପତ୍ନୀଙ୍କ ଖୁବ୍ ଯତ୍ନ ନେଇଥାନ୍ତି । ଏହି ବ୍ୟକ୍ତିମାନେ ସଚ୍ଚୋଟ ଅଟନ୍ତି । ଥରେ ଆପଣଙ୍କ ସହ ବିବାହ କରିବା ପରେ ଧୋକା ଦେଇନଥାନ୍ତି । ଏମାନେ ସମ୍ପର୍କର ମୂଲ୍ୟ ଜାଣିଛନ୍ତି । ଏମାନେ ଅଧିକ କ୍ରୋଧ କରନ୍ତି କିନ୍ତୁ ଶୀଘ୍ର ଶାନ୍ତ ମଧ୍ୟ ହୋଇଯାଆନ୍ତି । ଏମାନଙ୍କ ଚିନ୍ତାଧାରା ଅନ୍ୟଙ୍କ ଠାରୁ ଭିନ୍ନ ଅଟେ । ବର୍ତ୍ତମାନ ଆପଣ ନିର୍ଣ୍ଣୟ ନିଅନ୍ତୁ ଏହି ରାଶିର ପୁଅଙ୍କ ସହ ବିବାହ କରିବେ ନା ନାହିଁ ।

କନ୍ୟା :

ଏହି ରାଶିର ବ୍ୟକ୍ତିମାନେ ଖୁବ୍ ବାର୍ତ୍ତାଲାପ କରନ୍ତି ଏବଂ ସମସ୍ତଙ୍କ ସହ ଭଲ ରୂପେ ମିଶି ଯାଇପାରନ୍ତି । କୌଣସି ସ୍ଥାନରେ କୌଣସି ବ୍ୟକ୍ତି ସହ ଏମାନେ ବାର୍ତ୍ତାଲାପ କରିପାରନ୍ତି । ଏମାନଙ୍କ ମଧ୍ୟରେ ଅନ୍ୟକୁ ସାହାଯ୍ୟ କରିବାର ଗୁଣ ରହିଛି । ଏମାନେ ନିଜ ଇଚ୍ଛାର ମାଲିକ ହୋଇଥାନ୍ତି । ନିଜ ହୃଦୟରୁ ନିଜ ପତ୍ନୀଙ୍କୁ ଭଲ ପାଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କୁ କ୍ରୋଧ ଖୁବ୍ କମ ଆସିଥାଏ । ଆପଣ ଚିନ୍ତା କରନ୍ତୁ, ଏହି ରାଶିର ପୁଅ ଆପଣଙ୍କ ପାଇଁ ଯୋଗ୍ୟ ଅଟନ୍ତି ନା ନାହିଁ ।

କୁମ୍ଭ :

ଏହି ରାଶିର ପୁଅମାନେ ମଜାଲିଆ ସ୍ଵଭାବର ହୋଇଥାନ୍ତି । ଏମାନଙ୍କୁ ମଜ୍ଜାମସ୍ତିରେ ଜୀବନ ବିତାଇବା ପସନ୍ଦ ଅଟେ । ନିଜର ବନ୍ଧୁ ଅଧିକ ଥିବା କାରଣରୁ ଏମାନେ ନିଜ ପତ୍ନୀଙ୍କ ଉପସ୍ଥିତି କମ ମନେ କରନ୍ତି । ଏମାନେ ପ୍ରାୟତଃ ନିଜ ବନ୍ଧୁଙ୍କ ସହ ବ୍ୟସ୍ତ ରହିଥାନ୍ତି । ଏମାନଙ୍କୁ ଜୀବନରେ ନୂଆ ନୂଆ ଜିନିଷ କରିବାରେ ପସନ୍ଦ ଅଟେ । ଯଦି ଏହି ରାଶିର ପୁଅଙ୍କ ସହ ଆପଣଙ୍କ ଚିନ୍ତାଧାରା ମିଶେ ଏବଂ ଆପଣ ଏହାଙ୍କ ଭଲ ବନ୍ଧୁ ହୋଇପାରନ୍ତି; ତେବେ ଆପଣଙ୍କ ଯୋଡି ଖୁବ୍ ଭଲ ହେବ ।