ସ୍କୁଲ ସମୟରେ କିପରି ଦେଖା ଯାଉଥିଲେ ଆପଣଙ୍କ ପସନ୍ଦିୟ ବଲିଉଡ ତାରକା ମାନେ । ଦେଖନ୍ତୁ ୧୦ଟି ଫୋଟ ।

Spread the love

ସ୍କୁଲ ଦିନ ଗୁଡିକ ଜୀବନର ଭଲ ସମୟ ହୋଇଥାଏ । ଯେତେବେଳେ ଆମେ ମାନେ ସ୍କୁଲରେ ପଢିଥାଉ ସେହି ସମୟରେ ଆମ ଉପରେ କୌଣସି ଦାୟିତ୍ୱ ନଥାଏ । ଉପାର୍ଜନର କୌଣସି ଚିନ୍ତା ନଥାଏ କେବଳ ପଢ଼ା ଉପରେ ଧ୍ୟାନ ଦିଅ ଏବଂ ନିଜ ଜୀବନକୁ ଖୁସିରେ ଅତିବାହିତ କରିବାର ଦିନ ଥିଲା ସେହି ସମୟ ଗୁଡିକ । ଯେତେବେଳେ ଆମେ ଆମର ପୁରୁଣା ଆଲବମରେ ନିଜର ସ୍କୁଲ ସମୟର ଫୋଟ ଗୁଡିକ ଦେଖୁ ସେହି ସମୟରେ ପୁରୁଣା ସ୍ମୃତି ଗୁଡିକ ମନେ ପଡ଼ିଯାଏ । ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ବଲିଉଡର ତାରକା ମାନଙ୍କ ସ୍କୁଲ ଦିନ ଗୁଡିକର କିଛି ଦୁର୍ଲଭ ଚିତ୍ର ଦେଖାଇବୁ ଯାହା ଦେଖି ଆପଣ ନିଜ ପସନ୍ଦିୟ ବାଲିଉଡ଼ ତାରକା ମାନେ କିପରି ଦେଖା ଯାଉଥିଲେ ଜାଣି ପାରିବେ ।

1. “ଜାନେ ତୁ ଜାନେ ନା” ଫିଲ୍ମ ମଧ୍ୟମରେ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଜେନିଲିଆ ଦିସୁଜା ନିଜ ସ୍କୁଲ ସମୟରେ ମୁମ୍ବାଇର ଏପୋଷ୍ଟୋଲିକ କାର୍ଣ୍ଣଲ ହାଇ ସ୍କୁଲରେ ପଢୁଥିଲେ । ନିଜ ସ୍କୁଲ ସମୟରେ ସେ ଖୁବ୍ ସୁନ୍ଦର ଦେଖା ଯାଉଥିଲେ ।

2. ରଣବିର ସିଂହ ନିଜ ସ୍କୁଲ ସମୟରେ ଭିନ୍ନ ଧରଣର ପୋଷାକ ପରିଧାନ ନିମନ୍ତେ ଜଣାଶୁଣା ଥିଲେ । ସେ ନିଜ ପତ୍ନୀ ଦୀପିକା ଏବଂ ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଳୀଙ୍କ ସହ ମିଶି ହିଟ ଫିଲ୍ମର ଭେଟି ଦର୍ଶକଙ୍କୁ ଦେଇଛନ୍ତି । ସ୍କୁଲ ସମୟରେ ରଣବିର ନିରୀହ ଦେଖା ଯାଉଥିଲେ ।

3. କ୍ୟାଟ୍ରିନା କ୍ୟାଫଙ୍କୁ ବଲିଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ରୂପରେ ଲୋକେ ଜାଣନ୍ତି । ନିଜ ପିଲା ବେଳୁ ହିଁ ସେ ଖୁବ୍ ସୁନ୍ଦର ଅଟନ୍ତି । ଏହାର ପ୍ରମାଣ ଆପଣ ଏହି ଚିତ୍ରରୁ ଜାଣି ପାରିବେ ।

4. ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ନିଜ ସ୍କୁଲ ସମୟରେ ମଧ୍ୟପ୍ରଦେଶର ଗୁଆଲିୟରରେ ପଢୁଥିଲେ । ସେଠାରେ ସେ ସିନ୍ଧିୟା ସ୍କୁଲରେ ପଢୁ ଥିଲେ । ଫୋଟରେ ଆପଣ ଦେଖି ପାରୁଥିବେ, ସଲମାନ ବହୁତ ନିରୀହ ଦେଖା ଯାଉଥିଲେ ।

5. ସୁନ୍ଦର ପରିନିତା ଚୋପ୍ରା ନିଜ ସ୍କୁଲ ଜୀବନ ହରିୟାଣାର କନଭେଣ୍ଟ ଅଫ୍ ଯୀଯସରେ ଶେଷ କରିଥିଲେ । ସେହି ସମୟରୁ ହିଁ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ ।

6. ବଲିଉଡର କିଙ୍ଗ୍ ଖାନ ନିଜ ପାଠ ପଢ଼ା ଦିଲ୍ଲୀର ଏସ.ଟି କୋଲମ୍ବାରୁ ଶେଷ କରିଥିଲେ । ସ୍କୁଲ ସମୟରେ ସେ ଅତି ସାଧାରଣ ଦେଖା ଯାଉଥିଲେ ।

7. ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧି ସାରିଥିବା ଐଶ୍ଵରୀର୍ଯ୍ୟ ନିଜ ସ୍କୁଲ ସମୟର ପଢ଼ାପଢ଼ି “ଆର୍ଯ୍ୟ ବିଦ୍ୟା ମନ୍ଦିରର ହାଇ ସ୍କୁଲ”, ମୁମ୍ବାଇରୁ ଶେଷ କରିଥିଲେ । ଜଣେ ଛାତ୍ରୀ ରୂପେ ସେ ଖୁବ୍ ନିରୀହ ଦେଖା ଯାଉଥିଲେ ।

8. ସିଦ୍ଧାର୍ଥ ମୋଲହୋତ୍ରା ଏସ୍.ଟି ଜାବୀୟର ସିନିୟର ସ୍କୁଲ, ଦିଲ୍ଲୀରେ ପଢିଥିଲେ । ସେହି ସମୟରୁ ହିଁ ସେ ଖୁବ୍ ସୁନ୍ଦର ଦେଖା ଯାଉଥିଲେ ।

9. ସୁଶାନ୍ତ ସିଂହ ରାଜପୁତ ପଟାନାର ଏସ୍.ଟି କରେନ ହାଇ ସ୍କୁଲରୁ ପାଠ ପଢ଼ା ଶେଷ କରିଥିଲେ । ସେହି ସମୟରେ ସେ ବହୁତ ପତଳା ଦେଖା ଯାଉଥିଲେ ।

10. ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଲକ୍ଷ୍ମୌର ମାର୍ଟିନିୟର ଗାର୍ଲସ ସ୍କୁଲରୁ ପାଠ ପଢ଼ା ଶେଷ କରିଥିଲେ । ଫୋଟରେ ଦେଖି ପାରୁଥିବେ, ସେହି ସମୟରେ ମଧ୍ୟ ପ୍ରିୟଙ୍କାଙ୍କ ଚେହେରା ଆଜି ଭଳି ରହିଛି । ନିଜ ସ୍କୁଲ ସମୟରେ ଜଣେ ଭଲ ଛାତ୍ରୀ ଥିଲେ ପ୍ରିୟଙ୍କା ।