ନିଜର ମୌନତା ଭାଙ୍ଗି ଜୟା ବଚ୍ଚନ କହିଥିଲେ, “ଘରେ ଅମିତାଭ ଏବଂ ଐଶ୍ଵର୍ଯ୍ୟା କିପରି ରହୁଛନ୍ତି” ।

Spread the love

ଅମିତାଭଙ୍କୁ ଏହି ଯୁଗର ମହାନାୟକ କୁହାଯାଏ । ନିଜର ଗୋଟିକ ପରେ ଗୋଟିକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ, ସେ ବେତାଜ ବାଦଶାହା ହୋଇଛନ୍ତି । ୮୦ଦଶକ ହେଉ କିମ୍ବା ଆଜିର ଯୁଗ ସେ ସମସ୍ତ ପ୍ରକାରର ଭୂମିକାରେ ଅଭିନୟ କରିପାରୁଛନ୍ତି । ଅମିତାଭଙ୍କ ପ୍ରତ୍ୟେକ ଫିଲ୍ମକୁ ଦର୍ଶକ ମଧ୍ୟ ପସନ୍ଦ କରୁଥିଲେ ଏବଂ ବର୍ତ୍ତମାନ ମଧ୍ୟ ପସନ୍ଦ କରୁଛନ୍ତି । ଗତ ବର୍ଷ ଅମିତାଭଙ୍କ ଏକ ଫିଲ୍ମ ରିଲିଜ ହୋଇଥିଲା, ଯେଉଁଥିରେ ସେ ତାଙ୍କର ସହ-ତାରକା ରହିଥିବା ଋଷି କପୁରଙ୍କ ପିତାଙ୍କ ଅଭିନୟ କରିଥିଲେ । ସେହି ଫିଲ୍ମର ନାମ “ନୋଟ ଆଉଟ ଏଟ ୧୦୨” ଥିଲା । ଫିଲ୍ମରେ ସମାନ ବୟସର ଅଭିନେତାଙ୍କ ପିତା-ପୁତ୍ର ଭୂମିକା ଦେଖିବାକୁ ଭଲ ଥିଲା ।

କିନ୍ତୁ ଆମେ ଆଜି ଅମିତାଭ ବଚ୍ଚନଙ୍କ ବିଷୟରେ ନ କହି ତାଙ୍କ ପତ୍ନୀ ଅର୍ଥାତ ଜୟା ବଚ୍ଚନଙ୍କ ବିଷୟରେ କହିବୁ । କିଛିଦିନ ହେବ ସେ ନିଜର ପରିବାରକୁ ନେଇ କିଛି ଗୁପ୍ତ କଥାର ଫର୍ଦାଫାସ କରିଥିଲେ । ଆପଣ ଜାଣନ୍ତୁ ଯେ, ଜୟା ବଚ୍ଚନ ଏକ ଉତ୍ତମ କଳାକାର ସହ ଏକ ଭଲ ରାଜନେତ୍ରୀ ମଧ୍ୟ ଅଟନ୍ତି । ଜୟା ବଚ୍ଚନ ପ୍ରଥମ ଅଭିନେତ୍ରୀ ଯିଏକି ଫିଲ୍ମ ସହିତ ରାଜନୀତିରେ ମଧ୍ୟ ବହୁତ ସଫଳତା ଅର୍ଜନ କରିଛନ୍ତି । ଜୟା ସବୁବେଳେ ଲାଇମ ଲାଇଟରୁ ଦୁରେଇ ରୁହନ୍ତି କିନ୍ତୁ ଯେବେ ମଧ୍ୟ କିଛି କୁହନ୍ତି ତାହା ବେଳେବେଳେ ଚର୍ଚ୍ଚାର ବିଷୟ ହୋଇଥାଏ । କିଛିଦିନ ତଳେ ସେ ଏକ ମିଡ଼ିଆ ଇଣ୍ଟରଭ୍ୟୁରେ ନିଜ ପତି ଅମିତାଭ ବଚ୍ଚନ ଏବଂ ନିଜ ବୋହୁ ଐଶ୍ଵର୍ଯ୍ୟାଙ୍କ ବିଷୟରେ ଏପରି କିଛି କହିଛନ୍ତି; ଯାହା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଅମିତାଭ ବଚ୍ଚନ ଏବଂ ଐଶ୍ଵର୍ଯ୍ୟାଙ୍କର ରହସ୍ୟ :

ଆପଣମାନେ ଆଜି ପର୍ଯ୍ୟନ୍ତ ବଲିଉଡର ସମ୍ରାଟ ଏବଂ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ ଶଶୁର ଏବଂ ବୋହୁ ଭାବରେ ଦେଖିଥିବେ । କିନ୍ତୁ ଜୟା ବଚ୍ଚନଙ୍କ ଅନୁସାରେ ଉଭୟ ଶଶୁର ଏବଂ ବୋହୁଙ୍କ ମଧ୍ୟରେ ଏପରି କିଛି ରହସ୍ୟ ଅଛି, ଯାହା ଆପଣମାନେ ଜାଣିବା ପରେ ହତବାକ ହୋଇଯିବେ । ରାଜ୍ୟସଭା ସାଂସଦ ଜୟା ବଚ୍ଚନ ଏକ ବିଶେଷ କାର୍ଯ୍ୟକ୍ରମ ଆଇଡ଼ିଆ ଏକ୍ସଚେଞ୍ଜରେ ନିଜ ଘର ସହ ସମ୍ପୃକ୍ତ କିଛି ରୋଚକ କଥା ବିଷୟରେ ଚର୍ଚ୍ଚା କରିଥିଲେ । ଏକ ସମୟରେ ଅମିତାଭ ଏବଂ ଜୟାଙ୍କ ପ୍ରେମ କାହାଣୀ ସବୁଠାରୁ ଲୋକପ୍ରିୟତା ଥିଲା । ଅମିତାଭଙ୍କର ଅତି ନିକଟତର ହୋଇ ମଧ୍ୟ ଜୟା ତାଙ୍କ ସହ କାମ କରିବା ପାଇଁ ପସନ୍ଦ କରନ୍ତି ନାହିଁ । ତେବେ ଅମିତାଭ ଏବଂ ଐଶ୍ୱର୍ଯ୍ୟାଙ୍କ କେଉଁ କେଉଁ ବିଷୟ ଉପରୁ ଜୟା ରହସ୍ୟ ଉଠାଇଛନ୍ତି ଆସନ୍ତୁ ଜାଣିବା ।

ଆଜିର ସମୟରେ ପ୍ରତ୍ୟକଙ୍କ ଘରେ ଟିଭି ଅଛି । କହିବାକୁ ଗଲେ, ଘରେ ବସି ବସି ଟିଭି ଆମର ଆମୋଦ ପ୍ରୋମାଦର ଏକମାତ୍ର ଅଭ୍ୟାସ ହୋଇଯାଇଛି । ସମସ୍ତେ ନିଜ ପରିବାର ସହ ଏକାଠି ମିଶି ଟିଭି ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜୟା ବଚ୍ଚନଙ୍କୁ ନିଜ ପତି ଅର୍ଥାତ ଅମିତାଭ ସହ ଏକାଠି ବସି ଟିଭି ଦେଖିବାକୁ କଦାପି ପସନ୍ଦ ନାହିଁ । ଜୟାଙ୍କ ଅନୁସାରେ ଅମିତାଭ କେବଳ ଖେଳ ଚ୍ୟାନେଲ ଦେଖିବାକୁ ପସନ୍ଦ କରନ୍ତି ଯାହା ଜୟାଙ୍କୁ ସବୁଠାରୁ ବିରକ୍ତ ଲାଗିଥାଏ । ଜୟା କହିଥିଲେ ଯେ, ଅମିତାଭ ଏବଂ ଅଭିଷେକ ଏକାଠି ବସି ଖେଳ ଚ୍ୟାନେଲ ଦେଖନ୍ତି ଏବଂ ସେ ଅନ୍ୟ କୋଠରୀରେ ଟିଭି ଦେଖନ୍ତି ।

ଜୟା ନିଜ ବୋହୁ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ କହିଥିଲେ ଯେ, ସେ ସବୁ ସମୟରେ ଏକଟ୍ରେସ କାମକୁ କଦାପି ହାତଛଡା କରନ୍ତି ନାହିଁ । ଜୟାଙ୍କ ଅନୁସାରେ ଐଶ୍ୱର୍ଯ୍ୟା ରାୟ ଏକ ଭଲ ବୋହୁ ସହ ଏକ ଯତ୍ନଶାଳୀ ମାଆ ମଧ୍ୟ ଅଟନ୍ତି । ସେ ଆରାଧ୍ୟାଙ୍କୁ କଦାପି ମଧ୍ୟ ଏକୁଟିଆ ଛାଡ଼ନ୍ତି ନାହିଁ । ଜୟାଙ୍କ ଅନୁସାରେ ଐଶ୍ୱର୍ଯ୍ୟା ନିଜେ ଆରାଧ୍ୟାଙ୍କୁ ପ୍ରସ୍ତୁତ କରିଥାନ୍ତି, ଖାଦ୍ୟ ଖୁଆଇଥାନ୍ତି, ସ୍ନାନ କରାଇଥାନ୍ତି ଏବଂ ପାଠ ମଧ୍ୟ ପଢ଼ାଇଥାନ୍ତି । ଜୟାଙ୍କ ଅନୁସାରେ ଆଜିକାର ଯୁଗର ମାଆମାନେ ପୁରୁଣା ଯୁଗର ମାଆ ମାନଙ୍କ ଠାରୁ ବହୁତ ଯତ୍ନଶୀଳ ଅଟନ୍ତି ।