ପୁରୁଣାରୁ ଅତି ପୁରୁଣା ଏକଜିମାକୁ ସମୂଳେ ଦୂର କରିଥାଏ; ଏହି ଉପଚାର ଥରେ ନିହାତି ପ୍ରୟୋଗ କରି ଦେଖନ୍ତୁ ।

Spread the love

ବନ୍ଧୁଗଣ ଏକଜିମା ଏକ ଗମ୍ଭୀର ରୋଗ ଅଟେ । ଏହି ରୋଗ ଦ୍ୱାରା ତ୍ୱଚାରେ ଲାଲ ଅବା ପୁରୁଣା ହେବା ପରେ ହାଲ୍କା କଳା ଦାଗ ହୋଇଯାଏ ଏବଂ ଅତ୍ୟଧିକ କୁଣ୍ଡିଆ ମଧ୍ୟ ହୁଏ । ଏକଜିମାର ସମ୍ବନ୍ଧ ଏଲର୍ଜିରୁ ହୋଇଥାଏ । ଏମାନଙ୍କୁ ଅସ୍ଥାମା ରୋଗ ମଧ୍ୟ ହୋଇପାରେ । ଥରେ ହେବା ପରେ ଏହା ସହଜରେ ଦୂର ହୋଇ ନଥାଏ ଏବଂ ଏହା ଖୁଵ ଶୀଘ୍ର ଶରୀରରେ ବଢିଥାଏ । ଆଜିର ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଏକଜିମାରୁ କିପରି ସହଜ ଘରୋଇ ଉପଚାର ଦ୍ଵାରା ମୁକ୍ତି ପାଇବା ସେହି ବିଷୟରେ ଆଲୋଚନା କରିବା ।

ପୁରୁଣାରୁ ଅତି ପୁରୁଣା ଏକଜିମାକୁ ଶେଷ କରିବାର ଏହା ଏକ ରାମବାଣ ଉପଚାର ଅଟେ । ନିହାତି ଥରେ ପ୍ରୟୋଗ କରନ୍ତୁ । ଏହି ଉପଚାର ନିମନ୍ତେ ଆପଣଙ୍କୁ ଆବଶ୍ୟକ ୨୦ ଗ୍ରାମ ନିମ୍ବ ଛାଲି, ୨୦ ଗ୍ରାମ ଅଶ୍ଵସ୍ତ ଗଛର ଛାଲି, ନୋସାଦାର ଯାହାକୁ ଆମେ ଅମୋନିୟମ କ୍ଲୋରାଇଡ଼ କହିପାରିବା ୨୦ ଗ୍ରାମ, ଜଡ଼ା ତେଲ, ଦୁଇଟି ଅରଖ ପତ୍ର, ୧୦ ଗ୍ରାମ ବବୁର ଗଛ ଛାଲି ଆବଶ୍ୟକ । ଏହି ସମସ୍ତ ଜିନିଷ ଆପଣ ନିକଟସ୍ଥ ମାର୍କେଟରୁ ସହଜରେ ମିଳିଯିବ ।

ସର୍ବପ୍ରଥମେ ଜଡ଼ା ତେଲକୁ ଛାଡି ଆଉ ସମସ୍ତ ଜିନିଷକୁ ଖରାରେ ଶୁଖାଇ ଦିଅନ୍ତୁ । ତାପରେ ଜଡ଼ା ତେଲକୁ ଛାଡି ଆଉ ସମସ୍ତକୁ ପେଷି ଏକ ଗୁଣ୍ଡ ବନାନ୍ତୁ । ଏବେ ଏହି ଗୁଣ୍ଡରେ ଜଡ଼ା ତେଲକୁ ମିଶାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ କୌଣସି ଖୋଲା ମୁହଁ ବୋତଲରେ ପୁରାଇ ୧୦ ଦିନ ପର୍ଯ୍ୟନ୍ତ ଖରାରେ ରଖନ୍ତୁ । ଏହାପରେ ଏହି ମିଶ୍ରଣକୁ ଏକଜିମା ପୀଡିତ ଅଙ୍ଗରେ ଲଗାନ୍ତୁ । ଏମିତି କରିବା ଦ୍ୱାରା ପୁରୁଣାରୁ ଅତି ପୁରୁଣା ଏକଜିମା ସମୂଳେ ଦୂର ହୋଇଯିବ ଏବଂ ଆପଣ ଏକଜିମାରୁ ତ୍ରାହି ମଧ୍ୟ ପାଇପାରିବେ । ଧ୍ୟାନ ରଖିବେ ଏହି ଉପଚାରର ପ୍ରୟୋଗ କରିବା ଦିନମାନଙ୍କରେ, ଏକଜିମା ହୋଇଥିବା ସ୍ଥାନରେ କୌଣସି ପ୍ରକାରର କିଛି ସାବୁନ ଲଗାଇବେ ନାହିଁ ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ହଁ, ନିଜର ମତାମତ Comment Boxରେ ନିଶ୍ଚୟ ପ୍ରଦାନ କରନ୍ତୁ ।