କାହିଁକି ଝିଅମାନଙ୍କ ଚେହେରାରେ ଅଦରକାରୀ ବାଳ ଉଠିବାର ସମସ୍ୟା ଦେଖାଯାଇଥାଏ ? ଜାଣନ୍ତୁ କେମିତି କରିବେ ଏହାର ଘରୋଇ ଉପଚାର ।

Spread the love

ଦାଢି ଏବଂ ନିଶ ପୁରୁଷମାନଙ୍କର ଗୌରବ ଅଟେ । ଯାହାଦ୍ୱାରା ସେଥିରେ ସେମାନେ ବହୁତ ହ୍ୟାଣ୍ଡସମ୍ ଦେଖାଯାଇଥାନ୍ତି । କିନ୍ତୁ ଯଦି ଦାଢି ନିଶ ପରି ଚୁଟି ବା ବାଳ ମହିଳାଙ୍କର ମୁହଁରେ ଉଠିଥାଏ; ତେବେ ଏହା କୌଣସି ମଜାକ୍ ନୁହେଁ ବରଂ ବାସ୍ତବରେ କେତେକ ଝିଅଙ୍କର ଅପର୍ ଲିପ୍ ଅର୍ଥାତ ଓଠ ଉପରେ ଚୁଟି ଆସିଯାଇଥାଏ । ଏହା ନିଶ ଭଳି କଳା ଏବଂ ଘନ ହୋଇନଥାଏ କିନ୍ତୁ ବେଶୀ ଚୁଟି ହେବା ଦ୍ୱାରା ସୁନ୍ଦରତା କମ୍ ହୋଇ ଯାଇଥାଏ । ଏହି ଅପର୍ ଲିପ୍ ର ଚୁଟିଗୁଡିକ ହଟାଇବା ପାଇଁ ଝିଅମାନେ ଅନେକ ପ୍ରକାରର ଉପାୟ ଆପଣାଇଥାନ୍ତି । ଅନେକ ଥର ଭ୍ୟାକ୍ସର ସାହାରା ନେବାକୁ ପଡିଥାଏ ଅଥବା ଥ୍ରେଡିଂ କରିବାକୁ ପଡିଥାଏ । ଅନେକାଂଶରେ ଝିଅମାନେ ବ୍ଲିଚର ସାହାରା ନେବାକୁ ପଡିଥାଏ । ଏମିତିରେ କିଛି ପ୍ରକୃତିକ ଉପାୟ ରହିଛି ଯାହାଦ୍ୱାରା ଆପଣ ଘରେ ବସି ପ୍ରାକୃତିକ ଉପାୟରେ ଚୁଟି ହଟାଇ ପାରିବେ ।

କାହିଁକି ଝିଅମାନଙ୍କ ଚେହେରା ଉପରେ ଆସିଥାଏ ଚୁଟି :

ଚେହେରା ଉପରେ ଚୁଟି ଆସିବାର ଦୁଇଟି କାରଣ ଥାଏ । ପ୍ରଥମ କାରଣ ଏହା ହୋଇପାରେ କି ଅନୁବଂଶୀକ ଏବଂ ଦ୍ୱିତୀୟ କାରଣ ହୋରମନ ଗୁଡିକର ଅସନ୍ତୁଳନ ଯୋଗୁଁ ହୋଇଥାଏ । ହରମନ୍ ସନ୍ତୁଳନ ଯେତେବେଳେ ବିଗିଡି ଯାଇଥାଏ ସେତେବେଳେ ଚେହେରା ଉପରେ ଚୁଟି ଆସିଯାଇଥାଏ । ଅଳ୍ପ କିଛି ଚୁଟି ଆସିବା ସାମାନ୍ୟ ଅଟେ କିନ୍ତୁ ଚୁଟି ଯଦି ଅଧିକ ଆସୁଥାଏ; ତେବେ ଆପଣ ଏଥିପାଇଁ ପାର୍ଲର କିମ୍ବା ଡାକ୍ତରଙ୍କ ପାଖକୁ ଯାଇ ନିଜର ଚିକିତ୍ସା କରାଇ ପାରିବେ । ଅନେକାଂଶରେ ଖରାପ ଦିନଚର୍ଯ୍ୟା ବା ଖରାପ ଲାଇଫ ଷ୍ଟାଇଲ ଯୋଗୁଁ ଏହି ସମସ୍ୟା ଦେଖା ଦେଇଥାଏ । ଅଧିକ ଚିନ୍ତା କରିବା ଉଚିତ୍ ନୁହେଁ ବରଂ ନିଜର ପ୍ରତ୍ୟେକ ଦିନର ଅଭ୍ୟାସ ସୁଧାରି ନେବା ଉଚିତ୍ । ଏମିତିରେ କିଛି ପ୍ରାକୃତିକ ଉପାୟ ଅଛି ଯାହାଦ୍ୱାରା, ଆପଣ ଏହାର ଚିକିତ୍ସା ଅତି ସହଜରେ କରିପାରିବେ କରିପାରନ୍ତି ।

ହଳଦୀ ବେସନର ମାସ୍କ :

ଏକ ଚାମଚ ବେସନରେ ସାମାନ୍ୟ ହଳଦୀ ମିଶାଇ ଦିଅନ୍ତୁ । ବେସନ ହଲଦୀ ସହିତ ଏଥିରେ ଅଳ୍ପ କ୍ଷୀର ଢାଳନ୍ତୁ ଯାହାଦ୍ୱାରା ଏକ ଗାଢ଼ ପେଷ୍ଟ ହୋଇଯିବ । ବର୍ତ୍ତମାନ ଏହି ଗାଢ ପେଷ୍ଟକୁ ଅପର୍ ଲିପ୍ ରେ ଲଗାନ୍ତୁ । ତା’ପରେ ଏହି ପେଷ୍ଟକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ଶୁଖିଗଲା ପରେ ଏହାକୁ ଧୋଇ ଦିଅନ୍ତି । ଏମିତି ସପ୍ତାହରେ କିଛି ଦିନ ପର୍ଯ୍ୟନ୍ତ କରନ୍ତୁ ଧିରେ ଧୀରେ ଏହାର ପ୍ରଭାବ ଆପଣଙ୍କୁ ଦେଖିବାକୁ ମିଳିବ । ହଳଦୀ ଚୁଟିକୁ ଭିତରରୁ ଦୁର୍ବଳ କରାଇଥାଏ, ବେସନ ଏବଂ କ୍ଷୀର ଦ୍ୱାରା ଆପଣଙ୍କ ଚେହେରା ଆହୁରି ଅଧିକ ସଫା ହୋଇଥାଏ ।

ଲେମ୍ଭୁ ଓ ଚିନିର ମିଶ୍ରଣ :

ଏହି ମିଶ୍ରଣ ଦ୍ୱାରା ମଧ୍ୟ ଆପଣ ନିଜ ଅପର୍ ଲିପ୍ କୁ ହଟାଇ ପାରିବେ । ଏକ ଚାମଚ ଚିନିର ଅଧା ଚାମଚ ଲେମ୍ଭୁ ରସ ମିଶାନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ପ୍ରସ୍ତୁତ ହେଲା ପରେ କିଛି ସମୟ ପର୍ଯ୍ୟନ୍ତ ଅଭାନରେ ରଖି ଦିଅନ୍ତୁ । ଯେତେବେଳେ ଚିନି ମିଶି ଯିବ, ତେବେ ଏହି ମିଶ୍ରଣକୁ ବାହାରକୁ ବାହାର କରି ନିଅନ୍ତୁ । ଏବେ ଯେକୌଣସି ସ୍ଥାନରେ ଆପଣଙ୍କ ଅଦରକାରୀ ଚୁଟି ବା ବାଳ ଥିବ ଏବଂ ଅପର ଲିପ୍ସ ଉପରେ ମଧ୍ୟ ଏହି ପେଷ୍ଟକୁ ଲଗାଇ ନିଅନ୍ତୁ । ଏହା କରିବା ପରେ ଆପଣଙ୍କ ଚେହେରାରୁ ଅଦରକାରୀ ଚୁଟି ଅଦୃଶ୍ୟ ହେବାକୁ ଲାଗିବ । କିଛି ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିବା ପରେ ଆପଣଙ୍କୁ ଏହାର ପାର୍ଥକ୍ୟ ଆପଣ ନିଜେ ଜାଣିପାରିବେ ।

କ୍ଷୀର ଏବଂ ହଳଦୀ :

ଏହା ଏମିତି ଏକ ପେଷ୍ଟ ଅଟେ; ଯାହାକୁ ଚେହେରା ଉପରେ ଲଗାଇବା ଦ୍ୱାରା ନା କେବଳ ଆପଣଙ୍କ ଚେହେରାର ଅଦରକାରୀ ଚୁଟି ହଟିଥାଏ ବରଂ ଆପଣଙ୍କ ଚେହେରାର ରଙ୍ଗ ମଧ୍ୟ ଖେଳି ଯାଇଥାଏ । ସର୍ବପ୍ରଥମେ ହଳଦୀରେ ସାମାନ୍ୟ ଅଧିକ ନେଇ, ସେଥିରେ କିଛି ବୁନ୍ଦା କ୍ଷୀର ମିଶାନ୍ତୁ । ଯାହାଦ୍ୱାରା ଏକ ଭଲ ପେଷ୍ଟ ତିଆରି ହୋଇଯିବ । ବର୍ତ୍ତମାନ ଆାପଣ ଏହି ପେଷ୍ଟକୁ ନିଜର ଅପର ଲିପ୍ସ ଉପରେ ଲଗାଇ ନିଅନ୍ତୁ ଏବଂ କିଛି ସମୟ ଶୁଖିବାକୁ ଦିଅନ୍ତୁ । ଯେତେବେଳେ ଶୁଖିଯିବ, ତେବେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।