୧୦୦ ଟଙ୍କା ଶସ୍ତା ହେଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର, ଜୁଲାଇ ୧ ଅର୍ଥାତ ଆଜିଠାରୁ ଲାଗୁ ହେବ ନୂଆ ଦର ।

Spread the love

ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି । ଜୁଲାଇ ପହିଲାରୁ ଏହା ଲାଗୁ ହୋଇଯିବ। ଫଳରେ ଦିଲ୍ଲୀରେ ଘରୋଇ ବ୍ୟବହାର ହେଉଥିବା ଅଣସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୬୩୭ ଟଙ୍କା ହେବ । ଇଣ୍ଡିଆନ ଅଏଲ କର୍ପୋରେଶନ ପକ୍ଷରୁ ରବିବାର ଏ ସଂକ୍ରାନ୍ତରେ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଦର ହ୍ରାସ ପାଇବା ଏବଂ ଡଲାର-ଟଙ୍କା ବିନିମୟ ମୂଲ୍ୟରେ ସ୍ଥିରତା କାରଣରୁ ବିନା ସବ୍‌ସିଡିର ଏଲ୍‌ପିଜି ଦର ହ୍ରାସ ପାଇଛି ।

ସବ୍‌ସିଡି ଯୁକ୍ତ ଘରୋଇ ସିଲିଣ୍ଡର ଉପଭୋକ୍ତାମାନଙ୍କୁ ଜୁଲାଇ ୧ ଅର୍ଥାତ ଆଜିଠାରୁ ରିଫିଲ କଲାବେଳେ ୭୩୭.୫୦ ଟଙ୍କା ବଦଳରେ ୬୩୭ ଟଙ୍କା ଦେବାକୁ ପଡିବ । ସାର୍ଵଜନିକ କ୍ଷେତ୍ରର ଇଣ୍ଡିଆନ ଅୟଲ କର୍ପୋରେସନ କମ୍ପାନୀ ରବିବାର ଦିନ ବିଜ୍ଞପ୍ତିରେ ଏହା ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ଏବଂ ଡଲାର-ଟଙ୍କା ବିନିମୟ ଦରରେ ଆସିଥିବା ପରିବର୍ତ୍ତନର ପ୍ରଭାବ ସ୍ୱରୂପ ଏଲପିଜି (୧୪.୨ କେଜି)ର ଦର ହ୍ରାସ ହୋଇଛି । ନୂଆ ଦର ଜୁଲାଇ ୧ ଅର୍ଥାତ ଆଜିଠାରୁ ଲାଗୁ ହେବ ।

ସବ୍‌ସିଡି ଯୁକ୍ତ ଘରୋଇ ସିଲିଣ୍ଡର ଉପଭୋକ୍ତାମାନଙ୍କୁ ରିଫିଲ କଲାବେଳେ ବଜାର ଦର ହିସାବରେ ପୈଠ କାରିବାକୁ ପଡ଼ିଥାଏ । ଏହାପରେ ସେମାନଙ୍କର ସବ୍ସିଡି ଅର୍ଥ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଏ । ଉପଭୋକ୍ତା ମାନଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ସବ୍‌ସିଡିରେ ମିଳିଥାଏ । ଏଲପିଜି ସିଲିଣ୍ଡର ଦରରେ ହୋଇଥିବା ଅତ୍ୟାଧିକ ହ୍ରାସ ପରେ ବର୍ତ୍ତମାନ ଉପଭୋକ୍ତା ମାନଙ୍କୁ ପ୍ରତି ସିଲିଣ୍ଡର ପିଛା ୧୪୨.୩୫ ଟଙ୍କା ସବ୍ସିଡି ମିଳିବ ଏବଂ ୨୦୧୯ରେ ସିଲିଣ୍ଡରର ପ୍ରଭାବି ଦର ୪୯୪.୩୫ ଟଙ୍କା ରହିବ ।