ଲକ୍ଷ୍ମୀଙ୍କ ପାଦ ନେଇ ଆସିଥାନ୍ତି ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ । ଜନ୍ମ ହେଲାବେଳେ ଘରକୁ ନେଇ ଆସନ୍ତି ଉନ୍ନତି ଏବଂ ସୌଭାଗ୍ୟ !

Spread the love

ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ନିଜ ଭାଗ୍ୟ ବଳରୁ ଧନୀ ହୋଇଥାନ୍ତି ।

ସମସ୍ତ ମହିଳା ଏବଂ ପୁରୁଷ ନିଜ ଜୀବନରେ ମାତା ପିତା ହେବାର ସୌଭାଗ୍ୟ ପ୍ରାପ୍ତି କରିବାକୁ ଚାହଁନ୍ତି, ଏହା ସଂସାରର ସବୁଠାରୁ ବଡ଼ ଖୁସି ଅଟେ । ଗୋଟିଏ ପରିବାରରେ ଏକ ଶିଶୁର ଜନ୍ମ ପରେ ପରିବାରରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଆସିଥାଏ । କିଛି ବିଶଷେ ମାମଲାରେ ତୋ ଝିଅଙ୍କ ଜନ୍ମ ଘରର ଗୃହ ଦଶାକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ଆଣିଦିଏ । ଏହାର ଅର୍ଥ କିଛି ଝିଅ ଏତେ ଭାଗ୍ୟଶାଳୀ ହୋଇଥାନ୍ତି ଯେ, ନିଜ ପରିବାରର ଉନ୍ନତିର କାରଣ ହୋଇଥାନ୍ତି । ଗୋଟିଏ ଅର୍ଥରେ କହିବାକୁ ଗଲେ, ତାଙ୍କ ପାଦ ଲକ୍ଷ୍ମୀଙ୍କ ଚରଣ ପରି ହୋଇଥାଏ, ଯାହା ଘରେ ପଡ଼ିବା ମାତ୍ରେ ହିଁ ସମସ୍ତଙ୍କୁ ଧନବାନ ଓ ଭାଗ୍ୟବାନ କରିଦିଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏପରି କିଛି ମାସ ବିଷୟରେ କହିବୁ ଯେ, ଯେଉଁ ମାସରେ ଝିଅମାନେ ଜନ୍ମ ହେବା ଦ୍ୱାରା ପରିବାରର ନାମ ଉଚ୍ଚ କରିଥାନ୍ତି ଏବଂ ପରିବାରର ଆର୍ଥିକ ଅଭାବ ମଧ୍ୟ ଦୂର କରିଥାନ୍ତି । ଏହି ଝିଅମାନେ ନିଜ ଭାଗ୍ୟ ବଳରୁ ହିଁ ଧନୀ ହୋଇଥାନ୍ତି ଏବଂ ଯାହାର ଲାଭ ସମ୍ପୂର୍ଣ୍ଣ ପରିବାରକୁ ମିଳିଥାଏ ।

ମାର୍ଚ୍ଚ :

ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଜୀବନରେ ତାଙ୍କୁ ନିଜର ଭାଗ୍ୟ ବଳରେ ହିଁ ସବୁକିଛି ମିଳିଥାଏ । ଭଗବାନ ସବୁ ସମୟରେ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଜୀବନରେ ବହୁତ କମ ସମୟ ହିଁ ଏପରି ହୁଏ ଯେ, ଏମାନଙ୍କ ଭାଗ୍ୟ ଖରାପ ହୋଇଥାଏ । ସବୁଠାରୁ ଭଲ କଥା ଏହା ଯେ, ଏମାନଙ୍କ ପ୍ରବଳ ଭାଗ୍ୟର ଲାଭ ଏମାନଙ୍କ ମାଆ ଓ ଶାଶୂ ଘର ଦୁଇ କୂଳକୁ ମିଳିଥାଏ । ଏମାନେ ଯେଉଁ ଘରକୁ ଆସନ୍ତି ସେଠାକାର ଉନ୍ନତି ଆରମ୍ଭ ହୋଇ ଯାଇଥାଏ । ଏହି ମାସରେ ଜନ୍ମିତ ଝିଅମାନେ ଯେଉଁ ଘରେ ରୁହନ୍ତି ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ରରେ ସେହି ପରିବାର ଲୋକେ ଲାଭବାନ ହୋଇଥାନ୍ତି ।

ଜୁଲାଇ :

ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି । ଏମାନେ ଯେଉଁ କାମରେ ହାତ ଦିଅନ୍ତି, ସେଥିରେ ଲାଭ ହିଁ ଲାଭ ମିଳିଥାଏ । ତାଙ୍କ ପାଦ ବହୁତ ଶୁଭ ହୋଇଥାଏ । କେବଳ ମାଆ ଓ ଶାଶୂ ଘର ନୁହେଁ ବରଂ ଅନ୍ୟ ଲୋକମାନେ ମଧ୍ୟ ନିଜର କୌଣସି ଶୁଭ କାମରେ ଆମନ୍ତ୍ରିତ କରି ଏମାନଙ୍କ ପ୍ରବଳ ଭାଗ୍ୟର ଲାଭ ଉଠାଇ ପାରିବେ । ଏହି ଝିଅମାନେ ଜୀବନରେ ଆଗକୁ ଯାଇ କିଛି ବଡ଼ ପଦବୀ ହାସଲ କରିଥାନ୍ତି । ତାଙ୍କ ଜ୍ଞାନ ବଳରେ ସେ ପରିବାର ନାମକୁ ମଧ୍ୟ ଉଚ୍ଚ କରିଥାନ୍ତି । ଏମାନେ ସମ୍ପୂର୍ଣ୍ଣ ଘରକୁ ଏକା ସାଥିରେ ବାନ୍ଧି ରଖନ୍ତି । ଏମାନଙ୍କ କାରଣରୁ ଧନ ଲାଭ ସହିତ ସୁଖ ମଧ୍ୟ ମିଳିଥାଏ ।

ସେପ୍ଟେମ୍ବର :

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ନିଜ ଭାଗ୍ୟବଳରୁ ବହୁତ ଧନୀ ହୋଇଥାନ୍ତି ଓ ତା’ସହିତ ଏମାନେ ବହୁତ ଚତୁର ଓ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନଙ୍କ ଚତୁରତା ବଳରେ ଘରେ କେତେ ଲୋକଙ୍କୁ ଲାଭ ମିଳିଥାଏ । ଏମାନଙ୍କ ମନ ବଡ଼ ସକ୍ରିୟ ଥାଏ, ଯାହା ସବୁ ସମସ୍ୟାର ସମାଧାନ ସହଜରେ ଖୋଜି ନେଇଥାଏ । ଏମାନଙ୍କ ଆସିବା ଦ୍ୱାରା ଘରର ୯୦ ପ୍ରତିଶତ ସମସ୍ୟା କ୍ଷଣିକ ମଧ୍ୟରେ ହିଁ ଦୂର ହୋଇଯାଏ ।

ନଭେମ୍ବର :

ଏହି ମାସରେ ଯଦି ଝିଅ ଜନ୍ମ ହୁଏ; ତେବେ ଜାଣି ନେବା ଉଚିତ ଯେ, ଅବଶ୍ୟ ଆପଣ ପୂର୍ବ ଜନ୍ମରେ କୌଣସି ପ୍ରକାର ଭଲ ଓ ପୁଣ୍ୟ କର୍ମ କରିଥିବେ । ଏହି ଝିଅମାନେ ଏକ ଆଦର୍ଶ ବୋହୂ ଏବଂ ଝିଅ ହୋଇଥାନ୍ତି । ଏମାନଙ୍କ ଯୋଜନା ଏତେ ଭଲ ଥାଏ ଯେ, ଏମାନେ ଚାହିଁଲେ ଘରକୁ ଶୀର୍ଷରେ ନେଇ ପହଞ୍ଚାଇ ପାରିବେ । ଏହାର ଅର୍ଥ ହେଉଛି ପରିବାରର ଆର୍ଥିକ ସ୍ଥିତିକୁ ସୁଧାରି ଦେଇଥାନ୍ତି । ଏମାନଙ୍କ ଆଗମନ ଦ୍ୱାରା ଘରେ ଖୁସି ଆସିଯାଏ । ଏମାନେ ନିଜ ମାତାପିତାଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହଁନ୍ତି ।

ଯଦି ଆପଣଙ୍କ ଝିଅ ମଧ୍ୟ ଏହି ମାସରେ ଜନ୍ମ ଗ୍ରହଣ କରିଛି; ତେବେ ଆପଣ ନିଜକୁ ନିଜେ ଭାଗ୍ୟଶାଳୀ ମନେ କରିପାରିବେ । ଯଦିଓ ଅନ୍ୟ ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କ ଠାରେ ମଧ୍ୟ କେତେ ବିଶେଷ ଗୁଣ ଦେଖାଯାଇଥାଏ ।