୧୪ ସେପ୍ଟେମ୍ବରରେ ହୋଇପାରେ ପୃଥିବୀରେ ପ୍ରଳୟ । ମାଡି ଆସୁଛି ବିପଦପୂର୍ଣ୍ଣ QW7 ଗ୍ରହ, ନାସା ବୈଜ୍ଞାନିକ କଲେ…

Spread the love

ବର୍ତ୍ତମାନ ଆସି ପହଁଚୁଛି ଏକ ବଡ଼ ଖବର ଯେ, ସେପ୍ଟେମ୍ବର ୧୪ରେ ପୃଥିବୀ ସହ ଧକ୍କା ଖାଇପାରେ ଏକ ଛୋଟ ଗ୍ରହ ଯାହାଫଳରେ ହୋଇପାରେ ମହାପ୍ରଲୟ । ଆସନ୍ତୁ ଜାଣିବେ କେଉଁ ବିପଦ ବିଷୟରେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ । ପୃଥିବୀ ଆଡ଼କୁ ମାଡି ଆସୁଛି ମହାବିପଦ, ଏହାର ପ୍ରଭାବରେ ପୃଥିବୀରେ ମହାପ୍ରଲୟ ହୋଇପାରେ । କାରଣ ମହାକାଶରୁ ପୃଥିବୀ ଆଡ଼କୁ ଏକ ବଡ଼ ପଥର ମାଡି ଆସୁଛି ଯାହାକୁ କହୁଛନ୍ତି qw7 ମାଡି ଆଡୁଛି । ତେବେ ପୃଥିବୀରେ ଏହା ଧକ୍କା ଖାଇଲେ ଭୟଙ୍କର ସ୍ଥିତି ଉପୁଜି ପାରେ ।

ଆମେରିକା ମହାକାଶ ସଂସ୍ଥା ନାସା ଅନୁସାରେ ସିଡିନି ହରବେଜ ବ୍ରିଜ ଲମ୍ବର ଏହି ପଥର ଖଣ୍ଡ ପୃଥିବୀ ଆଡ଼କୁ ମାଡି ଆସୁଛି, ଘଣ୍ଟା ପ୍ରତି ୨୩୧୦୦ କିମି ବେଗରେ ପୃଥିବୀ ଆଡ଼କୁ ମାଡି ଆସୁଛି । ସେପ୍ଟେମ୍ବର ୧୪ରେ ଏହି ପଥରଖଣ୍ଡ ପୃଥିବୀ ଠାରୁ ପ୍ରାୟ ୫.୩ ନିୟୁତ କିମି ଦୂରରେ ଗତି କରିବ, ଯାହା ଚନ୍ଦ୍ର ଏବଂ ପୃଥିବୀ ମଧ୍ୟର ଦୂରତାର ୧୩.୮୭ ଗୁଣ ସହ ସମାନ ଅଟେ କିନ୍ତୁ ଏହି ପଥର ଖଣ୍ଡ ପୃଥିବୀ ପାଇଁ ବଡ଼ ସଙ୍କଟ ଆଣିପାରେ । ଏଠାରେ ଆମେ କହିବା ପାଇଁ ଚାହୁଁଛୁ ଯେ, ପୃଥିବୀ ଠାରୁ ୧୪୯.୬ ନିୟୁତ କିମି ଦୂରରେ କୌଣସି ବସ୍ତୁ ଗତି କଲେ ଏହାକୁ ପୃଥିବୀର ନିକଟ ଦେଇ ଗତି କରୁଛି ବୋଲି କୁହାଯାଇପାରେ ।

ତେବେ ୨୧୦୦ ଫୁଟର ଏହି ବିଶାଳକାୟ ପଥର ଖଣ୍ଡ ପୃଥିବୀ ଠାରୁ ମାତ୍ର ୫.୩ ନିୟୁତ କିମି ଦୂରରେ ଗତି କରିବ । ତେଣୁ ବିଶ୍ୱବାସୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ତେବେ ଏହି ଛୋଟ ଗ୍ରହ ଗୁଡିକ ପୃଥିବୀ ଭଳି ସୂର୍ଯ୍ୟଙ୍କ ପରିକ୍ରମା କରୁଛନ୍ତି । ଶେଷ ଥର ପାଇଁ ଏହି ଛୋଟ ଗ୍ରହ ଗୁଡିକୁ ୧ ସେପ୍ଟେମ୍ବର ୨୦୦୦ ମସିହାରେ ଦେଖିବା ପାଇଁ ମିଳିଥିଲା । ତେବେ ଏହାପରେ ଏହି ପଥର ଖଣ୍ଡ ଦୃଶ୍ୟମାନ ହୋଇନଥିଲା । କିନ୍ତୁ ଜୁଲାଇ ଏବଂ ଅଗଷ୍ଟ ମାସରେ ଏହି ପଥର ଖଣ୍ଡ ଅର୍ଥାତ ଏହି ଗ୍ରହ ପୁଣିଠାରେ ଦୃଶ୍ୟମାନ ହେବ । ବୈଜ୍ଞାନିକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି ।

ତେବେ ଏହା ପୂର୍ବରୁ ୧୯୦୮ ମସିହାରେ ପୃଥିବୀ ସହ ଧକ୍କା ହେବା ଫଳରେ ଜଳି ନଷ୍ଟ ହୋଇଯାଇଥିଲା । ଏହାର ପ୍ରଭାବରେ ସାଇବେରିୟାର ଦୁଙ୍କୁସ ଅଞ୍ଚଳରେ ପାଖାପାଖି ୧୦୦ ମିଟର ଏକ ଗାତ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ପ୍ରାୟ ୮ କୋଟି ଗଛ ନଷ୍ଟ ହୋଇଯାଇଥିଲା ।ତେବେ ଏଥିରୁ ଆପଣମାନେ ଚିନ୍ତା କରିପାରୁ ଥିବେ, ସାମାନ୍ୟ ଏହି ଛୋଟ ପଥର ପୃଥିବୀ ସହ ଧକ୍କା ହେବ ଫଳରେ ଯଦି ଏହିପରି ପ୍ରଭାବ ପକାଇପାରିଥିଲା, ତେବେ ୨୧୦୦ ଫୁଟର ପଥର ପୃଥିବୀ ସହ ଧକ୍କା ହେବା ଫଳରେ କଣ ହେବ ? ଏହାକୁ ହିଁ କୁହନ୍ତି ମହାପ୍ରଲୟ ।

ଏହି ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଉପରେ ଆପଣଙ୍କ ମତାମତ କଣ ? Comment କରି ଜାଣନ୍ତୁ ।