ବଡ଼ ଖବର ! ଜୁନ୍ ମାସରେ ଏତିକି ଦିନ ବ୍ୟାଙ୍କ ଛୁଟି ରହିବ, ଏଠାରେ ଦେଖନ୍ତୁ ଆରବିଆଇ ଜାରି କରଥିବା ତାଲିକା ।

Spread the love

ଯଦି ଆପଣଙ୍କୁ ବ୍ୟାଙ୍କରେ କିଛି କାମ ଅଛି, ତେବେ ଆପଣଙ୍କ ପାଇଁ ଏହି ଖବରଟି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହା ଏଥିପାଇଁ କାହିଁକି ନା ଆରବିଆଇ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ଜୁନ୍ ମାସରେ ବ୍ୟାଙ୍କ ୬ଦିନ ବନ୍ଦ ରହିବ ।

ଯଦି ଆପଣଙ୍କୁ ବ୍ୟାଙ୍କରେ କିଛି କାମ ଅଛି, ତେବେ ଆପଣଙ୍କ ପାଇଁ ଏହି ଖବରଟି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହା ଏଥିପାଇଁ କାହିଁକି ନା ଆର ବି ଆଇ ୱେବସାଇଟରୁ ମିଳିଥିବା ସୂଚନା ଅନୁସାରେ ଜୁନ୍ ମାସରେ ବ୍ୟାଙ୍କ ୬ଦିନ ବନ୍ଦ ରହିବ । ଏହି ୬ଟି ଛୁଟି ଭିନ୍ନ ଭିନ୍ନ ରାଜ୍ୟରେ ହେଉଥିବା ଛୁଟି ମଧ୍ୟରେ ସାମିଲ ଅଛି । ସେଥିପାଇଁ ଯଦି ବ୍ୟାଙ୍କ ସମ୍ବନ୍ଧୀୟ କିଛି କାର୍ଯ୍ୟ ଅଛି; ତେବେ ଠିକ ସମୟରେ ସୁଯୋଗ ଦେଖି ପୂରା କରିଦିଅନ୍ତୁ । ଆସନ୍ତୁ ଜାଣିବା ଜୁନ୍ ମାସରେ କେତେ ଦିନ ଏବଂ କେବେ ବ୍ୟାଙ୍କ ବନ୍ଦ ରହିବ ।

ଆରବିଆଇ ତରଫରୁ ଜୁନ୍ ମାସରେ ବ୍ୟାଙ୍କରେ ଦିଆଯାଇଥିବା ଛୁଟି ତାଲିକା :

ଜୁନ ୫ : ଇଦ-ଉଲ-ଫିତର । ଏହି ଦିନ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

ଜୁନ ୬ : ମହାରଣା ପ୍ରତାପ ଜୟନ୍ତୀ । ଏହି ଦିନ ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ ।

ଜୁନ ୮ : ଦ୍ଵିତୀୟ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହେ ।

ଜୁନ ୧୫ : ରଜ ସଂକ୍ରାନ୍ତି । ଏହି ଦିନ ଓଡ଼ିଶାରେ ବ୍ୟାଙ୍କ ବନ୍ଦ ରହିବ ।

ଜୁନ ୧୫ : ବାଇ.ଏମ୍.ଏ ଡେଏ । ଏହି ଦିନ ମିଜୋରମରେ ବ୍ୟାଙ୍କ ବନ୍ଦ ରହିବ ।

ଜୁନ ୧୭ : ସଗା ଦାବା । ଏହି ଦିନ ସିକକିମରେ ବ୍ୟାଙ୍କ ବନ୍ଦ ରହିବ ।

ଜୁନ ୨୨ : ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହେ ।

ଏହି ପୂଜାପର୍ବରେ ବ୍ୟାଙ୍କ ବନ୍ଦ ରହେ :

ରେମନା ନୀ – ମିଜୋରମର ମୁଖ୍ୟ ପର୍ବ ରୂପେ ପାଳନ କରାଯାଏ । ପ୍ରକୃତରେ ୧୯୮୬ ଜୁନ୍ ୩୦ରେ କେନ୍ଦ୍ର ସରକାର ଏବଂ ପୂର୍ବ ଭୂମିଗତ ମିଜୋ ନେସନାଲ ଫ୍ରଣ୍ଟ (ଏମ୍.ଏନ.ଏଫ୍)ଙ୍କ ମଧ୍ୟରେ ମିଜୋରମ ଶାନ୍ତି ବୁଝାମଣାରେ ସ୍ୱାକ୍ଷରିତ ହୋଇଥିଲା । ଏହିଦିନ ଠାରୁ ପ୍ରତି ବର୍ଷ ମିଜୋରମରେ ଏହାର ବାର୍ଷିକ ଉତ୍ସବ ପାଳନ କରାଯାଉଛି ।

ପହିଲି ରଜ – ଏହି ପର୍ବଟି ମୁଖ୍ୟ ରୂପରେ ଓଡ଼ିଶାରେ ପାଳନ କରାଯାଏ । ଏହି ଦିନ ବ୍ୟାଙ୍କ ବନ୍ଦ ରହେ ।

ରଜ ବା ମିଥୁନ ସଂକ୍ରାନ୍ତି – ଏହି ପର୍ବ ମଧ୍ୟ ଓଡ଼ିଶାର ଲୋକମାନେ ପାଳନ କରନ୍ତି । ଏହି ପର୍ବ ତିନି ଦିନ ପର୍ଯ୍ୟନ୍ତ ଚାଲିଥାଏ ।

ଗୁରୁ ଅର୍ଜନ ଦେବଙ୍କ ଶହୀଦ ଦିବସ – ଶିଖ ସମୁଦାୟର ଲୋକମାନେ ଏହି ଦିନ ଗୁରୁଦ୍ୱାର ଯାଆନ୍ତି । ଏହି ଦିନ ଗୁରୁଦ୍ୱାରରେ କୀର୍ତ୍ତନ ହୁଏ, ପରେ ଭୋଜନର ଆୟୋଜନ ହୋଇଥାଏ ।

ସନ୍ଥ ଗୁରୁ କବିର ଜୟନ୍ତୀ – ସନ୍ଥ କବିର ଦାସ ଆମ ଦେଶର ଜଣେ ମହାନ ସନ୍ଥ ଥିଲେ । କବିର ଜୟନ୍ତୀ ତାଙ୍କ ଜନ୍ମ ଦିବସରେ ପାଳନ କରାଯାଏ ।

ଖରଚି ପୂଜା – ଏହି ଉତ୍ସବଟି ଖାସ ରୂପେ ତ୍ରିପୁରାର ଲୋକମାନେ ପାଳନ କରନ୍ତି ।