ବଡ ଖବର ! ହାଇକୋର୍ଟରେ କାଳିଆ ଯୋଜନା – ଆଉ ମିଳିବ ନାହିଁ କାଳିଆ ଯୋଜନାର ଟଙ୍କା !

Spread the love

କାଳିଆ ଯୋଜନା ବିଷୟରେ ତ ଆପଣମାନେ ଜାଣିଥିବେ । ଆସନ୍ତୁ ଜାଣିବା, କଣ ଆଉ ମିଳିବ କି ନାହିଁ କାଳିଆ ଯୋଜନାର ଟଙ୍କା :-

ବନ୍ଧୁଗଣ ଓଡିଶା ସରକାରଙ୍କ ପକ୍ଷରୁ ଦାବି କରାଯାଇଥିବା ଭଲ ଯୋଜନା ଯାହାକି କାଳିଆ ଯୋଜନା, ଶେଷରେ ଆଜି ଯାଇ ପହଁଞ୍ଚିଚି ଉଚ୍ଚ ନ୍ୟାୟାଳୟରେ । କୌଣସି ଆପତ୍ତି କାଳୀନ ସମୟ ନଥାଇ ଅଣ-ସାମ୍ବାଦିକ ଭାବେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ କରି ହାଇକୋର୍ଟରେ ଆବେଦନ କରିଛନ୍ତି ସାମାଜିକ କର୍ମୀ ଡ଼ଃ ସୁବାଷ ମହାପାତ୍ର । ଏଥିରେ ମୁଖ୍ୟ ରାଜ୍ୟ ଶାସନ ସଚିବ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ଅର୍ଥ ସଚିବ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିଛନ୍ତି ଆବେଦନକାରୀ । ଆବେଦନର ଡ଼ଃ ମହାପାତ୍ର କହିଛନ୍ତି ଯେ ସମ୍ବିଧାନର ୨୬୭ ଧାରା ଓ ଓଡିଶା କଣ୍ଟିଜେନସ ଫୋଣ୍ଡ ଆକ୍ଟର ବିରୁଦ୍ଧାଚରଣ କରିଛି କାଳିଆ ଯୋଜନା ।

ଧାରା ଅନୁସାରେ ଏହା କେବଳ ରାଜ୍ୟର ବିଭିନ୍ନ ସମୟରେ ବନ୍ୟା ଓ ବାତ୍ୟା ଭଳି ଜରୁରୀ କାଳୀନ ପରିସ୍ଥିତି ପାଇଁ ରହୁଥିବା ବେଳେ ଏବେ କେବଳ ନିର୍ବାଚନ ପାଇଁ ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଠି ପାଇଁ ଜରୁରୀ କାଳୀନ ଫୋଣ୍ଡରୁ ପାଖାପାଖି ୭୩୪ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯାହା ଅଣ-ସାମ୍ବାଦିକ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି । ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଡ଼ଃ ମହାପାତ୍ରଙ୍କ ଆବେଦନକୁ ସ୍ୱୀକାର କରିନେଇଛନ୍ତି । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହାର ଜବାବ ଦଖଲ ପାଇଁ ପ୍ରତିପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।

■ କାଳିଆ ଯୋଜନା ■

କାଳିଆ ଯୋଜନାରେ କ’ଣ କ’ଣ ମିଳିବ ଲାଭ ?

◆ ଚାଷ ପାଇଁ ସହାୟତା

୩୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ୫ଟି କିସ୍ତିରେ

◆ ଅସମର୍ଥ ଚାଷୀଙ୍କୁ ସହାୟତା

ବୃଦ୍ଧବସ୍ଥା, ଅକ୍ଷମତା, ରୋଗ ତଥା ଅନ୍ୟାନ୍ୟ କାରଣରୁ ଚାଷ ପାଇଁ ଅସମର୍ଥ ୧୦ ଲକ୍ଷ ଚାଷୀଙ୍କୁ ବାର୍ଷିକ ୧୦,୦୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା

◆ ବିନା ସୁଧରେ କୃଷି ଋଣ

୧% ସୁଧରେ ଋଣ ପାଉଥିବା ଚାଷୀ ଏଣିକି ବିନା ସୁଧରେ ପାଇବେ କୃଷି ଋଣ