ମାତ୍ର ୫ ଟଙ୍କା ଖର୍ଚ୍ଚରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରିବେ ! ନିଶ୍ଚିତ ଭାବରେ ଜାଣନ୍ତୁ କଣ ସେହି ଜିନିଷଗୁଡିକ ।

Spread the love

ଆଜିକାଲିର ଧାଁଦୌଡ଼ ଜୀବନରେ ଏମିତି ଅନେକ ରୋଗ ଆସୁଛି, ଯାହାକି ସମସ୍ତଙ୍କ ଠାରେ ଦେଖାଯିବା ଏକ ସ୍ଵାଭାବିକ କଥା ହୋଇଯାଇଛି ।ଏମିତି ହିଁ ଏକ ରୋଗ ହେଉଛି ଉଚ୍ଚ ରକ୍ତଚାପ । ଡ଼ାକ୍ତରୀ ବିଜ୍ଞାନଙ୍କ କହିବା ଅନୁଯାୟୀ ଏହି ରୋଗ ଥରେ ଯାହାକୁ ହୋଇଯାଏ, ତେବେ ତାଙ୍କୁ ସେହି ରୋଗଠାରୁ ମୁକ୍ତି ପାଇବା ପାଇଁ ସାରା ଜୀବନ ଔଷଧ ଉପରେ ନିର୍ଭର କରିବାକୁ ପଡିଥାଏ । ତେବେ ଡେରି କାହିଁକି ଆସନ୍ତୁ ଆପଣଙ୍କୁ କହିବା ଏମିତି କେଉଁ ଜିନିଷ ଯାହାକୁ ବ୍ୟବହାର ଦ୍ଵାରା ଆପଣ ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇପାରିବେ ।

ଆଜିକାଲି ଲୋକଙ୍କ ଭୂଲ ଖାଦ୍ୟପେୟ ଓ ଭୁଲ୍ ଜୀବନଶୈଳୀ ଯୋଗୁଁ କମ ବୟସର ଲୋକଙ୍କୁ ଦୃଦଚାପ, ଅବରୋଧ, ଆଘାତ ଇତ୍ୟାଦି ସମସ୍ୟା ଦେଖାଯାଏ, ଯାହାର କାରଣ ମୁଖ୍ୟତଃ ଉଚ୍ଚରକ୍ତଚାପ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ପନିପରିବା ବିଷୟରେ କହିବାକୁ ଯାଉଛୁ; ଯାହାକୁ ଯଦି ଆପଣ ନିୟମିତ ଭାବରେ ସେବନ କରନ୍ତି, ତେବେ ନିଶ୍ଚିତ ରୂପରେ ଆପଣ ଏହି ସମସ୍ତ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖିପାରିବେ ବା ବଞ୍ଚାଇ ପାରିବେ ।

ମୂଳା :

ଏହି ତାଲିକାରେ ସର୍ବପ୍ରଥମେ ଯେଉଁ ପନିପରିବାର ନାମ ଆସୁଛି ତାହା ହେଲା ମୂଳା । ଥଣ୍ଡା ଦିନେ ବିଶେଷ କରି ଲୋକମାନେ ମୂଳାକୁ ସାଲାଡ଼ ରୂପେ ବ୍ୟବହାର କରନ୍ତି । ଆପଣଙ୍କୁ କହିଦେଉଛୁ ଯେ, ମୂଳାରେ ଭରପୂର ମାତ୍ରାରେ ପୋଟାସିୟମ ଉପଲବ୍ଧ ଥାଏ । ଯାହାକି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ମୂଳାକୁ ନିୟମିତ ରୂପରେ ବ୍ୟବହାର କରନ୍ତି; ତେବେ ଆପଣ ନିଜକୁ ରକ୍ତଚାପ ସମସ୍ୟାରୁ ବହୁତ ପରିମାଣରେ ସୁରକ୍ଷିତ ରଖିପାରିବେ ।

ପାଳଙ୍ଗ :

ଏହାପରେ ଏହି ତାଲିକାରେ ରହିଛି ପାଳଙ୍ଗ । ପାଳଙ୍ଗ ମଧ୍ୟ, ଏମିତି ତ ପ୍ରତ୍ୟେକ ବର୍ଷ ଆପଣଙ୍କୁ ମିଳିଥାଏ କିନ୍ତୁ ଯଦି ଆପଣ ଏହାକୁ ନିୟମିତ ଭାବରେ ସେବନ କରନ୍ତି; ବିଶେଷ କରି ଥଣ୍ଡା ଦିନରେ ତେବେ ଆପଣ ରକ୍ତଚାପ ସମସ୍ୟାରୁ ବହୁତ ପରିମାଣରେ ମୁକ୍ତି ପାଇପାରିବେ । କହି ରଖୁଛୁ ଯେ, ପାଳଙ୍ଗରେ ପୋଟାସିୟମ, ଫୋଲିକ ଏସିଡ୍, ମ୍ୟାଗ୍ନେସିୟମ ବହୁତ ମାତ୍ରାରେ ଉପଲବ୍ଧ ଥାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ସମସ୍ତ ତତ୍ତ୍ୱ ଧମନୀରେ ରକ୍ତ ଜମାଟ ବାନ୍ଧିବା ପ୍ରକିୟାକୁ ରୋକିଥାଏ । ତେଣୁ ଯଦି ଆପଣ ପାଳଙ୍ଗକୁ ନିଜର ଡାଇଟରେ ସାମିଲ କରନ୍ତି, ତେବେ ଏହା ଦ୍ଵାରା ଆପଣ ବହୁ ମାତ୍ରାରେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଗାଜର :

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗାଜର ମଧ୍ୟ ଏମିତି ଏକ ତତ୍ତ୍ୱ ଯାହା ଆପଣଙ୍କୁ ବିଶେଷ ଭାବରେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ଦେଇପାରେ । ଆପଣଙ୍କୁ କହିଦେଉଛୁ ଯେ ଗାଜରରେ ଥିବା ତତ୍ତ୍ୱ ଧମନୀରେ ରକ୍ତ ଜମାଟ ବାନ୍ଧିବାରୁ ରୋକିଥାଏ ଓ ଧମନୀରେ ରକ୍ତ ପ୍ରବାହିତ କରିଥାଏ, ଯାହାଫଳରେ ଅବରୋଧ ସମସ୍ୟା ଉପୁଜେ ନାହିଁ । ଆପଣ ଯଦି ସମୟ ସମୟରେ ଗାଜର ସେବନ କରନ୍ତି; ତେବେ ହଠାତ ଉପୁଜୁଥିବା ଅବରୋଧ ସମସ୍ୟାରୁ ଆପଣ ବଞ୍ଚିତ ହୋଇପାରିବେ ।

ମେଥି :

ଥଣ୍ଡା ଦିନେ ମେଥି ଶାଗକୁ ସମସ୍ତେ ମୁଖ୍ୟ ରୂପରେ ଖାଇବା ଉଚିତ । କାହିଁକି ନା ଏହା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ କମାଇ ଥାଏ ଓ ଏହାର ଫଳ ସ୍ୱରୂପ ହୃଦଘାତ ଓ ଉଚ୍ଚ ରକ୍ତଚାପ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ହଁ ଆଜ୍ଞା, ନିଜ ମତାମତ Comment ଜରିଆରେ ଜାଣନ୍ତୁ ! ଧନ୍ୟବାଦ ।