ବାରମ୍ବାର ପରିସ୍ରା ଜନିତ ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ।

Spread the love

ଏହି ସମସ୍ୟାକୁ ଉଚିତ ସମୟରେ ଠିକ ନକଲେ ବହୁତ ଗୁଡିଏ ଭୟଙ୍କର ରୋଗ ହୋଇପାରେ ।

ଚିନ୍ତା ଏକ ଭୟଙ୍କର ରୋଗ ଅଟେ ଯାହା ଦେଖାଯାଏ ନାହିଁ କିନ୍ତୁ ଶରୀରକୁ ଧୀରେ ଧୀରେ ମନୁଷ୍ୟକୁ ଦୁର୍ବଳ କରିଦେଇଥାଏ । ବାରମ୍ବାର ପରିସ୍ରା ଲାଗିବାର ଏହା ମଧ୍ୟ ଏକ କାରଣ ଅଟେ । ଏହିପରି ଆପଣଙ୍କ କ୍ଷେତ୍ରରେ ଘଟିଲେ ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ । ଏହିପରି ସମସ୍ୟା ଦେଖାଗଲେ ସର୍ଵ ପ୍ରଥମେ ନିଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରନ୍ତୁ । ପ୍ରତିଦିନ ସକାଳୁ ଶୀଘ୍ର ଉଠନ୍ତୁ ଏବଂ ରାତ୍ରିରେ ସଠିକ ସମୟରେ ଶଯ୍ୟାକୁ ଯାଆନ୍ତୁ । ଏହାସହ ନିଜ ଖାଦ୍ୟପେୟର ଧ୍ୟାନ ରଖନ୍ତୁ । ଏହାଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

Google

ସୁଗରର ମାତ୍ରା କମ କରନ୍ତୁ

Google

ଯେତେବେଳେ ଶରୀରରେ ସୁଗାର ମାତ୍ରା ବଢିଯାଇଥାଏ ତେବେ ବାରମ୍ବାର ପରିଶ୍ରା ଲାଗିବା ସମସ୍ୟା ଦେଖାଯାଇଥାଏ । ଶୀତ ଦିନେ ଏହି ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ । ଶୀତ ଦିନେ ଅଧିକ ଚାହା କିମ୍ବା କଫି ସେବନ କରିବା ଫଳରେ ଯାହାଫଳରେ ପରିଶ୍ରା ସମସ୍ୟା ଦେଖାଯାଇଥାଏ । ଏହି କାରଣରୁ ଚାହା ଏବଂ କଫିର ସେବନ କମ କରନ୍ତୁ । ଏହାସହ ନିୟମିତ ବ୍ୟାୟାମ ମଧ୍ୟ କରନ୍ତୁ ।

ପେଟରେ ପୋକ ହୋଇନାହିଁ ତ ?

Google

ଯଦି ଆପଣଙ୍କୁ ବାରମ୍ବାର ପରିଶ୍ରା ସମସ୍ୟା ଦେଖାଯାଏ ତେବେ ଏହାର କାରଣ ପେଟରେ ପୋକ ହୋଇପାରେ । ଯେତେବେଳେ ପେଟରେ ପୋକ ହୋଇଥାଏ ତେବେ ପରିଶ୍ରା ଜନିତ ସମସ୍ୟା ଦେଖାଯାଇଥାଏ । ବେଳେବେଳେ ଏହି ସମସ୍ୟା ଇୟୁରିନ ବ୍ଲାଡର ସଂକ୍ରମଣର କାରଣ ହୋଇପାରେ । ଏହାର ଧ୍ୟାନ ରଖିବା ଆବଶ୍ୟକ ଅଟେ । ଯଦି ଆପଣଙ୍କୁ ଏହିପରି କୌଣସି ସମସ୍ୟା ଦେଖାଯାଏ ତେବେ ଡାକ୍ତରଙ୍କ ସହ ପରାମର୍ଶ ନେବା ଉଚିତ ଅଟେ ।

ଉଚିତ ଖାଦ୍ୟପେୟ ଏହି ସମସ୍ୟକୁ ଦୂର କରିଥାଏ

Google

ଏହି ସମସ୍ୟା ଆପଣ ଘରେ ରହି ହିଁ ଦୂର କରିପାରିବେ । ଯଦି ଆପଣଙ୍କୁ ବାରମ୍ବାର ପରିଶ୍ରା ଜନିତ ସମସ୍ୟା ଦେଖାଯାଏ ତେବେ ପ୍ରତିଦିନ ରାଶି ନିର୍ମିତ ଖାଦ୍ୟ ଗ୍ରହଣ କରନ୍ତୁ । ଏହା ବ୍ୟତୀତ ଖାଦ୍ୟରେ ଦହିର ସେବନ କରନ୍ତୁ ଯାହାଫଳରେ ଆପଣଙ୍କୁ ଲାଭ ହେବ । ଏହାସହ ଖାଦ୍ୟରେ ମେଥି ଏବଂ ପାଳକର ବ୍ୟବହାର କରନ୍ତୁ । ହଳଦୀ ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ମସଲାଯୁକ୍ତ ଖାଦ୍ୟରୁ ଦୂରରେ ରୁହଁନ୍ତୁ

Google

ମସଲାଯୁକ୍ତ ଖାଦ୍ୟ ଗ୍ରହଣ କରିବା ଫଳରେ ଆପଣଙ୍କ ସମସ୍ୟା ବୃଦ୍ଧି ହୋଇଥାଏ । ମସଲାଯୁକ୍ତ ଖାଦ୍ୟ ୟୁରିକ ସଂକ୍ରମଣ ଜନିତ ସମସ୍ୟା ବୃଦ୍ଧି କରିଥାଏ । ଏହାଦ୍ୱାରା ଶରୀର ପୀଡା ହୋଇଥାଏ । ଏହି କାରଣରୁ ଚେଷ୍ଟା କରନ୍ତୁ ସାଧସିଧା ଭୋଜନ ଗ୍ରହଣ କରନ୍ତୁ ଯାହାଫଳରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ଏବଂ ସଂକ୍ରମଣରୁ ବର୍ତ୍ତିବା ପାଇଁ ଶରୀରକୁ ଠିକ ରୂପରେ ପରିଷ୍କାର ରଖନ୍ତୁ । ନିଜ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ ଯାହାଫଳରେ ଏହି ସମସ୍ୟାରୁ ମୁକ୍ତ ହୋଇପାରିବେ ।