ନିର୍ବାଚନ ସମୟରେ ଗହମ କାଟିବାରେ ଲାଗିଲେ ହେମା ମାଳିନୀ । ଏହା ଦେଖି ଲୋକେ କହିଲେ ମ୍ୟାଡେମ୍……..।

Spread the love

ହେମା ମାଳିନୀ ମଥୁରାର ଦେବସରେସ ଗାଁରେ ପହଂଚିବା ପରେ କ୍ଷେତରେ ଗହମ କାଟିବା ଆରମ୍ଭ କରିଥିଲେ ।

ଏହି ନିର୍ବାଚନ ସମୟରେ ପୁରା ଭାରତ ନିର୍ବାଚନ ରଙ୍ଗରେ ରଙ୍ଗେଇ ଯାଇଛି । ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ଭୋଟରଙ୍କ ପାଖକୁ ଯାଇ ବିଭିନ୍ନ ଶୈଳୀରେ ଭୋଟ ମାଗିବାରେ ଲାଗି ପଡିଛନ୍ତି । ଏହି ସମୟରେ ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀମାନେ ଲୋକଙ୍କ ପାଖରେ ପହଂଚି ଭୋଟ ମାଗିବାରେ ବ୍ୟସ୍ତ ହୋଇ ପଡିଛନ୍ତି । ଭି.ଆଇ.ପିରୁ ଭି.ଆଇ.ପି ଲୋକେ ମଧ୍ୟ ସାଧାରଣ ଲୋକଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି । ଏହିପରି ବିଜେପି ପ୍ରାର୍ଥୀ ହେମା ମାଳିନୀ ମଧ୍ୟ ମଥୁରାର ଲୋକଙ୍କ ପାଖକୁ ଯାଇ ଭୋଟ ମାଗିଛନ୍ତି ।

ବିଜେପି ପ୍ରାର୍ଥୀ ହେମା ମାଳିନୀ ମଥୁରାର ଦେବସେରସ ଗାଁରେ ପହଂଚି ଏକ ନିଆରା ଢଙ୍ଗରେ ଭୋଟ ମାଗିଛନ୍ତି । ଭୋଟ ମାଗିଛନ୍ତି ଠିକ୍ ଅଛି କିନ୍ତୁ ନିଜର ଫୋଟ ସୋସିଆଲ ମିଡିଆରେ ଯେତେବେଳେ ଶେୟର କରିଛନ୍ତି; ସେହି ଫୋଟକୁ ଦେଖି ଲୋକେ ଥଟ୍ଟା କରିବା ପାଇଁ ପଛେଇ ନାହାଁନ୍ତି । ନିର୍ବାଚନ ସମୟରେ ସବୁ ନେତା ଭୋଟ ମାଗିବା ପାଇଁ ବଦନାମ ହୋଇଥାନ୍ତି କିନ୍ତୁ ହେମା ମାଳିନୀ ଯାହା କରିଛନ୍ତି, ତାହାକୁ ନେଇ ଲୋକେ ହେମାଙ୍କ ଉପରେ, କୃଷକଙ୍କୁ ଅପମାନିତ କରିବାର ଆରୋପ ଲଗାଇଛନ୍ତି । ଲୋକେ କହିଛନ୍ତି; ନିର୍ବାଚନ ସମୟରେ ନେତା ନିଜର ବିଭିନ୍ନ ରଙ୍ଗ ଦେଖାଇଥାନ୍ତି ।

ଗହମ କଟୁଥିଲେ ହେମା ମାଳିନୀ :

ହେମା ମାଳିନୀ ମଥୁରାର ଦେବସେରସ ପହଂଚିବା ପରେ କ୍ଷେତରେ ଗହମ କଟିବାରେ ଲାଗିଲେ । ନା କେବଳ ଗହମ କଟିଲେ ହେମା ଗହମ ଗୁଚ୍ଛା ମଧ୍ୟ ମୁଣ୍ଡରେ ଉଠାଇଥିଲେ । ଏହି ପର୍ଯ୍ୟନ୍ତ ମାମଲା ଠିକ୍ ଥିଲା କିନ୍ତୁ ଯେତେବେଳେ ହେମା ନିଜର ଏହି ଫୋଟ ସବୁ ସୋସିଆଲ ମିଡିଆରେ ଶେୟର କରିଥିଲେ ଲୋକେ ଦେଖି ବ୍ୟଙ୍ଗ କରିବା ପାଇଁ ପଛେଇନଥିଲେ । ଗହମ କାଟୁଥିବା ସମୟରେ ହେମା ମାଳିନୀ ସିଫୋନ୍ ଶାଢ଼ୀ ପିନ୍ଧିଥିଲେ, ଯାହା ଫଳରେ ଲୋକେ ବ୍ୟଙ୍ଗ କରିବା ଆରମ୍ଭ କରିଥିଲେ । କହିବା ପାଇଁ ଚାହୁଁଛୁ; ନିର୍ବାଚନ ସମୟରେ ନେତାମାନେ ଲୋକଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ ପ୍ରକାରର ରଙ୍ଗରେ ରଙ୍ଗେଇଥାନ୍ତି ।

ନିର୍ବାଚନ ବିଭିନ ପ୍ରକାରର ନାଟକ କରାଇଥାଏ :

ହେମା ମାଳିନୀ ନିଜର ଫୋଟ ସୋସିଆଲ ମିଡ଼ିଆରେ ଶେୟର କରିବା ପରେ ଲୋକେ ବ୍ୟଙ୍ଗ କରିବା ଆରମ୍ଭ କରିଥିଲେ । ଲୋକେ କହିଛନ୍ତି, ବିଗତ 5 ବର୍ଷରେ ହେମାଙ୍କୁ କୃଷକଙ୍କ କଥା ମନେନଥିଲା କିନ୍ତୁ ବର୍ତ୍ତମାନ ତାଙ୍କୁ କୃଷକ ହିଁ କୃଷକ ଦେଖା ଯାଉଛନ୍ତି । କେବଳ ଏତିକି ନୁହେଁ; ଲୋକେ ଏହା ମଧ୍ୟ କହିଛନ୍ତି ଆପଣମାନେ କେଉଁ ପର୍ଯ୍ୟନ୍ତ ଗରିବଙ୍କୁ ଥଟ୍ଟା କରିପାରିବେ ? ଆପଣ ସିଫୋନ ଶାଢ଼ୀ ପିନ୍ଧି ଗରିବଙ୍କୁ ବ୍ୟଙ୍ଗ କରୁଛନ୍ତି । କିଛି ଲୋକ ଏହା କହିଛନ୍ତି, କେତେ ଦିନ ହେମା ଆପଣ ଏହିପରି ନାଟକ କରୁଥିବେ ?

ମଥୁରାରୁ ସାଂସଦ ଅଛନ୍ତି ହେମା ମାଳିନୀ :

କହିବା ପାଇଁ ଚାହୁଁଛୁ, ହେମା ମାଳିନୀ ମଥୁରାରୁ ସାଂସଦ ଅଛନ୍ତି, ଯେଉଁଥିପାଇଁ ସେ ବାରମ୍ବାର ବ୍ୟଙ୍ଗର ଶିକାର ହେଉଛନ୍ତି । ଏହି ଘଟଣା ପରେ ହେମା କହିଛନ୍ତି; ସେ ମଥୁରା ପାଇଁ ବିଗତ 5ବର୍ଷରେ ବହୁତ କାମ କରିଛନ୍ତି ଓ ମଥୁରାର ଲୋକଙ୍କ ସହ ମିଶିବା ପାଇଁ ସେ ଆସିଥାନ୍ତି । ଜଣାଇବା ପାଇଁ ଚାହୁଁଚୁ 11 ଏପ୍ରିଲରୁ ନିର୍ବାଚନ ଆରମ୍ଭ ହୋଇ 18 ମଇ ପର୍ଯ୍ୟନ୍ତ ଚାଲିବ । ଏହି ଥର ଭୋଟିଂଗ୍ 7ଟି ଚରଣରେ ହେବ ଓ ଉତ୍ତରପ୍ରଦେଶରେ ପ୍ରତି ପର୍ଯ୍ୟାୟରେ ଭୋଟିଂଗ୍ ହେବ ।