ଏହି ତିନୋଟି ଘୋରଈ ଉପାୟ ସାହାଯ୍ୟରେ ଆପଣ ନିଜର କଳଦାଗ (ବ୍ଳକ ହେଡସ୍) ସମସ୍ୟାରୁ ଚିରଦିନ ପାଇଁ ମୁକ୍ତି ପାରିପାରିବେ ।

Spread the love

ନାକ, ମଥା ଏବଂ ଥୁଡି ଉପରେ ହେଉଥିବା କଳାଦାଗ ଯୋଗୁଁ ଅଧିକାଂଶ ଝିଅମାନେ ଚିନ୍ତିତ ହୋଇଥାନ୍ତି । ଯାହାର କାରଣ ଧୂଳି, ମାଟି ଏବଂ ବର୍ତ୍ତମାନର ପ୍ରଦୂଷଣ ହୋଇଥାଏ । କେତେ ବି ଚେଷ୍ଟା କରିଲେ ମଧ୍ୟ ବାହାରର ପ୍ରଦୂଷଣ ଚେହେରା ଉପରେ ତାର ପ୍ରଭାବ ପକାଇଥାଏ । ଏହା ବ୍ୟତୀତ ବଦଳୁଥିବା ଜୀବନଶୈଳୀ କାରଣରୁ ଖାଇବା ପିଇବାରେ ଅବହେଳା ଯୋଗୁଁ ମଧ୍ୟ ଚେହେରା ଉପରେ କଳାଦାଗ ବା (Blackheads)ର ସମସ୍ୟା ଦେଇ ଯାଇଥାଏ । ଚେହେରା ଉପରେ କଳାଦାଗ ହେବା ଚର୍ମ ପାଇଁ ଠିକ୍ ହୋଇ ନ ଥାଏ । କାହିଁକି ନା କଳାଦାଗ ଯୋଗୁଁ ଚର୍ମର ରନ୍ଧ୍ରଗୁଡିକ ବନ୍ଦ ହୋଇଯାଈଥାଏ । ଯାହାଦ୍ଵାରା ଚର୍ମକୁ ଭଲ ଭାବରେ ଅମ୍ଳଜାନ ମିଳି ନ ଥାଏ । ପରିଣାମ ସ୍ଵରୂପ ଚର୍ମ ଜନିତ ଅନେକ ସମସ୍ୟା ଦେଖା ଯାଇଥାଏ । କେତେକ ଲୋକ କଳାଦାଗକୁ ଦବାଈ କରି ବାହାର କରିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ଏହିଭଳି କଳାଦାଗ ବାହାର କରିବା ଦ୍ୱାରା ତ୍ୱଚ଼ା ଉପରେ ଦାଗ ପଡ଼ିପାରେ । ଏହାକୁ ହଟେଇବାର ସବୁଠାରୁ ସୁବିଧା ଉପାୟ ହେଉଛି ଘୋରାଇ ଟିପ୍ସ ବା ଉପଚାର । ଘୋରଈ ଉପାୟ ମାଧ୍ୟମରେ ବିନା କୌଣସି ଚିନ୍ତାରେ ଚେହେରାର କଳାଦାଗ ସଫା କରାଯାଇ ପାରିବ । ଆଜି ଆମେ ଆପଣଙ୍କୁ କଳାଦାଗ ହରଟାଇବାର କିଛି ଉପାୟ ଜଣାଇବାକୁ ଯାଉଛୁ ।

୧. ଡାଲଚିନି ଏବଂ ଲେମ୍ବୁ:

ଡାଲଚିନି ଏବଂ ଲେମ୍ବୁ ତ୍ଵଚା ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଲେମ୍ଭୂରସରେ ଏଣ୍ଟି ବ୍ୟାକ୍ଟେରିଆଲ୍ ର ଗୁଣ ରହିଥାଏ, ଯାହା ବ୍ଳକ ହେଡସ୍, ହ୍ଵାଇଟ ହେଡସ୍ ଏବଂ ମୁହାଁରୁ ଦୂର କରିବାରେ ସାହାଯ୍ୟ କରିଥାଏ । ଡାଲଚିନି ତ୍ଵଚାରେ ରକ୍ତ ସଞ୍ଚାଳନକୁ ଠିକ୍ କରିଥାଏ; ଯାହାଦ୍ଵାରା ତ୍ଵଚ଼ା ଠିକ୍ ଏବଂ ଚମକଦାର ହୋଇଥାଏ । ଡାଲଚିନି ଚର୍ମର ବନ୍ଦ ହୋଇଥିବା ରନ୍ଧ୍ରକୁ ଖୋଲିଥାଏ । ଯାହାଦ୍ଵାରା ଚେହେରା ଦୀର୍ଘ ସମୟ ପର୍ଯ୍ୟନ୍ତ ସୁନ୍ଦର ରହିପାରିବ ।

ଏମିତି କରନ୍ତୁ ପ୍ରୟୋଗ :

କଳାଦାଗ ହଟାଇବା ପାଇଁ ଏକ କିମ୍ବା ଦୁଇ ଚାମଚ ଡାଲଚିନି ଗୁଣ୍ଡରେ, ଏକ କିମ୍ବା ଦୁଇ ଚାମଚ ଲେମ୍ବୁ ରସ ମିଶାଇ ଏକ ଗାଢା ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଚେହେରାର ସେହିଠାରେ ଲଗାନ୍ତୁ ଯେଉଁଠାରେ ବ୍ଲାକ ହେଡସ୍ ଅଛି । ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଯେଉଁଠାରେ କଳା ଦାଗ ବା ବ୍ଲାକ ହେଡସ୍ ଅଛି । ଏହାପରେ ପାଣିରେ ଧୋଇ ନିଆନ୍ତୁ । ସପ୍ତାହରେ ତିନିରୁ ଚାରି ଥର ଏହି ଉପାୟର ପ୍ରୟୋଗ କରନ୍ତୁ । କଳା ଦାଗ ସଫା ହୋଇଯିବ ।

୨. ହଳଦୀ ଏବଂ ପୁଦିନା ରସ :

ହଳଦୀ ଚର୍ମ ପାଇଁ ବହୁତ ଫାଇଦା ହୋଇଥାଏ । ହଳଦୀରେ ଏଣ୍ଟି ମିକ୍ରବାୟଲ୍ ତତ୍ତ୍ଵ ମିଳିଥାଏ । ଯାହାକି ତ୍ଵଚ଼ାର ଛିଦ୍ରରେ ଥିବା ବ୍ୟାକ୍ଟେରିଆକୁ ବାହାର କରି ରନ୍ଧ୍ରକୁ ସଫା କରିବାରେ ସହାୟତା କରିଥାଏ । ହଳଦୀରେ ଏଣ୍ଟି-ଇମ୍ଫ୍ଲେମେଟରି ଏବଂ ଏଣ୍ଟି- ଅକ୍ସିଡେଣ୍ଟ ତତ୍ଵ ମଧ୍ୟ ରହିଥାଏ, ଯାହା ତ୍ୱଚାର ଉପର ଭାଗକୁ ଦୃଢ କରିବାରେ ସାହାଯ୍ୟ କରିଥାଏ । ପୁଦିନାର ରସ ତ୍ଵଚାକୁ ଥଣ୍ଡା ପ୍ରଦାନ କରିଥାଏ ।

ଏମିତି କରନ୍ତୁ ପ୍ରୟୋଗ :

ଏକ ଚାମଚ ହଳଦୀ ଗୁଣ୍ଡରେ ଦୁଇ ଚାମଚ ତାଜା ପୁଦିନା ରସ ମିଶାନ୍ତୁ । ଭଲ ଭାବରେ ମିଶାଇ ପେଷ୍ଟ ତିଆରି କରନ୍ତୁ ଏବଂ ପେଷ୍ଟକୁ ଚେହେରାର ପ୍ରଭାବିତ ସ୍ଥାନରେ ଲଗାନ୍ତୁ । ୧୦ ରୁ ୧୫ ମିନିଟ୍ ରଖି ସୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଶୁଖିଯିବା ପରେ ଚେହେରାକୁ ପାଣିରେ ସଫା କରି ନିଅନ୍ତୁ । ଏହା ପରେ ମଇଶ୍ଚରାଇଜ ଲଗେଇବାକୁ ଭୁଲିବେ ନାହିଁ । ସପ୍ତାହକୁ ଥରେ ଏହି ପ୍ୟାକ୍ କୁ ବ୍ୟବହାର କରନ୍ତୁ । କଳାଦାଗ (ବ୍ଲାକ ହେଡସ୍) ଶୀଘ୍ର ଦୂରେଇ ଯିବ ।

3. ଗ୍ରୀନ ଟି :

ଗ୍ରୀନ ଟି’ରେ ଏଣ୍ଟି-ଅକ୍ସିଡେଣ୍ଟ ଗୁଣ ରହିଥାଏ, ଯାହା ତ୍ଵଚାକୁ ସୁସ୍ଥ ରଖିବା ସହିତ ସତେଜ ମଧ୍ୟ ବନାଇବାରେ ସହାୟତା କରିଥାଏ । ଗ୍ରୀନ ଟି’ ଚେହେରାରୁ ମଇଳା ସଫା କରି କଳାଦାଗ (ବ୍ଲାକ ହେଡସ୍) ଦୂର କରିବାରେ ସାହାଯ୍ୟ କରିଥାଏ ।

ଏମିତି କରନ୍ତୁ ପ୍ରୟୋଗ :

ପ୍ରୟୋଗ ପାଇଁ ଏକ ଚାମଚ ଗ୍ରୀନ ଟି’ର ପତ୍ରକୁ ପାଣିରେ ପକାଇ ପେଷ୍ଟ କରି ଦିଅନ୍ତୁ । ଏହି ପେଷ୍ଟକୁ ନିଜର ଚେହେରା ଉପରେ ଲଗାନ୍ତୁ ଏବଂ ୧୫ ରୁ ୨୦ ମିନଟ ପାଇଁ ଏମିତି ହିଁ ରହିବାକୁ ଦିଅନ୍ତୁ । ଏହାପରେ ପାଣିରେ ଚେହେରା ସଫା କରି ଦିଅନ୍ତୁ । ମୁହଁକୁ ଧୋଇବା ପରେ ମଇଶ୍ଚରାଇଜ୍ ନିଶ୍ଚିତ ଲଗାନ୍ତୁ । ସପ୍ତାହକୁ ଥରେ ଏହି ପେଷ୍ଟର ବ୍ୟବହାର ମୁହଁ ଉପରେ କରନ୍ତୁ । ଦେଖିବେ ତ୍ୱଚାରେ ସତେଜତ ଆସିବ ।