
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । 21 ରୁ ଭିଜିବ ଓଡିଶା । ରାଜ୍ୟରେ ଧୀରେ ଧୀରେ ପାରଦ ଖସୁଥିବା ବେଳେ ବଢିବାରେ ଲାଗିଛି ଶୀତର କୋପ । ଶୀତରେ ଥରହର ହେଉଥିବା ରାଜ୍ୟ ବାସୀଙ୍କୁ ଏବେ ଘାରିଲାଣି ବର୍ଷାର ଭୟ । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୧ ତାରିଖ ବେଳକୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ ।
ଏନେଇ ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳର ମଧ୍ୟ ଭାଗରେ ଏକ ଅବପାତର ରୂପ ନେବ ।
ଏହା ସହ ପରବର୍ତ୍ତୀ ତିନି ଦିନ ଯାଏ ତାମିଲନାଡୁ, ପୁଡୁଚେରୀ, ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୧ ତାରିଖ ବେଳକୁ ଓଡିଶାରେ କେତୋଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେ ସବୁ ଜିଲ୍ଲା ଗୁଡିକ ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲାକନଗିରି ଓ କୋରାପୁଟ ।
ବର୍ତ୍ତମାନ ସମୟରେ ଶୀତର ଆରମ୍ଭ ନହେଉଣୁ ପୁଣିଥରେ ଓଡିଶା ବାସୀଙ୍କୁ ବର୍ଷାର ଭୟ ଘାରିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି 20 ନଭେମ୍ବର ବେଳକୁ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳର ମଧ୍ୟ ଭାଗରେ ଏକ ଅବପାତର ରୂପ ନେବା ସହ ପରବର୍ତ୍ତୀ ତିନିଦିନ ଯାଏ ତାମିଲନାଡୁ, ପୁଡୁଚେରୀ, ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହା ହେବାର ସମ୍ଭାବନା ରହିଛି । ଯାହା ଫଳରେ 21 ଆଡକୁ ଓଡିଶାରେ ଏହି ସବୁ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।