ହାର୍ଟ ଆଟାକ୍ ହେଲେ କରନ୍ତୁ ଏହି ପ୍ରାଥମିକ ଚିକିତ୍ସା । ଯାହାଫଳରେ ଅନ୍ୟଙ୍କ ଜୀବନ ବଞ୍ଚାଇ ପାରିବେ ।

Spread the love

– ହାର୍ଟ ଆଟାକ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ହୃଦୟ କୁ ଠିକ୍ ପରିମାଣର ଅମ୍ଳଜାନ ମିଳିନଥାଏ ।

– ହାର୍ଟ ଆଟାକର ଲକ୍ଷଣ ଦେଖାଯିବ କ୍ଷଣି ରୋଗୀକୁ ଶୀଘ୍ର 300 ଏମଜି ଏସ୍ପିନ ଦେବା ଉଚିତ। ।

– ରକ୍ତର ସଚାଳନ ପାଇଁ ରୋଗୀକୁ ସିପିଆର ଔଷଧ ଦେଵା ଉଚିତ ।

ହୃଦଘାତ ଏକ ଗମ୍ଭୀର ସମସ୍ୟା ଅଟେ । ହୃଦଘାଢ ହେବା ଫଳରେ ରୋଗୀର ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭୂତ ହୁଏ । ଏହି ସମୟରେ ରୋଗୀ ନିଜର ମାନସିକ ସନ୍ତୁଳନ ହରାଇ ବସେ । ରୋଗୀକୁ ଦେଖି ପାଖପଡିଶା ଲୋକମାନେ ମଧ୍ୟ ଡ଼ରି ଯାଆନ୍ତି । କିନ୍ତୁ ଯଦି ରୋଗୀକୁ ଠିକ୍ ସମୟରେ ଡାକ୍ତରଖାନା ନିଆଯାଏ, ତାହେଲେ ରୋଗୀର ଜୀବନ ବଞ୍ଚି ଯାଇଥାଏ ।

ଜାଣନ୍ତୁ କିପରି ଓ କଣ ପାଇଁ ହୋଇଥାଏ ହୃଦଘାଢ :

ଆମ ଶରୀରର ସବୁଠାରେ ଅମ୍ଳଜାନ ଦରକାର ପଡ଼ିଥାଏ । ଅମ୍ଳଜାନ ରକ୍ତ ମାଧ୍ୟମରେ ଶରୀରରେ ସଵୁ ସ୍ଥାନରେ ପହଞ୍ଚିଥାଏ । ସେତେବେଳେ ହୃଦଘାଢ ହୋଇଥାଏ ଯେତେବେଳେ ଠିକ୍ ପରିମାଣରେ ଅମ୍ଳଜାନ ହୃଦୟକୁ ନ ମିଳେ । ଆମ ହୃଦୟ ଵହୁତ ସମ୍ବେଦନଶୀଳ ଅଟେ । ଯଦି କୋୖଣସି କାରଣରୁ ଅମ୍ଳଜାନ ହୃଦୟକୁ ନ ମିଳେ, ତାହେଲେ ହୃଦୟର ସମ୍ବେଦନଶୀଳ ତନ୍ତୁ ମରିଯାଏ । କିନ୍ତୁ କିଛି ସମୟରେ ଯଦି ପୁଣି ଥରେ ଅମ୍ଳଜାନ ମିଳିଲେ ମଧ୍ୟ ହୃଦୟର ସେହି ତନ୍ତୁ କାମ କରି ନ ଥାଏ, ସେଥିପାଇଁ ରୋଗୀର ମୃତ୍ୟୁ ହୋଇଯାଇ ଥାଏ ।

ହୃଦୟକୁ ଅମ୍ଳଜାନ ନ ପହଞ୍ଚିଵାର ବହୁତ ଗୁଡ଼ିଏ କାରଣ ରହିଛି ସେଗୁଡ଼ିକ ହେଲା ରକ୍ତ ଗାଢ଼ ହୋଇଯିବା, ଶରୀରରେ ରକ୍ତ ହୀନତା ଦେଖାଯିବା, ଧମନୀରେ ରକ୍ତ ଜମା ହୋଇଯିବା ଇତ୍ୟାଦି । ହୃଦଘାଢ ହେଲେ ରୋଗୀର ଛାତିରେ ଖୁବ୍ ଜୋରରେ ଯନ୍ତ୍ରଣା ହୁଏ ଆଉ ରୋଗୀ ନିଜ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଏ । ଏହି ସମୟରେ କିଛି ଆଶୁ ଚିକିତ୍ସା କରି ରୋଗୀର ଜୀଵନ ବଞ୍ଚାଇ ପାରିବେ ।

ହୃଦଘାଢ ହେଲେ ଏସପରୀନର ବ୍ୟବହାର କରନ୍ତୁ :

ହୃଦଘାଢ ହେଲେ ରୋଗୀକୁ ଶୀଘ୍ର ଆଶୁ ଚିକିତ୍ସା ଦେବା ଜରୁରୀ ଅଟେ । ତା’ସହ ଡ଼ାକ୍ତରଖାନା ନେଇ ଚିକିତ୍ସା ଆରମ୍ଭ କରିବା ଦରକାର ।ହୃଦଘାଢର ଲଷଣ ଦେଖାଗଲେ ରୋଗକୁ ଶୀଘ୍ର 300 ଏମଜୀ ଏସ୍ପନ (300 mg aspirin) ଦେଵା ଦରକାର କିମ୍ବା ରୋଗୀ ପାଖରେ ଯଦିଓ କେହିବି ନ ଥାଏ, ତାହେଲେ ରୋଗୀ ନିଜକୁ ନିଜେ ସମ୍ଭାଳି ଏହି ଔଷଧ ଖାଇବା ଜରୁରୀ । ଏସ୍ପନର ମାତ୍ରା ରୋଗୀ ଶରୀରରେ ରକ୍ତକୁ ଗାଢ଼ ରୁ ପତଳା କରି ଧମନୀରେ ଠିକ୍ ଭାବରେ ବୋହିବାକୁ ଦେଇଥାଏ । ଯାହା ଫଳରେ ରୋଗୀ ଆଶ୍ବସ୍ତି ଅନୁଭବ କରିଥାଏ । ଯଦି କୋୖଣସି ରୋଗୀ ଵହୁତ ଜୋରରେ ଛାତିରେ ପୀଡା ଅନୁଭବ କରେ କିମ୍ବା ମୂର୍ଛା ହୋଇଯାଏ, ତାହେଲେ ଏହା ମଧ୍ୟ ହୃଦଘାଢର ସଂକେତ ଅଟେ । ଏହି ସମୟରେ ରୋଗୀର ଚିକିତ୍ସା କରିବା ଦରକାର । ଯଦି ଆଇପାକ୍ସିମିୟା (Ipoxemia)ର ଅସୁବିଧା ହେଲେ ଅମ୍ଳଜାନ ଥେରାପୀ (Oxygen therapy) ଦେବା ଉଚିତ ।

ରୋଗୀର ଛାତିକୁ ଦବେଇଵା ଦ୍ଵାରା ରୋଗୀ ଉପକୃତ ହୋଇଥାଏ :

ଆମ ହୃଦୟର କାମ ହେଉଛି ଶରୀରର ସବୁ ଜାଗାକୁ ରକ୍ତ ପଠେଇଵା । ହୃଦଘାଢ ସମୟରେ ଆମ ହୃଦୟ କାମ କରିବା ବନ୍ଦ କରିଦେଇଥାଏ । ଯାହା ଫଳରେ ଆମ ଶରୀରର ସବୁ ଜାଗାକୁ ରକ୍ତ ଯାଇ ପାରେ ନାହିଁ । ସେଥିପାଇଁ ରୋଗୀକୁ ସିପିଆର (କାଡି୍ପମୋନରୀ ରିସୋସିଟେସନ) ଦେଵା ଦରକାର । ସିପିଆରରେ ଲୋକଟିର ଛାତିକୁ ଦବାଇ ପାଟି ମାଧ୍ୟମରେ ଅମ୍ଳଜାନ ଦିଆଯାଏ । ଏହି ସମୟରେ ରୋଗୀ ଶରୀରରେ ଠିକ୍ ଭାବରେ ଅମ୍ଳଜାନ ମିଳିଥାଏ । ଆମେରିକା ହାର୍ଟ ଆସୋସିଏସନ୍ ଅନୁସାରେ ଆପଣ ଚେଷ୍ଟ କମପ୍ରେସନ ସହ ସିପିଆର ର ଆରମ୍ଭ କରିବା ଦରକାର ।

ଜାଣନ୍ତୁ କିପରି ସୀପିଆରର ବ୍ୟବହାର କରିବେ :

– ଯେଉଁ ଲୋକକୁ ହୃଦଘାଢ ହୋଇଛି ପ୍ରଥମେ ତାକୁ ସୁରକ୍ଷିତ ସ୍ଥାନରେ ଶୁଆଇଵା ଦରକାର ।

– ବର୍ତ୍ତମାନ ରୋଗୀ ପାଖରେ ବସି ରୋଗୀର ଛାତିରେ ଗୋଟେ ହାତ ରଖିବା ଦରକାର । ଅନ୍ୟ ହାତଟି ସେହି ହାତ ଉପରେ ରଖିବା ଉଚିତ୍ ।

– ନିଜ କହୁଣୀକୁ ଦୁଇ ହାତ ଠାରୁ ଦୂରରେ ରଖିବା ଉଚିତ ।

– ଏବେ ରୋଗୀର ଛାତିକୁ ୫-୬ ସେଣ୍ଟି ମିଟର ଦୂରରେ ନିଜ ଶରୀରକୁ ରଖି ରୋଗୀର ଛାତିକୁ ଦବାଇବା ଉଚିତ୍ ।

– ଏକ ମିନିଟ୍ ମଧ୍ୟରେ ରୋଗୀର ଛାତିକୁ ୧୦୦ ରୁ ୧୨୦ ଥର ଦବାଇବା ଉଚିତ୍ ।

– ୩୦ ଥର ଦବେଇବା ପରେ ମୁହଁ ବାଟେ ଅମ୍ଳଜାନ ଦେଵା ଦରକାର ।

– ମୁହଁ ବାଟେ ଅମ୍ଳଜାନ ଦେବା ସମୟରେ ନାକ ବନ୍ଦ ରଖିବା ଉଚିତ ।

– ଏହି ସମୟରେ ଦେଖିବା ଉଚିତ୍ ଯେ ରୋଗୀର ଛାତି ଉପରକୁ ଉଠୁଛି ନା ନାହିଁ ।

– ଯଦି ଉପରକୁ ନ ଉଠେ ତାହେଲେ ରୋଗର ମୁହଁକୁ ନିଜ କୋଳରେ ରଖି ମୁହଁ ବାଟେ ଅମ୍ଳଜାନ ଦେବା ଦରକାର ।

– ଏହି ପରି ସିପିଆରର ଉପଯୋଗ କରି ରୋଗୀର ଜୀବନ ବଞ୍ଚାଇ ପାରିବେ ।

ଯଦି ଆପଣ ପ୍ରଶିକ୍ଷିତ ନୁହଁନ୍ତି ତାହେଲେ ରୋଗୀକୁ ସାହାଯ୍ୟ ମିଳିବା ଯାଏଁ ସହଯୋଗ ଚାଲୁ ରଖନ୍ତୁ ।