ହାର୍ଟକୁ ସୁସ୍ଥ ରଖିବାର କିଛି ଉପାୟ !

Spread the love

ବନ୍ଧୁଗଣ ଆଜିଆମେ ଜାଣିବା ହାର୍ଟ କୁ ସୁସ୍ଥ କେମିତି ରଖିବା ? ଆଜିକାଲି ସମସ୍ତେ ନିଜର ଜୀବନର ଶୈଳୀକୁ ଭଲ ଭାବରେ ନୀତି ନଥାନ୍ତି । ସେଥିପାଇଁ ସୁସ୍ଥ ହାର୍ଟ ପାଇବା ବହୁତ କଷ୍ଟ ହୋଇଗଲାଣି । ଆଜି ଆମେ ଜାଣିବା କିଛି ଏମିତି ଉପାୟ ବିଷୟରେ ଯାହାକୁ ଯଦି ଆପଣ ନିଜ ଜୀବନ ଶୈଳୀରେ ଆଣିବେ ତେବେ ଆପଣଙ୍କୁ ବହୁତ ଫାଇଦା ମିଳିବ । ଆପଣ ନିଜ ହାର୍ଟ କୁ ସୁସ୍ଥ ବନାଇ ପାରିବେ।

୧. ମୋଟାପଣ ହାର୍ଟ କୁ ଜଡିତ କେତେ ବିମାରି ର କାରଣ ଆପଣଙ୍କୁ ଏହା ଜାଣିବା ଦରକାର ଯେ ନିଜର ଉଚ୍ଚତା ଅନୁସାରେ କେତେ ଓଜନ ଆପଣଙ୍କ ପାଇଁ ଠିକ୍ ଅଟେ । ସେହି ପ୍ରକାରର ଆପଣ ନିୟମିତ ଭାବରେ ଏହି ରୂପେ ନଜର ରଖନ୍ତୁ ଏଥିଦ୍ୱାରା ଆପଣଙ୍କୁ ବହୁତ ଫାଇଦା ହେବ । ଆଉ ଆପଣଙ୍କ ହାର୍ଟ ସର୍ବଦା ସୁସ୍ଥ ରହିବ।

୨. ପ୍ରତିଦିନ ଯୋଗ କିମ୍ୱା ବ୍ୟାୟମ କରିବା ମଧ୍ୟ ହାର୍ଟ ପାଇଁ ବହୁତ ଜରୁରୀ । ସୁଇମିଂ, ସାଇକେଲିଂ କିମ୍ୱା ଦୌଡ଼ିବା ଯାହାବି ପସନ୍ଦ କରି ଏହାକୁ ପ୍ରତିଦିନ କରନ୍ତୁ ।ଏଥିଦ୍ୱାରା ଆପଣଙ୍କ ଶରୀର ଭଲ ରହିବ ଓ ହାର୍ଟ ମଧ୍ୟ ସୁସ୍ଥ ରୋହିବ ।

୩. ଧୂମପାନ, ମଦ ଆଉ ବାକି ନିଶା ଦ୍ରବ୍ୟ ଛାଡି ଦିଅନ୍ତୁ । ଏହା ଆମ ଶରୀର ଓ ହାର୍ଟ କୁ ଅଧିକ କ୍ଷତି ପହଞ୍ଚାଇଥାଏ । ନହେଲେ ଆପଣଙ୍କ ହାର୍ଟ ବହୁତ ଦୁର୍ବଳ ହୋଇଯାଏ ।

୪. ଅଧିକରୁ ଅଧିକରୁ ଫିଜିକାଲି ୱର୍କ କରନ୍ତୁ । ଯଦି ଆପଣ ପୂରା ଦିନ ଅଫିସ ରେ ବସି କାମ କରୁଛନ୍ତି ତେବେ ନିଜ ଶରୀରକୁ ଆକ୍ଟିଭ ରଖିବା ପାଇଁ ସକାଳ ଓ ସନ୍ଧ୍ୟାରେ ୱର୍କ ନିଶ୍ଚୟ କରନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ ।

୫. ଆପଣ ନିଜ କାମ ଓ ଜୀବନରୁ ଚିନ୍ତାକୁ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ । କାରଣ ଅଧିକ ଚିନ୍ତା କରିବା ଦ୍ୱାରା ବିମାରି ହୋଇପାରିବ । ସେଥିପାଇଁ ଏହି ବିମାରି ରୁ ବଞ୍ଚିବା ପାଇଁ ଚିନ୍ତା ମୁକ୍ତ ରୁହନ୍ତୁ । ଯେତେ ଆପଣ ଚିନ୍ତା ମୁକ୍ତ ରହିବେ ସତେ ଆପଣ ଭଲ ରହିବେ । ଆପଣଙ୍କ ହାର୍ଟ ମଧ୍ୟ ସୁସ୍ଥ ରହିବ ।