ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗ୍ୟାସ ସବସିଡି ଟଙ୍କା ଆସୁଛି କି ? ନିଜ ମୋବାଇଲରୁ ଚେକ୍ କରି ଜାଣନ୍ତୁ !

Spread the love

ଏଲପିଜି ଗ୍ୟାସ ଆଜି ପ୍ରତ୍ୟେକ ଘରେ ଲାଗିଛି । ସରକାର ଏଲପିଜି ଗ୍ୟସ ଉପଭୋକ୍ତ ମାନଙ୍କୁ ପ୍ରତ୍ୟେକ ମାସରେ ସବସିଡିର ଟଙ୍କା ଦେଇଥାନ୍ତି । ଯେଉଁ ଟଙ୍କା ଉପଭୋକ୍ତାମାନେ ଦେଇଥିବା ବ୍ୟାଙ୍କ ଆକାଉଣ୍ଟରେ କିଛି ଦିନ ପରେ ଆସି ଯାଇଥାଏ । କିନ୍ତୁ ଅନେକ ଗ୍ରାହକଙ୍କ ଆକାଉଣ୍ଟକୁ ଏହି ସବସିଡି ଟଙ୍କା ଠିକ ଭାବରେ ଆସେ ନାହିଁ । ପ୍ରୟା ଅଧିକାଂଶ ଲୋକ ଏହା ମଧ୍ୟ ଜାଣି ନାହାନ୍ତି, କଣ କରିବା ଦ୍ଵାରା ସେମାନଙ୍କ ଟଙ୍କା, ସେମାନଙ୍କ ଆକାଉଣ୍ଟକୁ ଆସିବା । ଯେଉଁ ଗ୍ରାହକଙ୍କୁ ପାଖକୁ ଏହି ଟଙ୍କା ଆସୁଛି ତାହା କେଉଁ ଆକାଉଣ୍ଟକୁ ଆସୁଛି ? ଏହି କାରଣରୁ କିଛି ଗ୍ରାହକଙ୍କ ସବସିଡି ମଧ୍ୟ ମିିଳିନଥାଏ । ତେବେ ଏଭଳି ଗ୍ରାହକ ନିଜ ମୋବାଇଲ୍ ଫୋନରେ ମଧ୍ୟ ଏଲପିଜି ସିଲିଣ୍ଡରରେ ମିଳୁଥିବା ସବସିଡିକୁ ଅନଲାଇନ୍ ଚେକ୍ କରି ଜାଣି ପାରିବେ, ଆଜି ଆମେ ସେହି ବିଷୟରେ କହିବୁ ! ଆସନ୍ତୁ ଜାଣିବା :

୧. ସର୍ବପ୍ରଥମେ ଆପଣ ନିଜ ମୋବାଇଲରେ http://www.mylpg.in ୱେବସାଇଟ୍ ଖୋଲନ୍ତୁ ।

୨. ୱେବସାଇଟ୍ ଖୋଲିବା ପରେ, ଆପଣ ଯେଉଁ କମ୍ପାନୀର ଗ୍ୟାସ ବା ସିଲିଣ୍ଡର ବ୍ୟବହାର କରୁଛନ୍ତି, ତାହା ଲେଖା ଚିତ୍ର ବା ଫଟୋ ଉପରେ କ୍ଲିକ୍ କରନ୍ତୁ ।

୩. ସେଠାରେ କ୍ଲିକ୍ କରିବା ପରେ, ଆପଣଙ୍କୁ ଅନେକ ଅପ୍ସନ୍ ମିଳିଯିବ, ସେହି ଅପ୍ଶନ ଗୁଡିକ ମଧ୍ୟ ରୁ ଆପଣଙ୍କୁ Audit Distributorରେ କ୍ଲିକ୍ କରିବାକୁ ପଡିବ ।

୪. Audit Distributorରେ କ୍ଲିକ୍ କରିବା ପରେ, ଯେଉଁ page ଖୋଲିବା ସେଥିରେ ଆପଣ ନିଜ ରାଜ୍ୟ, ଜିଲ୍ଲା ଏବଂ ଜିଲ୍ଲା ଏଜେନ୍ସି ନାମ ସିଲେକ୍ଟ କରନ୍ତୁ ।

୫. ଏଥିରେ ସିକ୍ୟୁରିଟି କାର୍ଡ ବ୍ୟବହାର କରି ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ ।

୬. ଏହାପରେ ପେଜ୍ ତଳେ କ୍ୟାସ୍ କନ୍ଜମ୍ପସନ୍ ଟ୍ରାନ୍ସଫର୍ ଡିଟେଲ୍ସରେ କ୍ଲିକ୍ କରନ୍ତୁ ।

୭. ଏଥିରେ ଆପଣଙ୍କୁ ସିକ୍ୟୁରିଟି କୋଡ୍ ପକାଇ ପ୍ରୋସିଡ୍ ଉପରେ କ୍ଲିକ୍ କରିବାକୁ ପଡିବ ।

୮. ଏଠାରେ ଆପଣଙ୍କୁ ଏଲପିଜି ସିଲିଣ୍ଡରର ସବସିଡିର ସମ୍ପୁର୍ଣ୍ଣ ବିବରଣୀ ମିଳିଥାଏ ।