ଗୋଟିଏ ପଟେ ଯଜ୍ଞ ଚାଲିଥିବା ସମୟରେ ଅନ୍ୟପଟେ ପୂଜକ ଏକ ବଡ ହଣ୍ଡା ଭିତରେ ବସି ଫୋନ ସହ ଖେଳୁଥିଲେ, ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା ।

Spread the love

ହାତରେ ମୋବାଇଲ ଧରି ବଡ ହଣ୍ଡାରେ ବସିଥିବା ପୂଜକଙ୍କ ଫୋଟ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।

ଗରମର ପ୍ରକୋପରେ ସାରା ଦେଶ ତାତୁଛି ଏବଂ ଜଳୁଛି । ଏହି ବର୍ଷ ଗରମର ତାପମାତ୍ରା ଅନେକ ସହରର କେତେ ରେକର୍ଡ଼ ଭାଙ୍ଗିଛି । ଗରମ ଯୋଗୁଁ ସମସ୍ତଙ୍କ ଅବସ୍ଥା ଶୋଚନୀୟ ଅଟେ । ସେପଟେ ଏହି ଗରମ ଯୋଗୁଁ ଜଳର ଅଭାବ ହୋଇଯାଇଛି । ବର୍ଷା ହେଉ ବୋଲି ସମସ୍ତେ ଚାହାଁନ୍ତି । କିନ୍ତୁ ବର୍ତ୍ତମାନ ମୌସୁମୀ ଆସିବାକୁ ଅନେକ ସମୟ ଅଛି । ଏହି ସବୁ ମଧ୍ୟରେ ପ୍ରତିବର୍ଷ ଖରାଦିନେ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ଶୀଘ୍ର ବର୍ଷା ହେବା ପାଇଁ ଦେଶର ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ହୋମ, ଯଜ୍ଞ ଏବଂ ପୂଜା ମଧ୍ୟ କରାଯାଉଛି । ଲୋକେ ମାନନ୍ତି ଯେ, ଏହିପରି କରିଲେ ଇନ୍ଦ୍ରଦେବ ଶୀଘ୍ର ସନ୍ତୁଷ୍ଟ ହୋଇ ବର୍ଷା କରାନ୍ତି । ଏଥିପାଇଁ କିଛି ଦିନ ପୂର୍ବରୁ ବାଙ୍ଗାଲୁରରେ ଏକ ହୋମର କାର୍ଯ୍ୟକ୍ରମ ଚାଲିଥିଲା । କିନ୍ତୁ ଏହି ଯଜ୍ଞରେ ପୂଜକଙ୍କ ଶୈଳୀ କିଛି ଏପରି ଥିଲା ଯାହାଫଳରେ ସୋସିଆଲ ମିଡ଼ିଆରେ ଲୋକଙ୍କୁ ଏହି କଥା ହଜମ ହୋଇନଥିଲା । ଲୋକେ ପୂଜକଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇଥିଲେ ।

ପ୍ରକୃତରେ ଏହି କଷ୍ଟଦାୟକ ଗରମକୁ ବିଦାୟ କହିବା ପାଇଁ ଏବଂ ବର୍ଷାର ସ୍ୱାଗତ କରିବା ପାଇଁ ବାଙ୍ଗାଲୁରର ସୋମେଶ୍ୱର ମନ୍ଦିରରେ ଏକ ପୂଜାର ଆୟୋଜନ କରା ଯାଇଥିଲା । ଏହି ପୂଜାର ମୁଖ୍ୟ ଉଦ୍ଦେଶ୍ୟ ଭଗବାନଙ୍କୁ ସନ୍ତୁଷ୍ଟ କରି ବର୍ଷା ଆଣିବା ପାଇଁ ଥିଲା । ଏହିପରି ଅବସ୍ଥାରେ ଗୋଟିଏ ପଟେ ଯଜ୍ଞ ଚାଲିଥିବା ସମୟରେ ଅନ୍ୟପଟେ ପୂଜକ ମହାରାଜା ପାଣି ଭର୍ତ୍ତି ଥିବା ଏକ ବଡ ହଣ୍ଡା ଭିତରେ ବସି ଯାଇଥିଲେ । ଏହିପରି ଏକ ଭିନ୍ନ ପ୍ରକ୍ରିୟାର ପୂଜା ଦ୍ଵାରା ସେ ବର୍ଷାକୁ ଶୀଘ୍ର ଆମନ୍ତ୍ରଣ ଦେଇ ଡାକିବାକୁ ଚାହୁଁଥିଲେ । କିନ୍ତୁ ଯେତେବେଳେ ସେହି ଦୁଇ ପୂଜକ ବଡ ହଣ୍ଡା ଭିତରେ ବସି ଧ୍ୟାନ ଦେବା ପରିବର୍ତ୍ତେ ହାତରେ ମୋବାଇଲ ଧରି ବ୍ୟସ୍ତ ଥିବାର ଦେଖାଗଲା, ସେତେବେଳେ ସବୁ ସୀମା ପାର ହୋଇଯାଇଥିଲା । ପୁଣି ଆଉ କଣ ସୋସିଆଲ ମିଡ଼ିଆରେ ଲୋକେ ଏହି ଦୃଶ୍ୟକୁ ଦେଖି ଅଣ-ଆୟତ୍ତ ହୋଇ ଏପରି କିଛି ସମାଲୋଚନା କରିଥିଲେ ଯେ ଆପଣ ପଢି ହସିବାକୁ ଲାଗିବେ ।

ଜଣେ ଲେଖିଥିଲେ ଯେ “ଆରେ ଏହା ତ ବହୁତ ଯାନ୍ତ୍ରିକ ପଦ୍ଧତିର ପୂଜା ହେଉଛି, ଲାଗୁଛି ପୂଜକ ହାତରେ ମୋବାଇଲ ଧରି ସିଧାସଳଖ ମେଘ ସହ କଥା ହେଉଛନ୍ତି,” । ପୁଣି ଅନ୍ୟ ଜଣେ ଲେଖିଥିଲେ ଯେ, “ଜଳ ପୂର୍ଣ୍ଣ ଥିବା ବଡ ହଣ୍ଡା ଭିତରେ ବସି ଏମାନେ ଜଳକୁ ନଷ୍ଟ କରୁଛନ୍ତି ।” ଏହାପରେ ଜଣେ କହିଛନ୍ତି ଯେ, “ଖରାଦିନରେ ମୋବାଇଲ ବ୍ୟବହାର କରିବାର ଏହା ଏକ ନୂଆ ଉପାୟ, ।” ଏହାପରେ ଏକ ସମାଲୋଚନା ଆସିଲା ଯେ, “ପାଣିରେ ବସି ପବ-ଜି ଖେଳ ଖେଳିଲେ ମୌସୁମୀ ଜଲଦି ଆସେ ନାହିଁ, ।” ପୁଣି ଜଣେ ମଜାଳିଆ ଢଙ୍ଗରେ ଲେଖିଲେ ଯେ, “ଏମାନଙ୍କ ହଣ୍ଡା ତଳେ ନିଆଁ ଲଗାଇ ଦିଅ, ସବୁ ଅଧର୍ମୀ ମୌସୁମୀରେ ଭାସିଯିବେ ।” ପୁଣି ଜଣେ କହିଲେ ଯେ, “ମେଘ ଗୁଡିକର ମଝିରେ ମୋବାଇଲ ମାଧ୍ୟମରେ ପୂଜକ ଜଣଙ୍କ ବର୍ଷାର ସଂକେତ ଯାଞ୍ଚ କରୁଛନ୍ତି ।”

ପୂଜକ ମାନଙ୍କୁ ପୂଜା ସମୟରେ ମୋବାଇଲ ବ୍ୟବହାର କରିବା ବହୁତ ଖରାପ ପ୍ରଭାବ ପଡିଥିଲା । କିନ୍ତୁ ଅନ୍ୟ କିଛି ଲୋକଙ୍କ କହିବା ଅନୁଯାୟୀ ଏପରି ଅନ୍ଧବିଶ୍ୱାସ ଏବଂ ଗୁଣି-ଗାରେଡି ଦ୍ୱାରା ବର୍ଷା ହେବ ନାହିଁ । ବର୍ଷା ଶୀଘ୍ର ଆସିବା ପାଇଁ ଏବଂ ଗରମରୁ ତ୍ରାହି ପାଇବା ପାଇଁ ସବୁଠାରୁ ସହଜ ଉପାୟ ହେଲା ନିଜ ଆଖ ପାଖରେ ବହୁତ ଗଛ ଲଗାଇବାକୁ ପଡିବ । ଏହାଦ୍ୱାରା ଗରମ କମିବ, ମୌସୁମୀ ଆସିବ ଏବଂ ପରିବେଶ ପ୍ରଦୂଷଣ ମଧ୍ୟ କମ୍ ହେବ । ଆପଣଙ୍କୁ ଏହି ସମ୍ପୂର୍ଣ୍ଣ ଘଟଣା ବିଷୟରେ କଣ କହିବାର ଅଛି ଆମକୁ ନିଶ୍ଚିୟ ଜଣାଇବେ ।