ରକ୍ଷା ସୂତ୍ର ବାନ୍ଧିବା ପରେ ଜୀବନରୁ ଦୁଃଖ, କଷ୍ଟ ଦୂର ହୋଇଯାଇଥାଏ । ଜାଣନ୍ତୁ କେଉଁ ରଙ୍ଗର ରକ୍ଷା ସୂତ୍ର ପିନ୍ଧିବା ଦରକାର ।

Spread the love

ଗ୍ରହ ଅନୁସାରେ ପିନ୍ଧନ୍ତୁ ରକ୍ଷା ସୂତ୍ର ।

ହିନ୍ଦୁ ଧର୍ମରେ ରକ୍ଷାସୂତ୍ରକୁ ଶକ୍ତିଶାଳୀ ବୋଲି ସ୍ଵୀକାର କରାଯାଇଥାଏ । ହାତରେ ରକ୍ଷାସୂତ୍ର ବାନ୍ଧିବା ଦ୍ୱାରା ଜୀବନରୁ ଦୁଃଖ, କଷ୍ଠ ଦୂର ହୋଇଯାଇଥାଏ । ଯଦି ରାଶି ଏବଂ ଗ୍ରହର ହିସାବରେ ରକ୍ଷାସୂତ୍ର ବନ୍ଧା ଯାଏ; ତେବେ ଜୀବନରେ କୌଣସି ପ୍ରକାରର ଦୁଃଖକଷ୍ଟ ମିଳିନଥାଏ । ଏଥିପାଇଁ ଆପଣ ଆପଣଙ୍କ ରାଶି ଏବଂ ଗ୍ରହ ଅନୁସାରେ ରକ୍ଷାସୂତ୍ର ବାନ୍ଧି ନିଆନ୍ତୁ । ପ୍ରତି ଗ୍ରହ ସହ ଏକ ରଙ୍ଗ ଜଡିତ ଅଟେ । ଯେଉଁ ଘରର ଖରାପ ପ୍ରଭାବ ଆପଣଙ୍କ ରାଶି ଉପରେ ପଡିଛି; ସେହି ଅନୁସାରେ ଆପଣ ରକ୍ଷାସୂତ୍ର ଧାରଣ କରନ୍ତୁ ।

ଗ୍ରହ ଏବଂ ଦେବତା ଅନୁସାରେ ହାତରେ ବନ୍ଧନ୍ତୁ  ଏହି ରଙ୍ଗର ରକ୍ଷାସୂତ୍ର : 

ଶନିଦେଵ :

ଶନିଙ୍କ କୃପା ଆପଣଙ୍କ ଉପରେ ରହିବା ପାଇଁ ଏବଂ ଶନିଙ୍କ କୋପ ଆପଣଙ୍କ ଜୀବନରେ ନପଡିବା ପାଇଁ ଆପଣ ନୀଳ ରଙ୍ଗର ସୂତା ଆପଣଙ୍କ ହାତରେ ବାନ୍ଧନ୍ତୁ । ଏହି ରଙ୍ଗର ସୂତା ବାନ୍ଧିବା ଦ୍ୱାରା ଶନିଦେବ ଆପଣଙ୍କୁ ପ୍ରତି ଦୁଃଖକଷ୍ଟରୁ ନିବୃତ ରଖିବେ ।

ବୁଧ :

ଯେଉଁ ବ୍ୟକ୍ତିମାନଙ୍କ କୁଣ୍ଡଳୀରେ ବୁଧ ଗ୍ରହର ପ୍ରକୋପ ରହିଛି, ସେମାନେ ସବୁଜ ରଙ୍ଗର ସୂତା ଧାରଣ କରିବା ଉଚିତ୍ । ଏହି ରଙ୍ଗ ବୁଧ ଗ୍ରହ ସହ ଜଡିତ । କୁଣ୍ଡଳୀରେ ବୁଧ ଗ୍ରହ ଦୁର୍ବଳ ହେଲେ ବ୍ୟକ୍ତିର ଜୀବନରେ ଦୁଃଖ ବଢି ଯାଇଥାଏ । ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଏହି ଗ୍ରହ ସବଳ ଥାଏ, ସେମାନେ ଜୀବନରେ ଖୁବ୍ ଉନ୍ନତି କରିଥାନ୍ତି ।ସବୁଜ ରଙ୍ଗର ରକ୍ଷାସୂତ୍ର ବାନ୍ଧିବା ଦ୍ୱାରା ଏହି ଗ୍ରହ କୁଣ୍ଡଳୀରେ ସବଳ ହୋଇଥାଏ ।

ବୃହସ୍ପତି :

ବୃହସ୍ପତିଙ୍କ ଖରାପ ପ୍ରଭାବରୁ ବଂଚିବା ପାଇଁ ଆପଣ ହଳଦିଆ ରଙ୍ଗର ରକ୍ଷାସୂତ୍ର ପିନ୍ଧିପାରିବେ । ବୃହସ୍ପତିଙ୍କ ସହ ହଳଦିଆ ରଙ୍ଗ ଜଡିତ । ଏହାଛଡା ବିଷ୍ଣୁଙ୍କ ମଧ୍ୟ ହଳଦିଆ ରଙ୍ଗ ଖୁବ ପସନ୍ଦ । ଯେତେବେଳେ ଆପଣ ଏହି ରଙ୍ଗର ସୂତା ଆପଣଙ୍କ ହାତରେ ବାନ୍ଧନ୍ତି; ତେବେ ଆପଣଙ୍କୁ ବୃହସ୍ପତି ଏବଂ ବିଷ୍ଣୁ ଉଭୟଙ୍କ କୃପା ଆପଣଙ୍କୁ ମିଳିଯିବ ।

ଚନ୍ଦ୍ର :

ଜୀବନରେ ଚନ୍ଦ୍ରଙ୍କ ଭଲ ପ୍ରଭାବ ପଡିବା ପାଇଁ ଚାହୁଁଥଲେ ଆପଣ ହାତରେ ଧଳା ରଙ୍ଗର ସୂତା ଧାରଣ କରନ୍ତୁ । ଏହି ରଙ୍ଗର ସୂତା ଧାରଣ କଲେ, ଆପଣଙ୍କ ଉପରେ ଉଭୟ ଚନ୍ଦ୍ର ଏବଂ ଶିବଙ୍କ କୃପା ରହିବ । ଆପଣଙ୍କ ମନସ୍କାମନା ପୁରାଣ ହୋଇପାରିବ ।

ରାହୁ-କେତୁ :

ରାହୁ-କେତୁ ଯୋଗ ରହିଲେ ଆପଣ ଜୀବନରେ ସଫଳତା ହାସଲ କରିପାରିବେ ନାହିଁ । ହାତରେ ଆପଣ କଳା ରଙ୍ଗର ସୂତା ଧାରଣ କଲେ, ଆପଣ ରାହୁ-କେତୁ ଯୋଗରୁ ମୁକ୍ତି ପାଇପାରିବେ । କଳା ରଙ୍ଗର ସୂତା ଧାରଣ କରିବା ଫଳରେ ବାବା ଭୈରବଙ୍କ କୃପା ଆପଣଙ୍କ ଉପରେ ରହିବ ।

ମଙ୍ଗଳ :

ମଙ୍ଗଳ ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଆପଣ ଲାଲ କିମ୍ବା ହଳଦିଆ ରଙ୍ଗର ସୂତା ଧାରଣ କରି ପାରିବେ । ମଙ୍ଗଳ ଗ୍ରହକୁ ଶାନ୍ତ କରିବା ପାଇଁ ଆପଣ ଏହି ଦୁଇ ରଙ୍ଗର ସୂତା ଧାରଣ କରନ୍ତୁ । ଏହି ରଙ୍ଗ ଗୁଡିକ ହନୁମାନଙ୍କ ପ୍ରିୟ ରଙ୍ଗ ଅଟେ । ଏହି ରଙ୍ଗର ସୂତା ବାନ୍ଧିବା ଦ୍ୱାରା ହନୁମାନଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ରହିବ ।

ଶୁକ୍ର :

ଶୁକ୍ର ଗ୍ରହ ଧଳା ରଙ୍ଗ ସହ ଜଡିତ । ଯେଉଁ ବ୍ୟକ୍ତିମାନେ ହାତରେ ଧଳା ରଙ୍ଗର ସୂତା ବାନ୍ଧି ନିଅନ୍ତି, ଶୁକ୍ର ଗ୍ରହ ସେମାନଙ୍କ ଜୀବନରେ ସୁଖ ଶାନ୍ତି ଭରି ଦିଅନ୍ତି । ଲକ୍ଷ୍ମୀଙ୍କ ମଧ୍ୟ ପ୍ରିୟ ଅଟେ ଧଳା ରଙ୍ଗ । ଏହି ରଙ୍ଗର ସୂତା ନିଜ ହାତରେ ବାନ୍ଧିବା ଦ୍ୱାରା ଲକ୍ଷ୍ମୀ ଏବଂ ଶୁକ୍ର ଉଭୟଙ୍କ କୃପା ଆପଣଙ୍କ ଉପରେ ରହିବ ।