ହାର୍ଦିକ ପାଣ୍ଡ୍ୟା: ଦେଖନ୍ତୁ ସେହି ଫୋଟ କିଭଳି ଭାବରେ ବିତାଇଥିଲେ ଅତୀତରେ ଗରିବ ଅବସ୍ଥା ।

Spread the love

ହାର୍ଦିକ ପାଣ୍ଡ୍ୟା: ବିତାଇଥିବା ଗରିବ ଅବସ୍ଥାର କେତେକ ଫୋଟଗୁଡ଼ିକ ସେୟାର୍ କରିଛନ୍ତି !

ହାର୍ଦିକ ପାଣ୍ଡ୍ୟା ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ବାପା ହିମାଂଶୁ ପାଣ୍ଡ୍ୟା ନିଜ ଦୁଇ ପିଲାଙ୍କୁ ଖେଳାଳି କରିବାକୁ ଚାହୁଁଥିଲେ । ଟଙ୍କାର ଅଭାବ ଥିବା ସତ୍ତ୍ୱେ ସେ ଏହାକୁ ହାସଲ କରି ସାରା ଦୁନିଆକୁ ଦେଖେଇଲେ କି ଇଚ୍ଛା ଶକ୍ତି ଥିଲେ ଆମେ ସବୁକିଛି ହାସଲ କରିପାରିବା ।

ହାର୍ଦିକ ପାଣ୍ଡ୍ୟା ଏକ ବହୁତ ଭଲ ବ୍ୟାଟ୍ସମ୍ୟାନ୍ ଅଟନ୍ତି । ସେ ବୋଲିଙ୍ଗ୍ ମଧ୍ୟ ବହୁତ ଭଲ ରୁପେ କରନ୍ତି । ହାର୍ଦିକ ପାଣ୍ଡ୍ୟାଙ୍କ ଅତି ଚମତ୍କାର ଭାବରେ ନିଜ ଖେଳ ପ୍ରଦର୍ଶନ କରି ଭାରତକୁ ଅନେକ ଥର ଜିତାଇବାରେ ମୁଖ୍ୟ ଭୂମିକା ରଖିଆସିଛନ୍ତି । ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଭାରତୀୟ ଦଳରେ ଖେଳନ୍ତି । ଏହି ଦୁଇ ଭାଇଙ୍କ ଖେଳ ବହୁତ ଚର୍ଚ୍ଚାରେ ରହିଥାଏ । ହାର୍ଦିକ ପାଣ୍ଡ୍ୟାଙ୍କ ପରିବାର ବହୁତ ଧନୀ ନ ଥିଲେ କିନ୍ତୁ ବାପାଙ୍କର ଆଶା ଥିଲା କି ତାଙ୍କର ଦୁଇ ସନ୍ତାନଙ୍କ କ୍ରିକେଟର କରେଇବା ପାଇଁ । ହାର୍ଦିକ ପାଣ୍ଡ୍ୟା ନିଜ ଇଂଷ୍ଟାଗ୍ରାମ୍ ରେ ଫୋଟ ଛାଡିଥିଲେ, ଯେଉଁଥିରେ କି ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଏହି ଫୋଟରେ ଯେଉଁ ପିଲା ନୀଳ ପେଣ୍ଟ ଓ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ଦେଖାଯାଉଛି, ସେ କ୍ରୁନାଲ ପାଣ୍ଡ୍ୟା ଅଟନ୍ତି ଓ ଯେଉଁ ପିଲା ପୁରା ଶେଷରେ ବସିଥିବା ଦେଖାଉଛି ସେ ହେଉଛି ହାର୍ଦିକ ପାଣ୍ଡ୍ୟା ।

ହାର୍ଦିକ ପାଣ୍ଡ୍ୟା ନିଜେ କହିଥିଲେ, “ମୁଁ ଗୁଜୁରାଟର ଗୋଟିଏ ଗ୍ରାମରେ ଟଙ୍କା ନେଇ ଖେଳୁଥିଲି ।” କିନ୍ତୁ ପ୍ରତିଦ୍ଵନ୍ଦିତାର କିଛି ନାମ ନଥିଲା । ଏହି ଖେଳ ଆଖପାଖର ଗ୍ରାମ ମାନଙ୍କ ସହିତ ହେଉଥିଲା । ଯେଉଁଥିରେ ଖେଳିବା ପାଇଁ ହାର୍ଦିକ ପାଣ୍ଡ୍ୟା ୪୦୦ ଟଙ୍କା ନେଉଥିଲେ । ଯେତେବେଳେ କି ତାଙ୍କର ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କୁ ୫୦୦ ଟଙ୍କା ଦିଆଯାଉଥିଲା ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି, ହାର୍ଦିକ ପାଣ୍ଡ୍ୟା ଲେଗ ସ୍ପିନ୍ ମଧ୍ୟ ବୋଲିଙ୍ଗ୍ କରୁଥିଲେ । କିନ୍ତୁ ଆବଶ୍ୟକତା ପଡ଼ିଲେ ସେ ଦ୍ରୁତ ଗତିରେ ମଧ୍ୟ ବୋଲିଙ୍ଗ କରୁଛନ୍ତି । କିନ୍ତୁ କ୍ରୁନାଲ ପାଣ୍ଡ୍ୟା ପ୍ରଥମରୁ ହିଁ ଏକ ସ୍ପିନର୍ ବୋଲର ଥିଲେ ।