ଜନ୍ମ ଦିନ ଶୁଭେଚ୍ଛା : ହୋଟେଲରେ ଲୋକଙ୍କ ଅଇଁଠା ଥାଳି ସଫା କରୁଥିବା ଏହି ପୁଅ ଆଜି ବଲିଉଡ଼ର ସୁପର ଷ୍ଟାର ! ଏକ ମିନିଟରେ ଆୟ କରୁଛନ୍ତି ୨ ହଜାର ଟଙ୍କା ।

Spread the love

ଫିଲ୍ମ ଇଣ୍ଡଷ୍ଟ୍ରି ବା ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ଏହି ସୁପରଷ୍ଟାର ଅଭିନେତା ଜଣକ ଲୋକଙ୍କ ଅଇଁଠା ଥାଳି ସଫା କରୁଥିଲେ ।

ହିରୋ ବା ହିରୋଇନ ହେବା ପାଇଁ ସବୁଦିନ ହଜାର ହଜାର ଲୋକ ମାୟାନଗରୀ ମୁମ୍ବାଇକୁ ଆସିଥାନ୍ତି । ଏଠାକୁ ଆସିଥିବା ଅଧିକାଂଶ ଯୁବକଙ୍କ ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଯାଏ ଯେ, ବଲିଉଡ଼ରେ ଜଣେ କଳାକାର ହେବା । ଟିଭି ଇଣ୍ଡଷ୍ଟ୍ରି ଓ ମଡ଼ଲିଙ୍ଗରେ ମଧ୍ୟ କେତେକ ଏପରି ଲୋକ ଅଛନ୍ତି; ଯେଉଁମାନେ କି ବଲିଉଡ଼ରେ କଳାକାର ହେବାକୁ ଚାହଁନ୍ତି । କିନ୍ତୁ ବହୁତ କମ ଲୋକ ହିଁ ଭାଗ୍ୟବାନ ହୋଇଥାନ୍ତି; ଯେଉଁମାନଙ୍କୁ କି ବଲିଉଡ଼ରେ କାମ କରିବାର ସୁଯୋଗ ମିଳିଥାଏ । ସମସ୍ତଙ୍କ ଭାଗ୍ୟ ବଲିଉଡ଼ର ଷ୍ଟାର କିଡ୍ସ ମାନଙ୍କ ପରି ନଥାଏ ଯାହାଙ୍କୁ କି ବଲିଉଡ଼ରେ ହିରୋ ବା ହିରୋଇନ ହେବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ି ନ ଥାଏ । କିନ୍ତୁ ଏକ ସାଧାରଣ ବ୍ୟକ୍ତି ବହୁତ ସଂଘର୍ଷ କରିବା ପରେ ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରନ୍ତି । ଏକ ସାଧାରଣ ଲୋକଙ୍କୁ ଚଳଚ୍ଚିତ୍ରରେ ସାଇଡ ରୋଲ ବା ସହ କଳାକାରର ଭୂମିକା ମିଳିଗଲେ ମଧ୍ୟ ତାହା ତାଙ୍କ ପାଇଁ ଯଥେଷ୍ଟ ଅଟେ । ବଲିଉଡରେ କେତେଗୁଡିଏ ଏପରି କଳାକାର ଅଛନ୍ତି; ଯେଉଁମାନେ କୌଣସି ବଡ଼ ଅଭିନେତା ଅଭିନେତ୍ରୀଙ୍କ ପୁଅଝିଅ ନୁହଁନ୍ତି କିନ୍ତୁ ସେମାନେ ନିଜର ପରିଶ୍ରମ ବଳରେ ବର୍ତ୍ତମାନ ବଲିଉଡର ଜଣେ ଉଚ୍ଚ କୋଟିର କଳାକାର ହୋଇପାରିଛନ୍ତି । ଏହି ଲେଖାରେ ଆମେ ବଲିଉଡ଼ର ଏମିତି ଏକ କଳାକାରଙ୍କ ବିଷୟରେ ଆଲୋଚନା କରିବା ଯିଏ ନିଜର ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ଓ ବର୍ତ୍ତମାନ ବର୍ଷରେ ତାଙ୍କର ଗୋଟିଏ ନୁହେଁ ବରଂ ୩ କିମ୍ଭା ୪ଟି ଫିଲ୍ମ ମୁକ୍ତିଲାଭ କରୁଛି ।

ଆମେ ଆଲୋଚନା କରୁଛୁ; ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ବିଷୟରେ । ଅକ୍ଷୟ କୁମାର ଏକ ଏପରି ଅଭିନେତା ଯାହାଙ୍କୁ ସବୁ ବୟସର ଦର୍ଶକ ପସନ୍ଦ କରନ୍ତି । ସେ ସବୁଥର ନିଜର ଫିଲ୍ମ ଦ୍ୱାରା ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଅନ୍ତି । ତାଙ୍କର ସମସ୍ତ ଚଳଚ୍ଚିତ୍ରର କାହାଣୀ ଅଲଗା ହିଁ ରହିଥାଏ ଓ ସେ ସବୁବେଳେ ଏହା ଚେଷ୍ଟା କରନ୍ତି ଯେ, ଦର୍ଶକଙ୍କୁ କିଛି ନୂଆ ଦେଇ ପାରିବେ । ଅକ୍ଷୟ ଆଜିକାଲି ସାମାଜିକ ବିଷୟ ଗୁଡ଼ିକ ଉପରେ ଅଧିକ ଚଳଚ୍ଚିତ୍ର ତିଆରି କରୁଛନ୍ତି । କିନ୍ତୁ ଆପଣଙ୍କ କଣ ଜାଣନ୍ତି କି ଯେ, ଗୋଟିଏ ସାମାନ୍ୟ ବ୍ୟକ୍ତିରୁ ସୁପରଷ୍ଟାର ହେବାର ଏହି ଯାତ୍ରା ଅକ୍ଷୟ ପାଇଁ ସହଜ ନଥିଲା ।

ୱେଟର ଭାବରେ କାମ କରୁଥିଲେ ଅକ୍ଷୟ :

ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ଅକ୍ଷୟ କୁମାର ଗୋଟିଏ ହୋଟେଲରେ ୱେଟର ଭାବରେ କାମ କରୁଥିଲେ । ବ୍ୟାଙ୍କକରୁ ମାର୍ଶାଲ ଆର୍ଟର ତାଲିମ ନେବା ପରେ ମଧ୍ୟ ଯେବେ ତାଙ୍କୁ ଭାରତରେ କିଛି ବିଶେଷ କାମ ମିଳିଲା ନାହିଁ; ତେବେ ସେ ନିଜର ଖର୍ଚ୍ଚ ତୁଲାଇବା ପାଇଁ ୱେଟର ଭାବରେ କାମ କରିଥିଲେ । ଏତିକି ହିଁ ନୁହେଁ ଅକ୍ଷୟ ୬ ମାସ ପର୍ଯ୍ୟନ୍ତ ଢାକା ଠାରେ ବିକ୍ରେତା ବା ସେଲସମେନ ଭାବରେ ମଧ୍ୟ କାମ କରିଛନ୍ତି । ଢାକା ପରେ ସେ ପୁଣିଥରେ ଦିଲ୍ଲୀ ଫେରି ଆସିଥିଲେ ଓ ଶେଷରେ ତାଙ୍କୁ ମୁମ୍ବାଇର ଏକ ସ୍କୁଲରେ ଛୋଟ ଛୋଟ ଶିଶୁମାନଙ୍କୁ ମାର୍ଶାଲ ଆର୍ଟ ଶିଖାଇବା ପାଇଁ ସୁଯୋଗ ମିଳିଥିଲା ।

ଶିଶୁମାନଙ୍କୁ ଶିଖାଇଲେ ମାର୍ଶାଲ ଆର୍ଟ :

ସ୍କୁଲରେ ମାର୍ଶାଲ ଆର୍ଟ ଶିଖାଇବା ସମୟରେ ଗୋଟିଏ ଶିଶୁର ପିତା ଅକ୍ଷୟଙ୍କୁ ପରାମର୍ଶ ଦେଇଥିଲେ ଯେ, ତାଙ୍କୁ ମଡ଼ଲିଙ୍ଗ କରିବା ଉଚିତ । ପରେ ଅକ୍ଷୟ ନିଜର ଫୋଟୋସୁଟ କରାଇ ଥିଲେ ଏବଂ ଛୋଟ ଛୋଟ କାମ କରିବା ଆରମ୍ଭ କଲେ । ଧୀରେ ଧୀରେ ସେ ମଡ଼ଲିଙ୍ଗ ଇଣ୍ଡଷ୍ଟ୍ରିରେ ମଧ୍ୟ ଲୋକପ୍ରିୟ ହୋଇଗଲେ ଓ ୧୯୯୧ରେ ତାଙ୍କର ପ୍ରଥମ ଡେବ୍ୟୁ ଚଳଚ୍ଚିତ୍ର “ସୋଗନ୍ଧ” ଆସିଲା । ଏହି ଚଳଚ୍ଚିତ୍ର ପରେ ହିଁ ଅକ୍ଷୟଙ୍କ ଚଳଚ୍ଚିତ୍ର ଜୀବନର ଆରମ୍ଭ ହେଲା ଓ ପରେ ସେ ଆଉ ପଛକୁ ଚାହିଁ ଦେଖି ନାହଁନ୍ତି ।

ଏକ ମିନିଟରେ ଅର୍ଜନ କରନ୍ତି ଏତିକି ଟଙ୍କା :

ଆଜି ଅକ୍ଷୟ କୁମାର ବଲିଉଡ଼ର ସବୁଠାରୁ ଲୋକପ୍ରିୟ ସୁପରଷ୍ଟାର ଅଟନ୍ତି । ଅକ୍ଷୟଙ୍କ ଗୋଟିଏ ବର୍ଷରେ ଅନେକଗୁଡିଏ ଚଳଚ୍ଚିତ୍ର ମୁକ୍ତିଲାଭ କରେ ଓ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ହିଟ୍ ହୋଇଥାଏ । ଚଳଚ୍ଚିତ୍ର ଗୁଡ଼ିକରୁ ସେ ଅତ୍ୟାଧିକ ଟଙ୍କା ଅର୍ଜନ କରିଥାନ୍ତି । ଅକ୍ଷୟଙ୍କୁ ବଲିଉଡ଼ର ସବୁଠାରୁ ଧନୀ କଳାକାର ମାନଙ୍କ ମଧ୍ୟରେ ଗଣନା କରାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ତାଙ୍କର ଏକ ମିନିଟର ଆୟ ୧,୮୬୯ ଟଙ୍କା ଅଟେ ।

ବିତେଇଥାନ୍ତି ଶୃଙ୍ଖଳିତ ଜୀବନ :

ଅକ୍ଷୟ ଗୋଟିଏ ଶୃଙ୍ଖଳିତ ଜୀବନ ଶୈଳୀକୁ ଅନୁସରଣ କରନ୍ତି । ସେ ସବୁଦିନ ସକାଳୁ ଭୋର ୪ଟାରେ ଉଠନ୍ତି ଓ ପରେ ଦିନସାରା କାମ କରିବା ପରେ ୬ କିମ୍ବା ୭ଟାରେ ଭୋଜନ କରି ଶୋଇଯାନ୍ତି । ଅକ୍ଷୟଙ୍କ ଠାରେ କୌଣସି ମଧ୍ୟ ଖରାପ ଗୁଣ ନାହିଁ । ସେ ମଦ୍ୟ କିମ୍ବା ସିଗାରେଟରୁ ନିଜକୁ ଦୂରେଇ ରଖନ୍ତି । ତାଙ୍କୁ ପାର୍ଟି ଗୁଡ଼ିକରେ ମଧ୍ୟ ଯିବାକୁ ପସନ୍ଦ ନାହିଁ । ସେ ସାଧାରଣ ଜୀବନଯାପନ ଓ ଉଚ୍ଚ ଚିନ୍ତାଧାରାରେ ବିଶ୍ୱାସ ରଖନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ବଲିଉଡ ଜଗତର ସୁପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାରଙ୍କ ୨୦୧୯ ମସିହାରେ “କେଶରୀ” ଓ “ମିଶନ ମଙ୍ଗଳ” ରିଲିଜ ଯୋଜଇଛି । ଚଳଚିତ୍ର “କେଶରୀ”ରେ ହାବଲଦାର ଈଶର ସିଂହ ଭୂମିକରେ ଭଲ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ । ସେହିପରି ଚଳଚିତ୍ର “ମିଶାନ ମଙ୍ଗଳ”ରେ ରାକେଶ ଧବନ ଭୂମିକରେ ଅଭିନୟ କରି ବକ୍ସ ଅଫିସରେ ନିଜ ସମର୍ଥକଙ୍କ ହୃଦୟ ଜିଣିଛନ୍ତି । ଅକ୍ଟୋବର ୨୫ରେ ଅକ୍ଷୟ କୁମାରଙ୍କ ସୁପର ହିଟ୍ ଫ୍ରାଞ୍ଚାଇଜ “ହାଉସ୍ ଫୁଲ୍-୪” ଆସୁଅଛି । ଏହି ଚଳଚିତ୍ରରେ ମଜାଦାର କମେଡି ଦର୍ଶକଙ୍କୁ ଦେଖିବାକୁ ମିଳିବ । କେବଳ ଏତିକି ନୁହେଁ, କରିନ କପୂର ଓ ଦିଲଜୀତ ଦୋଷଞ୍ଝାଙ୍କ ସହ ଅକ୍ଷୟ “ଗୁଡ୍ ନ୍ୟୁଜ”ରେ ମଧ୍ୟ ଦେଖାଇବକୁ ମିଳିବ ଏବଂ ତାଙ୍କର ଏହି ଚଳଚିତ୍ର ଡିସେମ୍ବର ୨୭ରେ ରିଲିଜ ହେବ ।