ବୈବାହିକ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ :

Spread the love

ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ  ମତାନ୍ତର ଥିଲେ ଉତ୍ପନ ହୋଇଥାଏ ଜୀବନରେ ଅନେକ ଚିନ୍ତା ଓ ବୈବାହିକ ଜୀବନରେ ଅଶାନ୍ତିର ଲହରୀ ଖେଳିଯାଏ । ବୈବାହିକ ଜୀବନରେ ଅଶାନ୍ତିକୁ ଦୂର କରିବା ପାଇଁ ଶୟନ କକ୍ଷରେ ରାଧା-କୃଷ୍ଣଙ୍କ ଫୋଟୋ ଲଗାଇବା ପାଇଁ ଅନେକ ଜ୍ୟୋତିଷବିତମାନେ ମତ  ଦେଇଥାନ୍ତି । ଏହାପଛରେ ଉଭୟ ମୋନବିଜ୍ଞାନୀ ଓ ଧାର୍ମିକ କାରଣ ରହିଛି ।

ଆସନ୍ତୁ ଜାଣିବା ଏହି ଫୋଟୋ କିପରି ସ୍ୱାମୀ ଓ ସ୍ତ୍ରୀଙ୍କ ମନରୁ ଅଶାନ୍ତିକୁ ଦୂର କରେ :

ରାଧା-କୃଷ୍ଣ ହେଉଛନ୍ତି ଉଭୟ ପ୍ରେମର ପ୍ରତୀକ । ଏଥିପାଇଁ ମନ୍ଦିରରେ ରାଧା-କୃଷ୍ଣଙ୍କୁ ପୂଜା କରାଯାଏ । ଯଦି କୌଣସି ବ୍ୟକ୍ତି ପ୍ରତିଦିନ ରାଧା-କୃଷ୍ଣଙ୍କ ଫୋଟୋ ଦେଖେ, ତେବେ ତାଙ୍କ  ମନରେ ମଧ୍ୟ ତାର ପ୍ରେମୀକା ବା ପ୍ରେମିକ ଅର୍ଥାତ ତାର ସ୍ତ୍ରୀ ବା ସ୍ୱାମୀ ପ୍ରତି ପ୍ରେମ ଭାବନା ଜାଗ୍ରତ ହେବ ।

ନିସ୍ୱାର୍ଥ ପ୍ରେମର ପ୍ରତୀକ ରାଧା-କୃଷ୍ଣ । ତାଙ୍କ ଭଳି ସମସ୍ତେ ନିଜ ନିଜ ସ୍ତ୍ରୀଙ୍କୁ ପ୍ରେମ କରିଲେ ବୈବାହିକ ଜୀବନ ସର୍ବଦା ହସଖୁସିରେ କାଟି ଥାଏ ଏବଂ ଜୀବନରେ ଶାନ୍ତି ହିଁ ଶାନ୍ତି ରହିଥାଏ ।

ଫୋଟୋ କେଉଁଠି ଲଗାଇବା ଆବଶ୍ୟକ:

ରାଧା-କୃଷ୍ଣଙ୍କ ସୁନ୍ଦର ଫୋଟୋଟି ନିଜ ଶୟନ କକ୍ଷର କାନ୍ଥରେ ଲଗାଇବା ଦରକାର । ଫଟୋଟି ଏହିପରି ଜାଗାରେ ଲଗାନ୍ତୁ ଯେମିତି ସକାଳ ଓ ସନ୍ଧ୍ୟା ସମୟରେ ଆପଣଙ୍କ ପ୍ରଥମ ନଜର ସେହି ଫଟୋରେ ପଢିବ । ଏହା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ମଜବୁତ ହେବ । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅଶାନ୍ତି ଦୂର ହୋଇଥାଏ ଓ ଶାନ୍ତିର ବାତାବରଣ ଖେଳି ଯାଇଥାଏ ।

– ଖୁସି ବୈବାହିକ ଜୀବନ ପାଇଁ ପତି ଓ ପତ୍ନୀ ଉଭୟ କିଏ କାହାର ଭରଷା ଭାଙ୍ଗିବେ ନାହିଁ ।

– ପୁରୁଣା ଭୁଲକୁ ବାରମ୍ବାର ପୁନରାବୃତ୍ତି କରିବେ ନାହିଁ ।

– ଶୟନ କକ୍ଷରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା କରିବେ ନାହିଁ । ଉଭୟ ପତି ପତ୍ନୀ ପରସ୍ପରକୁ ସମ୍ମାନ ଦେବେ ।

!! ଜୟ ଶ୍ରୀକୃଷ୍ଣ !!