ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ପାଠ …

Spread the love

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ମଙ୍ଗଳବାର ଦିନ ଜନ୍ମ ହୋଇ ଥିବା ଶ୍ରୀରାମ ଭକ୍ତ ପ୍ରଭୁ ହନୁମାନଙ୍କର ଅଦ୍ଭୁତ ଓ ଚମତ୍କାରୀ ବିଷୟରେ ଆପଣମାନେ ଜାଣିଥିବେ । କୁହାଯାଏ ଯେ, ହନୁମାନଙ୍କ 12ଟି ନାମର ଜପ କରିବା ଦ୍ୱାରା ଦ୍ୱାରା ଜୀବନର ସବୁ କଷ୍ଟ, ରୋଗ, ପୀଡା ଓ ସଙ୍କଟ ନଷ୍ଟ ହୋଇ ଯିବ ତଥା ସବୁ ମଙ୍ଗଳମୟ ହୋଇଥାଏ । ଶ୍ରୀରାମ ଭକ୍ତ ହନୁମାନ ସବୁ ଯୁଗରେ ନିଜ ଭକ୍ତଙ୍କର ମନସ୍କାମନା ପୂରଣ କରି ଥାନ୍ତି । ଶ୍ରୀରାମ ଭକ୍ତ ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଶାସ୍ତ୍ରରେ ଅନେକ ମନ୍ତ୍ର, ସ୍ତୁତି, ଆଳତି ଆଦିର ରଚନା କରାଯାଇଛି । ସେହିମଧ୍ୟରୁ “ହନୁମାନ ବାହୁକ” ସ୍ତୁତି ଅନ୍ୟତମ । ରାମ ଭକ୍ତ ହନୁମାନଙ୍କ ବାହୁକ ପାଠ ପ୍ରତିଦିନ ବିଧି ବିଧାନ ଅନୁସାରେ କଲେ ଇଛା ପୂରଣ ହୋଇଥାଏ ଓ ହନୁମାନଙ୍କ କୃପା ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ହନୁମାନଙ୍କ ବାହୁକ ପାଠ :

କେମିତି କରିବେ ପ୍ରଭୁ ହନୁମାନଙ୍କ ସ୍ତୁତି :

– ସକାଳୁ ସକାଳୁ ସ୍ନାନ କରିବା ପରେ ସଫା ଲୁଗା ପିନ୍ଧି, ନାଲି କପଡା ଉପରେ ହନୁମାନଙ୍କ ପ୍ରତିମୂର୍ତ୍ତି ବା ହନୁମାନଙ୍କ ଫଟୋ ସ୍ଥାପନା କରନ୍ତୁ ।

– ହନୁମାନଙ୍କୁ ଅବିର, ସିନ୍ଦୁର ଏବଂ ନାଲି ଫୁଲ ଅର୍ପଣ କରିବେ ।

– ଶୁଦ୍ଧ ଗୁଆ ଘିଅ ଦୀପ ଜଳେଇବେ । ଏହି ଦୀପ ପୂଜା ଶେଷ ପର୍ଯ୍ୟନ୍ତ ଜଳୁବା ଦରକାର ।

– ଘରେ ତିଆରି ହୋଇଥିବା ଶୁଦ୍ଧ ଗୁଆ ଘିଅରେ ପ୍ରସାଦ ତିଆରି କରି ଭୋଗ ଲଗାନ୍ତୁ । ଯଦି ପ୍ରସାଦ କରି ପାରିବେ ନାହିଁ ତା’ହେଲେ ଗୁଡା ଏବଂ ଚଣା ପ୍ରସାଦ ଆକାରରେ ଭୋଗ ଲଗାନ୍ତୁ ।

– ଏହାପରେ ହନୁମାନ ବାହୁକ ପାଠ ଆରମ୍ଭ କରିବେ । ପାଠ ସମାପ୍ତି ପରେ କଷ୍ଟ ନିବାରଣ ପାଇଁ ହନୁମାନଙ୍କୁ ପ୍ରାର୍ଥନା କରିବେ ।

– ଯଦି ପ୍ରତିଦିନ ବାହୁକ ପାଠ ସମ୍ଭବ ନ ହୁଏ ତା’ହେଲେ ପ୍ରତି ମଙ୍ଗଳବାର ଏହି ପାଠ କରିପାରିବେ ।

ହନୁମାନ ବାହୁକ ପାଠ ଦ୍ୱାରା କଣ ଉପକୃତ ହୋଇଥାଏ : –

– ହନୁମାନ ବାହୁକ ପାଠ ଦ୍ୱାରା ଇଛା ଶକ୍ତି ବୃଦ୍ଧି ପାଇଥାଏ । ଯାହା ଦ୍ୱାରା ଆପଣ ସମସ୍ତ କଷ୍ଟକର ସମସ୍ୟାକୁ ସାମ୍ନା କରି ପାରିବେ ।
– ଯେଉଁ ଘରେ ହନୁମାନ ବାହୁକ ପାଠ ପଢ଼ାଯାଇଥାଏ ସେଠାରେ ନକାରାତ୍ମକ ଶକ୍ତି ରହିପାରିବ ନାହିଁ, ପରିବାରରେ ସର୍ବଦା ଶାନ୍ତି ବଜାୟ ରହିଥାଏ ।