ହାଇ ଭୋଲ୍ଟେଜ ବିଦ୍ୟୁତରେ ଜଳି ଯାଇଥିବା ଯୋଗୁଁ ଯୁବତୀର ହାତ ଏବଂ ଗୋଡ଼ କାଟିବାକୁ ପଡିଲା । ତଥାପି ବିବାହ କରିବାକୁ ବର ରାଜି ହେଲା ଏବଂ ଜୀବନ ସାରା…

Spread the love

ହାଇ ଭୋଲ୍ଟେଜ ବିଦ୍ୟୁତ ଲାଗିବା ଫଳରେ ଯୁବତୀର ହାତ-ଗୋଡ଼ କାଟିବାକୁ ପଡିଲା । ଏକ ଉଦାହରଣ ସୃଷ୍ଟି କଲେ ବର ଏବଂ ବିବାହ ସାତ ଜନ୍ମର ବନ୍ଧନ ବୋଲି ପ୍ରମାଣ କଲେ ।

ଏପରି କୁହାଯାଏ ଯେ, ବିବାହର ସାତ ଫେରେ ଦୂଇ ବ୍ୟକ୍ତିଙ୍କ ଜୀବନ ସାତ ଜନ୍ମ ପର୍ଯ୍ୟନ୍ତ ଗୋଟିଏ ସମ୍ପର୍କରେ ବାନ୍ଧି ଦିଏ । ଏହା କୌଣସି ଫିଲ୍ମର କଥା ନୁହଁ କିନ୍ତୁ ଏହା ଏକ ବାସ୍ତବ ସତ୍ୟ ଘଟଣା । ଜୀବନରେ କେତେ ମଧ୍ୟ ସୁଖ ଦୁଃଖ ଆସିଲେ ମଧ୍ୟ ପତି ପତ୍ନୀ ପରସ୍ପରର ଏକାଠି ରହି ନିଜର ଜୀବନ ଅତିବାହିତ କରନ୍ତି । କିନ୍ତୁ ଏଠାରେ ଯେଉଁ ଖବର କହିବାକୁ ଯାଉଛୁ; ତାହା ସମ୍ପୂର୍ଣ ଅଲଗା ଅଟେ । ଆମେ ଯାହା କହିବୁ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ !ଏପରି ତ କେବଳ ଫିଲ୍ମରେ ହୁଏ, ସାଧାରଣତଃ ଏପରି ହୁଏ ନାହିଁ କିନ୍ତୁ ସତ୍ୟ ଆଉ କିଛି ଅଟେ । ହାଇ ଭୋଲ୍ଟେଜ ବିଦ୍ୟୁତରେ ଜଳି ଯାଇଥିବା ଯୋଗୁଁ ଯୁବତୀର ହାତ ଏବଂ ଗୋଡ଼ କାଟିବାକୁ ପଡିଲା, ଏହାର ଆଗର କାହାଣୀ ଚାଲନ୍ତୁ ଆପଣଙ୍କୁ କହିବୁ ।

ଜଳି ଯାଇଥିବା ଯୋଗୁଁ ଯୁବତୀର ହାତ ଏବଂ ଗୋଡ଼ କାଟିବାକୁ ପଡିଲା :

ଏହି କାହାଣୀ ହୀରଲ ନାମକ ଏକ ଯୁବତୀର ଏବଂ ଚିରାଗ ନାମକ ଏକ ଯୁବକର ଅଟେ । ଯେଉଁମାନେ ଦେଖାଇ ଦେଲେ ଯେ, ପ୍ରେମ ବ୍ୟକ୍ତିକୁ ବହୁତ ଭଲ ମଧ୍ୟ କରାଇ ଦିଏ ଏବଂ ଖରାପ ମଧ୍ୟ କରାଇ ଦିଏ । ଜାମାନଗର ଜିଲ୍ଲାର ଡ଼ବାସଣ ଗ୍ରାମର ବାସିନ୍ଦା ୧୮ବର୍ଷୀୟ ହୀରଲ ତନମୁଖ ଭାଡ୍ର ବଡ଼ଗାମାରେ ରୁହେ ଏବଂ ତାର ନିର୍ବନ୍ଧ ୨୮ମାର୍ଚ୍ଚରେ ଜାମନଗରର ଚିରାଗ ଭାଡ଼ୋଶୀୟ ଗଜ୍ଜରଙ୍କ ସହ ହୋଇଥିଲା । ଖରାଦିନ ଛୁଟିରେ ସେମାନଙ୍କର ବିବାହ ଠିକ ହୋଇଥିଲା କିନ୍ତୁ ଭାଗ୍ୟର ବିଡମ୍ବନା, ଭାଗ୍ୟରେ ଆଉ କିଛି ଲେଖା ଥିଲା । ୧୧ମଇକୁ ହୀରଲ ଲୁଗା ଧୋଇ ତାକୁ ସୁଖାଇବାକୁ ଝରକା ପାଖରେ ପହଞ୍ଚିଲା ଏବଂ ତାର ହାତ ବାହାରକୁ ବାହାର କରିଲା ସେହି ସମୟରେ କରେଣ୍ଟ ତାର ଉପରେ ତାର ହାତ ଲାଗିଗଲା ଏବଂ ତାର ହାତ ସେଇଠି ହିଁ ଜାଳି ଗଲା । ପୁଣି ଗୋଡ଼କୁ କରେଣ୍ଟ ମାରିବା ଯୋଗୁଁ ଗୋଡ଼ ମଧ୍ୟ ଗମ୍ଭୀର ରୂପରେ ଜଳି ଗଲା । ହୀରଲକୁ ଯଥାଶୀଘ୍ର ନିକଟସ୍ଥ ଜିଜି ହସ୍ପିଟାଲକୁ ନିଆଗଲା ଏବଂ ସେଠାରେ ତାର ଚିକିତ୍ସା ହେଲା । ପରିବାର ଲୋକଙ୍କୁ ଲାଗୁଥିଲା ଯେ, ଡାକ୍ତରମାନେ ତାଙ୍କୁ କିଛି ଲୁଚାଉଛନ୍ତି, ବାରମ୍ବାର ପଚାରିବା ପରେ କହୁଥିଲେ ଯେ, ରିପୋର୍ଟ ଭଲ ଆସିଛି, ସବୁ କିଛି ଠିକ ହୋଇଯିବ । ଚାରିଦିନ ପରେ ଡାକ୍ତରମାନେ ହାତ ଟେକି ଦେଲେ ଏବଂ ଅହମ୍ମଦାବାଦର ସିବିଲ ହସ୍ପିଟାଲକୁ ସେମାନେ ହୀରଲକୁ ନେବା ପାଇଁ କହିଲେ ।

ସେଠାରେ ଡାକ୍ତରମାନେ କହିଲେ ଯେ, ହୀରଲଙ୍କର ଡାହାଣ ହାତ ଏବଂ ଗୋଡ଼ ଦ୍ଵୟର ଆଣ୍ଠୁ ପର୍ଯ୍ୟନ୍ତ କାଟିବାକୁ ପଡିବ । ଯଦି ଦୁର୍ଘଟଣାର ୪୮ଘଣ୍ଟା ଭିତରେ ଏଠାକୁ ଆଣି ଥିଲେ ସ୍ଥିତି ଅନ୍ୟ କିଛି ହୋଇଥାନ୍ତା । ଏହି ବିଷୟ ମିଡିଆକୁ ହୀରଲଙ୍କର ଭାବି ପତି ଜଣାଇଲେ । ଯେତେବେଳେ ହୀରଲଙ୍କର ମାତାପିତାଙ୍କୁ ଜଣାପଡିଲା ଯେ, ହୀରଲଙ୍କର ଡାହାଣ ହାତ ଏବଂ ଗୋଡ଼ଦ୍ଵୟର ଆଣ୍ଠୁ ପର୍ଯ୍ୟନ୍ତ କାଟିବାକୁ ପଡିବ ! ସେତେବେଳେ ତାଙ୍କ ଉପରେ ଦୁଃଖର ପାହାଡ଼ ଖସିପଡ଼ିଲା । ଏବେ ଝିଅର ଜୀବନ ସାରାର ବୋଝ କିଏ ଉଠାଇବ ? ତା’ର ଭାବି ପତି କଣ ତାକୁ ବିବାହ କରିବ ? ହୀରଲର ଜୀବନ କିପରି କାଟିବ ? ଏହି ସମସ୍ତ ପ୍ରଶ୍ନ ଭାବି ସେମାନେ ଚିନ୍ତିତ ହୋଇଗଲେ । ଯେବେ ଚିରାଗ ହସ୍ପିଟାଲ ଆସିଲା ଏବଂ ସେମାନଙ୍କୁ ଚିନ୍ତିତ ଦେଖିଲା, ସେହିପରି ସ୍ଥଳରେ ସେ କହିଲା ଯେ, ସେ ବିବାହ କରିବ । ଚିରାଗର ନିଷ୍ପତ୍ତିକୁ ଚିରାଗର ମାତାପିତା ମଧ୍ୟ ସମର୍ଥନ କରିଲେ ।

ହୀରଲ ମିଡ଼ିଆକୁ ନିଜର ଅବସ୍ଥା ବିଷୟରେ କହିଲେ :

ହୀରଲ କହିଲେ, “୩-୪ ଦିନ ପର୍ଯ୍ୟନ୍ତ ମୋର ଚେତା ନ ଥିଲା ଏବଂ ଚେତା ଆସିବା ପରେ ମୁଁ ଜାଣିବାକୁ ପାଇଲି ଯେ, ମୋର ହାତ ଗୋଡ଼ କଟା ହୋଇଯିବ । ମୁଁ ଦୁଃଖରେ ଭାଙ୍ଗି ପଡିଲି ଏବଂ ପରିବାର ଲୋକଙ୍କୁ ମୃତ୍ୟୁ ମାଗିଳି । ମାତ୍ର ଚିରାଗର ନିଷ୍ପତ୍ତି ଜାଣିଲା ପରେ ମୋତେ ଲାଗିଲା ଯେ, ସତରେ ଦୁନିଆରେ ଭଲ ମଣିଷ ଅଛନ୍ତି । ମୋତେ ଚିରାଗ ଉପରେ ଗର୍ବ ହେଉଛି ଏବଂ ସେ ହସ୍ପିଟାଲରେ ସମ୍ପୂର୍ଣ ଭାବରେ ମୋ ସହିତ ରହିଲେ । ସେ ହସ୍ପିଟାଲର ସାମ୍ନାରେ ଏକ ଭଡାଟିଆ ଘର ନେଲେ ଯାହାଫଳରେ ସେ ମୋର ସେବା କରିପାରିବେ । ତାଙ୍କର ମାତାପିତା ମଧ୍ୟ ଏପରି ପରିସ୍ଥିତିରେ ମୋତେ ସ୍ଵୀକାର କରୁଛନ୍ତି । ଏହା ମୋର ସୌଭାଗ୍ୟର କଥା ଅଟେ ।” ହୀରଲର ଏହି ପରିସ୍ଥିତିର ଖବର ସୋସିଆଲ ମିଡିଆରେ ପ୍ରସାର ହେବା ଫଳରେ ସମସ୍ତେ ଚିରାଗର ଏହି ନିଷ୍ପତ୍ତି ଯୋଗୁଁ ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି ।