ହାଡକୁ ଦୁର୍ବଳ ହେବାରୁ ବଞ୍ଚାଇବା ପାଇଁ ଆଜି ହିଁ ବନ୍ଦ କରି ଦିଅନ୍ତୁ ଏହି ୨ଟି ଜିନିଷର ସେବନ

Spread the love

ଆଜିକାଲି ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କ ହାତଗୋଡ଼ ବ୍ୟଥା ଓ ଯନ୍ତ୍ରଣା ହେବାରେ ଲାଗୁଛି । ଯାହାର ମୁଖ୍ୟ କାରଣ ହେଉଛି ଅନିୟମିତ ଖାଦ୍ୟପେୟ କରିବା ଓ ତ୍ରୁଟି ପୂର୍ଣ୍ଣ ଜୀବନଶୈଳୀ । ଲୋକମାନେ ଘରେ ଓ ବାହାରେ କିଛି ଏଭଳି ଜିନିଷ ଖାଇଥାନ୍ତି ଯାହାକି ଦେହରେ ଥିବା କ୍ୟାଲସିୟମର ମର୍ଟକୁ କମେଇ ଦିଏ, ଯାହାକି ଭବିଷ୍ୟତରେ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ । ଗୋଟିଏ ସ୍ୱାସ୍ଥ୍ୟ ଶରୀର ପାଇଁ ହାଡ଼ ମଜବୁତ ରହିବା ଉଚିତ । କିନ୍ତୁ ଆପଣମାନେ ଖାଉଥିବା ବାହାର କିଛି ଖାଦ୍ୟ, ଯାହାକି ଆପଣଙ୍କ ହାଡ଼କୁ ବହୁତ ଦୁର୍ବଳ କରି ଦେଉଛି ।

ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଅଧିକାଂଶ ଲୋକମାନେ ହାଡ ଜନିତ ସମସ୍ୟା ଓ ହାଡ଼ ଜନିତ ରୋଗର ସମ୍ମୁଖୀନ ହେଉଛନ୍ତି । ଯେଉଁ କାରଣରୁ ହାଡ ଦୁର୍ବଳ ହୋଇଯାଏ ଏବଂ ଗଣ୍ଠି ଗୁଡିକରେ କଷ୍ଟ ଓ ଯନ୍ତ୍ରଣ ଅନୁଭାବ ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି କି ଆମର ଜୀବନ ଶୈଳୀ ଓ ଖାଦ୍ୟପେୟର ଅନିୟମିତତା । ଆମ ଜାଣତରେ ଅବା ଅଜାଣତରେ ଏମିତି କିଛି ଜିନିଷର ସେବନ କରିଥାଉ ଯାହା ଆମର ହାଡକୁ ଧିରେ ଧିରେ ନଷ୍ଟ କରିଥାଏ । ଏଥିପାଇଁ ଆଜିର ପୋଷ୍ଟରେ ଆମେ ଆପଣଂକୁ ଜଣାଇବୁ ଯେ ହାଡକୁ ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ଆଜି ହିଁ ବନ୍ଦ କରନ୍ତୁ ଏହି ୨ଟି ଜିନିଷର ସେବନ । ଦ୍ଵିତୀୟଟି ହେଉଛି ଅଧିକ ଖତରନାକ ।

ପ୍ରଥମ ଜିନିଷ:- ଆଜିର ସମୟରେ ଦେଖାଯାଉଛି କି ଅଧିକାଂଶ ଲୋକ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ମସଲା ଯୁକ୍ତ ଖାଦ୍ୟ ଖାଇବା ପ୍ରାୟତଃ ଲୋକମାନଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇସାରିଛି । ଏହି ଖାଦ୍ୟ ଖାଇବା ଦ୍ଵାରା ସେମାନଙ୍କ ଶରୀରରେ ଲୁଣର ମାତ୍ରା ଅଧିକ ହୋଇଯାଇ ଥାଏ । ଆମ ଶରୀରରେ ଲୁଣର ମାତ୍ରା ଅଧିକ ହେବା ଯୋଗୁ କ୍ୟାଲସିୟମ୍ ର ମାତ୍ରା କମିଯାଏ, ଯାହା ଦ୍ୱାରା ଆମର ହାଡ ଦୁର୍ବଳ ହୋଇଯାଏ ।

ଦ୍ଵିତୀୟ ଜିନିଷ:- ହାଡ ଦୁର୍ବଳ ହେବାର ଅନ୍ୟ ଏକ କାରଣ ହେଉଛି ମଦର ସେବନ । ମଦ ଦେହ ପାଇଁ ବହୁତ କ୍ଷତିକାରକ ଅଟେ । ଅଧିକ ମଦ ପିଇବା ଦ୍ୱାରା ଆମ ଶରୀର, କ୍ୟାଲସିୟମ ଅବଶୋଷିତ କରିବାର କ୍ଷମତାର ଅଭାଵ ପରିଲକ୍ଷିତ ହୋଇଥାଏ । ଯାହା ପରେ ଆମେ ଭରପୁର କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ଆମର ହାଡ ଦୁର୍ବଳ ହିଁ ରହିଥାଏ ।