ହାଡ଼ଗୁଡିକୁ ଦୁର୍ବଳ କରିଦିଏ – ଏହି ୫ଟି ଜିନିଷ । ଆଜି ହିଁ ଖାଇବା ବନ୍ଦ କରି ଦିଅନ୍ତୁ ।

Spread the love

ଆଜିକାଲି ଛୋଟ ପିଲାମାନଙ୍କ ଗୋଡ଼ରେ ବ୍ୟଥା ଓ ହାଡ଼ ଦୁର୍ବଳତା ହେବାରେ ଲାଗୁଛି । ଯାହାର ମୁଖ୍ୟ କାରଣ ହେଉଛି ଅନିୟମିତ ଆହାର କରିବା ଓ ତ୍ରୁଟି ପୂର୍ଣ୍ଣ ଜୀବନଶୈଳୀ । ଲୋକମାନେ ଘରେ ଓ ବାହାରେ କିଛି ଏଭଳି ଜିନିଷ ଖାଇଥାନ୍ତି ଯାହାକି ଦେହରେ ଥିବା କ୍ୟାଲସିୟମ ର ସ୍ତରକୁ କମେଇଦିଏ, ଯାହାକି ଭବିଷ୍ୟତରେ ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।

ଗୋଟିଏ ସୁସ୍ଥ ଶରୀର ପାଇଁ ହାଡ଼ ମଜବୁତ ରହିବା ଉଚିତ । କିନ୍ତୁ ଆପଣମାନେ ଖାଉଥିବା ବାହାରର କିଛି ଖାଦ୍ୟ, ଯାହାକି ଆପଣଙ୍କ ହାଡ଼କୁ ବହୁତ ଦୁର୍ବଳ କରି ଦେଉଛି । ଆସନ୍ତୁ ସେହି ୪ଟି ଜିନିଷ ବିଷୟରେ ଜାଣିବା :

୧) ଚା’ ଓ କଫି ପିଇବା ପ୍ରାୟ ସମସ୍ତଙ୍କ ଅଭ୍ୟାସ । ଚା’ ଓ କଫିର ଅଧିକ ସେବନ କରିବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ । ଚା’ ଓ କଫିରେ କୈଫିନର ମାତ୍ର ଅଧିକ ଥାଏ ଯାହାର ସେବନ କରିବା ହାଡ଼ଗୁଡି଼କ ନିମନ୍ତେ ହାନିକାରକ ହୋଇଥାଏ ।

୨) ଅଧିକ ମାତ୍ରାରେ ଲୁଣକୁ ସେବନ କରିଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଯାଏ । ଲୁଣରେ ସୋଡିୟମ ଥାଏ, ଯାହା ଶରୀର ଭିତରକୁ ଗଲା ପରେ ଦେହର ଥିବା କ୍ୟାଲସିୟମକୁ ୟୁରିନ ମାଧ୍ୟମରେ ବାହାରକୁ ବାହାର କରିଦିଏ । ଏଥିପାଇଁ ଆପଣଙ୍କୁ ଲୁଣର ବ୍ୟବହାର ବହୁତ କମ ହିଁ କରିବା ଉଚିତ ।

୩) ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଥଣ୍ଡା ପାନୀୟ (କୋଲ୍ ଡ୍ରିଂକ୍ସ) ପିଇବା ପାଇଁ ଅଧିକ ପସନ୍ଦ କରନ୍ତି । କଣ ଆପଣ ଜାଣିଛନ୍ତି କି, ଏଥିରେ କାର୍ବନ ଡାଇକ୍ସାସାଇଡ (Dioxide) ଓ ଫସଫରସ୍ ରହିଛି, ଯାହାକି ହାଡ଼ ପାଇଁ ବହୁତ କ୍ଷତି କାରକ ଅଟେ ।

୪) ଅଧିକ ମାତ୍ରାରେ ଚିନି ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ହାଡ଼କୁ ଦୁର୍ବଳ କରିଦେବ । ଯଦି ଅପଣ ମିଠା ଜିନିଷ ଖାଇବାକୁ ଅଧିକ ପସନ୍ଦ କରନ୍ତି; ତେବେ ତାହାକୁ କମେଇ ଦିଅନ୍ତୁ, ନଚେତ ଗମ୍ଭୀର ସମସ୍ୟା ସୃଷ୍ଟି କରିବ ।

୫) ଛେଳି ମାଂସ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି ଏବଂ ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ମଧ୍ୟ । କିନ୍ତୁ ଛେଳି ମାଂସ ଖାଇବା ଦ୍ୱାରା ଆମର କଣ ଅପକାରିତା ହୁଏ, ସେ ବିଷୟରେ ବୋଧେ ଅଳ୍ପ କେତେକ ଲୋକ ହିଁ ଜାଣିଥିବେ । ଛେଳିମାଂସରେ ହାଇଡ୍ରକ୍ଳରିକ୍ ଏସିଡର ମାତ୍ର ଅଧିକ ଥାଏ, ଛେଳି ମାଂସ ଅଧିକ ଖାଇବା ଦ୍ୱାରା ଆମ ଶରୀରର ହାଡ଼ଗୁଡିକ ଧୀରେ ଧୀରେ ଦୁର୍ବଳ ହୋଇଯାଏ । ଯେଉଁଥିରେ ପାଇଁ ଆମ ଶରୀରର ଖଞ୍ଜା ଗୁଡିକରେ ଧୀରେ ଧୀରେ ଯନ୍ତ୍ରଣା ହେବାକୁ ଲାଗୁଛି । ତେଣୁ ଆମେ ଆମ ଶରୀରକୁ ସୁସ୍ଥ ଓ ଅଧିକ ମଜବୁତ କରିବା ନିମନ୍ତେ ଛେଳିମାଂସ ଖାଇବା ପ୍ରତି ଆକର୍ଷଣ କମାଇବା ନିତାନ୍ତ ଜରୁରୀ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରଜନଙ୍କ ମଧ୍ୟ ଶେୟାର କରନ୍ତୁ । ଏହିପରି ଲେଖା ପ୍ରଥମେ ପଢିବା ପାଇଁ ଆମକୁ Follow କରନ୍ତୁ । ଧନ୍ୟବାଦ !