ଯେଉଁ ଘରର ବୋହୁମାନଙ୍କରେ ଥାଏ ଏହି ଅଭ୍ୟାସ, ସେମାନଙ୍କ ଉପରେ ମା ଲଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ ।

Spread the love

ଏହି ଦୁନିଆରେ ଏଭଳି କୌଣସି ମଧ୍ୟ ମନୁଷ୍ୟ ନଥିବ ଯି ଏକି ମା ଲଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହିଁବ ନାହିଁ । ଲଷ୍ମୀ ମାଙ୍କୁ ଧନର ଦେବୀ କୁହାଯାଏ । ଯେଉଁ ବ୍ୟକ୍ତିକୁ ମା ଲଷ୍ମୀ ଙ୍କ ଆଶୀର୍ବାଦ ମିଳିଯାଏ ସେହି ବ୍ୟକ୍ତିର ଜୀବନରେ ଆଉ କେବେମଧ୍ୟ ଟଙ୍କାର ଅଭାବ ହୋଇନଥାଏ । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମା ଲାଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହାଁନ୍ତି । ଆଜିକାଲି ଏହି ମହଙ୍ଗା ଯୁଗରେ ସଭିଙ୍କୁ ଟଙ୍କାର ମୋହ ଥାଏ । କିନ୍ତୁ ସମସ୍ତେ ମା ଲଷ୍ମୀଙ୍କ ଆଶୀର୍ବାଦ ପାଇବାପାଇଁ ଯୋଗ୍ୟ ହୋଇନଥାନ୍ତି । ଏଥିପାଇଁ ଆପଣଙ୍କ ଭିତରେ କିଛି ବିଶେଷ ଗୁଣ ରହିବା ଆବଶ୍ୟକ । ସେତେବେଳେ ହିଁ ଆପଣଙ୍କୁ ମା ଲଷ୍ମୀଙ୍କ ଆଶୀର୍ବାଦ ମିଳିପାରିବ ।

ଆପଣ ସମସ୍ତେ ଜାଣନ୍ତି ଘରର ବୋହୂକୁ ମଧ୍ୟ ଘରର ଲଷ୍ମୀ କୁହାଯାଏ । ଘରର ବୋହୂକୁ ସବୁଠାରୁ ଅଧିକ ମା ଲଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । ଏଥିପାଇଁ ସେମାନଙ୍କ ଭିତରେ କିଛି ବିଶେଷ ଅଭ୍ୟାସ ରହିବା ନିହାତି ଆବଶ୍ୟକ । ଆସନ୍ତୁ ଆମେ ସେହି ବିଶେଷ ସମ୍ପୂର୍ଣରୂପେ ଜାଣିବା ଯାହାଦ୍ଵାରା କି ଲଷ୍ମୀ ମାଙ୍କ ଆଶୀର୍ବାଦ ମିଳିଥାଏ ।

ପ୍ରଥମ ଅଭ୍ୟାସ –

ଯେଉଁ ଘରର ବୋହୂମାନେ ପ୍ରତ୍ୟେକ ଦିନ ସକାଳେ ଉଠି ସ୍ନାନକରି ସକାଳେ ଓ ସନ୍ଧ୍ୟାରେ ଦୀପ ଜାଳନ୍ତି, ସେମାନଙ୍କ ଉପରେ ମା ଲଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ରହୁଥିବ । କାରଣ ଦୀପ ଜାଳିଲେ ଘର ଓ ବୋହୁ ଦୁହେଁଙ୍କ ମଧ୍ୟରେ ଏକ ସକାରାତ୍ମକ ଉର୍ଜ୍ଜା ସୃଷ୍ଟି ହୋଇଥାଏ । ମା ଲାଷ୍ମୀଙ୍କୁ ଏହି ସକାରାତ୍ମକ ଉର୍ଜ୍ଜା ନିଜ ଆଡ଼କୁ ଆକର୍ଷଣ କରିଥାଏ । ଏହାସହ ଘରର ବୋହୂକୁ ଶୁକ୍ରବାରରେ ବିଶେଷରୂପେ ମା ଲଷ୍ମୀଙ୍କ ଆଗରେ ଘିଅ ର ଦୀପ ଜାଳିବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କ ଉପରେ ମା ଲଷ୍ମୀଙ୍କ ଆଶୀର୍ବାଦ ମିଳିବାର ସମ୍ଭାବନା ବଢିଯିବ ।

ଦ୍ୱିତୀୟ ଅଭ୍ୟାସ –

ଯେଉଁ ବୋହୁ ନିଜ ଘରର ସଫାସୁତର ରଖିବାରେ ସବୁବେଳେ ଧ୍ୟାନ ଦେଇଥାନ୍ତି, ସେମାନଙ୍କୁ ମା ଲଷ୍ମୀଙ୍କ ଆଶୀର୍ବାଦ ନିଶ୍ଚୟ ମିଳିଥାଏ । ଲଷ୍ମୀ ମା ସ୍ଵଛ ବାତାବରଣ କୁ ବହୁତ ପସନ୍ଦ କରନ୍ତି । ତେଣୁ ସବୁ ଘରର ବୋହୁ ମାନଙ୍କୁ ନିଜ ଘରକୁ ସଫାସୁତର ରଖିବାପାଇଁ ବିଶେଷରୂପେ ଧ୍ୟାନ ଦେବା ଆବଶ୍ୟକ । ଯଦି ଆପଣଙ୍କ ଘରେ ମା ଲଷ୍ମୀଙ୍କ ମୂର୍ତ୍ତି ଥାଏ, ତେବେ ତାହାକୁ ମଧ୍ୟ ସଫାକରି ରଖିବାପାଇଁ ଭୁଲିବେ ନାହିଁ ।

ତୃତୀୟ ଅଭ୍ୟାସ –

ଯେଉଁ ଘରର ବୋହୁ ସକାଳେ ସୂର୍ଯ୍ୟାଦାୟ ହେବା ପୂର୍ବରୁ ଉଠିଥାନ୍ତି ଓ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ସମୟରେ ଶୋଇ ନଥାନ୍ତି, ସେମାନଙ୍କ ଉପରେ ଲଷ୍ମୀ ମାଙ୍କ ଆଶୀର୍ବାଦ ବହୁତ ଶୀଘ୍ର ପଡ଼ିଥାଏ । ଏଭଳି ବୋହୂଙ୍କ ପାଖରେ ଉର୍ଜ୍ଜା ର ଶକ୍ତି ଅଧିକଥାଏ । ଏଭଳି ବୋହୂଙ୍କ ପ୍ରାର୍ଥନା ମା ଲଷ୍ମୀ ବହୁତ ଶୀଘ୍ର ଶୁଣିଥାନ୍ତି ।