ହାତରେ ଥିବା ଅଧା ଚନ୍ଦ୍ରର ଅର୍ଥ କଣ ?

Spread the love

ବନ୍ଧୁଗଣ ପ୍ରାୟ ସମସ୍ତେ କୁହନ୍ତି ମଣିଷ ଜନ୍ମ ହେଲା ବେଳେ କିଛି ନେଇ ଆସି ନ ଥାନ୍ତି କିମ୍ବା ମଲା ବେଳେ ମଧ୍ୟ କିଛି ନେଇକି ଯାଏ ନାହିଁ । ଶାସ୍ତ୍ର ଅନୁସାରେ ଏହା ଭୁଲ ଅଟେ । ମଣିଷ ଜନ୍ମ ହେଲା ବେଳେ ନିଜର ପୂର୍ବ ଜନ୍ମର କର୍ମଫଳ ନେଇକି ଅସିଥାଏ ଓ ମଲା ବେଳେ ମଧ୍ୟ ଏହି ଜନ୍ମର କର୍ମଫଳ ନେଇ ଯାଇଥାଏ । ଯେବେ ଆମେ ଜନ୍ମ ବେଳେ, ସମସ୍ତଙ୍କ ହାତରେ କିଛି ରେଖା ପରି ଛପା ହୋଇଥାଏ । ଆମେ ଜାଣି ନ ଥାଉ ଏହା କଣ ? ଶାସ୍ତ୍ର ଅନୁସାରେ ଏହା ଆମର ସ୍ୱଭାବ ଓ ଆଚରଣର ସଂକେତ ଦର୍ଶାଇଥାଏ । କିଛି ଜ୍ୟୋତିଷବିତ ମଧ୍ୟ ଏହାକୁ ଦେଖି ଆମ ଭବିଷ୍ୟତ କହିଥାନ୍ତି । ଆମ ହାତରେ ବିଭିନ୍ନ ପ୍ରକାରର ରେଖା ଥାଏ କିନ୍ତୁ ଆଜି ଆମେ ଜାଣିବା ଆମ ହାତରେ ଥିବା ଅର୍ଦ୍ଧ ଚନ୍ଦ୍ରମାର ଅର୍ଥ କଣ ସେ ବିଷୟରେ କହିବୁ :-

ଆମ ହାତର ରେଖା ଆମ ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଅନେକ ସଂକେତ ଦର୍ଶାଇଥାଏ ଓ ଏହା ଆମ ଜନ୍ମ ଠାରୁ ଆମ ହାତରେ ମଧ୍ୟ ଛପା ହୋଇ ରହିଥାଏ । ତା ମଧ୍ୟରୁ ଅର୍ଦ୍ଧ ଚନ୍ଦ୍ରମାଟି ଅନ୍ୟତମ । ଆମେ ଯେବେ ଦୁଇ ପାପୁଲିକୁ ଜଡିତ କରି ରଖୁ ଆମ ହାତରେ ଏକ ଅର୍ଦ୍ଧ ଚନ୍ଦ୍ର ପରି ରେଖା ଦେଖାଯାଏ କିନ୍ତୁ ଏହା ସମସ୍ତ ହାତରେ ନ ଥାଏ ! ଏହା 3 ପ୍ରକାରର ହୋଇଥାଏ । କିଛି ଲୋକଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ରମା ଦେଖାଯାଏ କିଛି ଲୋକଙ୍କ ହାତରେ ଦୁଇଟି ରେଖାର ଲାଇନ ଅଲଗା ଅଲଗା ହୋଇଥାଏ ।

ଆସନ୍ତୁ ଜାଣିବା 3 ପ୍ରକାରର ରେଖା

ଯେଉଁ ବ୍ୟକ୍ତିଙ୍କ ପାଖରେ ଅର୍ଦ୍ଧ ଚନ୍ଦ୍ରମା ରେଖା ଥାଏ ସେମାନେ ବହୁତ ଆକର୍ଷିତ ହୋଇଥାନ୍ତି । ସେମାନଙ୍କୁ ପ୍ରାୟ ସମସ୍ତେ ଶୀଘ୍ର ପସନ୍ଦ କରିଦିଅନ୍ତି । ଏହିମାନେ ତାଙ୍କ ଜୀବନରେ ବହୁତ ଉଚ୍ଚ ପରିବାରର କିମ୍ବା ଧନୀଶୀଳ ହୋଇଥାନ୍ତି । ଏହିମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଯେକୌଣସି କଷ୍ଟ କାମ ହେଲେ ମଧ୍ୟ ଏମାନଙ୍କ ପାଇଁ ସହଜ ହୋଇଥାଏ । ଏମାନେ କୌଣସି କାମର ନେତୃତ୍ୱ ନେବା ପାଇଁ ପଛଗୁଞ୍ଚା କରନ୍ତି ନାହିଁ ।

ଏବେ ଜାଣିବା ଯେଉଁ ବ୍ୟକ୍ତିଙ୍କ ହାତକୁ ଯୋଡିବା ଦ୍ୱାରା ହାତର ରେଖା ସିଧା ହୋଇଥାଏ ସେମାନେ ପ୍ରାୟ ଶାନ୍ତ ସରଳ ଓ ଦୟାଳୁ ସ୍ୱଭାବର ହୋଇଥାନ୍ତି । ଏମିତି ବ୍ୟକ୍ତି ବହୁତ କମ୍ ହୋଇଥାନ୍ତି ଯେଉଁମାନଙ୍କର ହାତର ରେଖା ସିଧା ହୋଇଥାଏ । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଭାଗ୍ୟ ଏମାନଙ୍କ ସବୁବେଳେ ସାଥିରେ ରହିଥାଏ ।

ଏବେ ଜାଣିବା ଯେଉଁ ବ୍ୟକ୍ତିଙ୍କ ହାତକୁ ଯୋଡିବା ଦ୍ୱାରା ହାତର ରେଖା ମିଶି ନଥାଏ । ସେମାନେ ପ୍ରାୟ ବୟସ୍କ ଲୋକଙ୍କ ସହିତ ରହିବା ପାଇଁ ପସନ୍ଦ କରିଥାନ୍ତି । ସେମାନେ ତାଙ୍କ ପରିବାର ପାଇଁ ଅତି ଯତ୍ନବାନ ହୋଇଥାନ୍ତି ଓ ସେମାନେ ତାଙ୍କର ସମୟ ବାହାରେ କଟାଇବା ବଦଳରେ ନିଜ ପରିବାର ସହ ରହିବ ବେଶୀ ପସନ୍ଦ କରିଥାନ୍ତି । ଏମାନେ ନିଜ କାମ ନିଜେ କରିବାକୁ ପସନ୍ଦ କରିଥାନ୍ତି ।