୨୩ ଏପ୍ରିଲରୁ ଗୁରୁ ବୃହସ୍ପତି ଓଲଟା ଚାଲିବେ । ଜାଣନ୍ତୁ କଣ ପ୍ରଭାବ ପଡିବ ଆପଣଙ୍କ ରାଶି ଉପରେ ।

Spread the love

ଦେବତା ମାନଙ୍କ ଗୁରୁ ବୃହସ୍ପତି ୨୨ ଏପ୍ରିଲ ୨୦୧୯ ରାତି ୧ ଘଣ୍ଟା ୨ ମିନିଟରୁ ବୃଷ ରାଶିରେ ପ୍ରବେଶ କରୁଛନ୍ତି । ବୃହସ୍ପତି ଏହି ସ୍ଥିତିରେ ୧୧ ଅଗଷ୍ଟ ପର୍ଯ୍ୟନ୍ତ ରହିବେ । ଜୀବନର କ୍ୟାରିଆରରେ ମାନ ସମ୍ନାନ ଏବଂ ସମୃଦ୍ଧି ପାଇବା ପାଇଁ କୁଣ୍ଡଳୀରେ ବୃହସ୍ପତିଙ୍କ ସ୍ଥିତି ଶୁଭ ହେବା ଜରୁରୀ ଅଟେ । ବୃହସ୍ପତିଙ୍କ ସ୍ଥିତି ପରିବର୍ତନ ଫଳରେ ୧୨ଟି ରାଶି ଉପରେ କିପରି ପ୍ରଭାବ ପଡିବ ଆସନ୍ତୁ ଜାଣିବେ ।

୧) ମେଷ ରାଶି ଉପରେ ବୃହସ୍ପତିଙ୍କ ପ୍ରଭାବ :

ଆପଣଙ୍କ ରାଶିର ଅଷ୍ଟମ ଭାଗରେ ବୃହସ୍ପତି ପ୍ରବେଶ କରିବେ । ଏହି ସମୟ ମଧ୍ୟରେ ଆପଣଙ୍କ ଦାମ୍ପତ୍ୟ ଜୀବନ ଉତ୍-ଥାନ ପତନ ଲାଗିରହିବ । ଏହି ସମୟରେ ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଜରୁରୀ ଅଟେ । ବଢୁଥିବା ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ ।

୨) ବୃଷ ରାଶି ନିମନ୍ତେ ସାମାନ୍ୟ ସମାସ୍ୟା :

ବୃଷ, ବୃହସ୍ପତି ଆପଣଙ୍କ ରାଶିରେ ସପ୍ତମ ଭାଗକୁ ପ୍ରଭାବିତ କରିବେ । ଏହି ସମୟ କଷ୍ଟଭରା ରହିବା । ପରିବାର, କର୍ମକ୍ଷେତ୍ର ଚିନ୍ତା ଜନକ ରହିବ । ବୈବାହିକ ଜୀବନରେ ଚିନ୍ତା ଲାଗି ରହିବ । ଏହି ସବୁଠାରୁ ବଞ୍ଚିବା ପାଇଁ ଗୁରୁବାର ଦିନ ବ୍ରତ ଏବଂ ପୂଜା କରିବା ନିହାତି ଜରୁରୀ ଅଟେ ।

୩) ମିଥୁନ ରାଶି ସମ୍ପର୍ଣ୍ଣ ବ୍ୟକ୍ତି ପାଇଁ ଚିନ୍ତା ବଢିପାରେ :

ବୃହସ୍ପତି ଆପଣଙ୍କ ରାଶିର ଷଷ୍ଠ ସ୍ଥାନକୁ ପ୍ରଭାବିତ କରିବେ । ଏହି ସମୟରେ ମାନସିକ ଚିନ୍ତା ବଢିବ । ପରିବାର, କର୍ମକ୍ଷେତ୍ରକୁ ନେଇ ଚିନ୍ତାରେ ରହିବେ । ଏହି ପରିସ୍ଥିତିରେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଉପୁଜିପରେ । ତଥାପି ଆପଣ ନିଜର ଧୌର୍ଯ୍ୟ ଏବଂ ଯୋଜନାବଦ୍ଧରେ କାର୍ଯ୍ୟ କରିଲେ ନିଶ୍ଚୟ ବିଜୟ ପ୍ରାପ୍ତି କରିବେ ।

୪) କର୍କଟ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ମିଳିବ ସୁଖୀ ଖବର :

ବୃହସ୍ପତି ଆପଣଙ୍କ ରାଶିର ପଞ୍ଚମ ସ୍ଥାନକୁ ପ୍ରଭାବିତ କରିବେ । ଏହି ସମୟରେ ଆପଣଙ୍କର ଆୟରେ ବୃଦ୍ଧି ହେବ । ଆୟ ତୁଳନାରେ ଖର୍ଚ୍ଚ ମଧ୍ୟ ରହିବ । କର୍ମକ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ଅଳ୍ପ ଟିକେ ଅସାବଧନତା କାରଣରୁ ଶତ୍ରୁ ଆପଣଙ୍କୁ ହଇରାଣ କରିପାରନ୍ତି ।

୫) ସିଂହ ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ ଅଧିକ ପରିଶମୀ ହେବେ :

ବୃହସ୍ପତି ଆପଣଙ୍କ ରାଶିର ଚତୁର୍ଥ ସ୍ଥାନକୁ ପ୍ରଭାବିତ କରିବେ । ଏହି ସମୟରେ ଆପଣଙ୍କ ସ୍ଵଭାବ ଅଳସୁଆମୀରେ ଭରି ରହିବେ । କିନ୍ତୁ ଆପଣଙ୍କୁ କୌଣସି ଜିନିଷ ପାଇବା ପାଇଁ ହେଲେ ଆପଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ହେବ । ଏହି ସମୟରେ ଭାଗ୍ୟ ଆପଣଙ୍କ ସାଥିରେ ରହିବ ନାହିଁ । ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

୬) କନ୍ୟା ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ହେବ ଧନର ଲାଭ :

ବୃହସ୍ପତି ଆପଣଙ୍କ ରାଶିର ତୃତୀୟ ସ୍ଥାନକୁ ପ୍ରଭାବିତ କରିବେ । ଏହି ସମୟରେ ଆପଣଙ୍କୁ ଧନଲାଭର ସୁଯୋଗ ରହିଛି । ପାରିବାର କିମ୍ବା ସାଙ୍ଗସାଥିଙ୍କ ସହ କୌଣସି ସ୍ଥାନକୁ ଯାତ୍ରାରେ ଯାଇପାରିବେ । ବ୍ୟବସାୟରେ ଲାଭ ହେବ । ଯୌଥ ବ୍ୟବସାୟରେ ସତର୍କତା ଅବଲମ୍ବନ କରିବା ଉଚିତ ।

୭) ତୁଳା ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନଙ୍କ ପ୍ରେମ ଜୀବନ ମଧୁରମୟ ରହିବ :

ବୃହସ୍ପତି ଆପଣଙ୍କ ରାଶିର ଦ୍ଵିତୀୟ ସ୍ଥାନକୁ ପ୍ରଭାବିତ କରିବେ । ଏହି ସମୟରେ ଆପଣଙ୍କ ପ୍ରେମ ଜୀବନ ପ୍ରେମଭରା ରହିବ । ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବେ । ନିଜ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ସନ୍ତୁଷ୍ଠ ରହି ପାରିବେ ନାହିଁ । ମୋଟାମୋଟି ଭାବରେ ସମୟ ଠିକ ରହିବ ।

୮) ବିଛା ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଅବସର ମିଳିବ ନାହିଁ :

ବୃହସ୍ପତି ଆପଣଙ୍କ ରାଶିର ପ୍ରଥମ ସ୍ଥାନକୁ ପ୍ରଭାବିତ କରିବେ । ନିଜର କର୍ମ କ୍ଷେତ୍ରରେ ଆପଣ ସୁନ୍ଦର ପ୍ରଦର୍ଶନ କରିବେ । ଚାକିରିରେ ପରିବର୍ତନ ଯୋଗ ରହିଛି । ଏହି ସମୟରେ ପ୍ରଚୁର ଧାନ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ଏବଂ ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ ।

୯) ଧନୁ ସମ୍ପର୍ଣ୍ଣ ବ୍ୟକ୍ତିମାନେ ସତର୍କତା ରହିବାକୁ ପଡିବ୍ବ :

ବୃହସ୍ପତି ଆପଣଙ୍କ ରାଶିର ଦ୍ଵାଦଶ ସ୍ଥାନକୁ ପ୍ରଭାବିତ କରିବେ । ଏହି ସମୟରେ ଆପଣଙ୍କ ଖର୍ଚ୍ଚ ବଢିପାରେ । ଶତ୍ରୁମାନେ ଆପଣଙ୍କୁ ହଇରାଣ କରିପାରନ୍ତି । ଆପଣାକୁ ଅଳସୁଆପଣ ତ୍ୟାଗ କରି କର୍ମ କରିବା ନିହାତି ଜରୁରୀ ଅଟେ ।

୧୦) ମକର ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ ପ୍ରେମଭରା ଜୀବନ ବିତାଇବେ :

ବୃହସ୍ପତି ଆପଣଙ୍କ ରାଶିର ଏକାଦଶ ସ୍ଥାନକୁ ପ୍ରଭାବିତ କରିବେ । ଆପଣଙ୍କୁ ନୂତନ କର୍ମ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ । କିନ୍ତୁ ଆପଣଙ୍କୁ ଆପଣଙ୍କ ଯୋଜନା ଗୁଡିକୁ ଗୁପ୍ତ ରଖି ଆଗକୁ ବଢନ୍ତୁ । ଆର୍ଥିକ ସ୍ଥିତି ସ୍ଵଚ୍ଛଳ ସ୍ଵଚଳ ରହିନପାରେ ।

୧୧) କୁମ୍ଭ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା ଉନ୍ନତି :

ବୃହସ୍ପତି ଆପଣଙ୍କ ରାଶିର ଦଶମ ସ୍ଥାନକୁ ପ୍ରଭାବିତ କରିବେ । ଆପଣଙ୍କ ରାଶିର ସ୍ଵାମୀ ଶନି ଅଟନ୍ତି । ଏହି କାରଣରୁ ଆପଣଙ୍କ ପିତାଙ୍କ ସହ ମନମାଳିନ ଲାଗି ରହିଥାଏ । ଏହି ମାନମାଳିନକୁ ବଢିବା ପାଇଁ ଦିଅନ୍ତୁ ନାହିଁ । ଏକୁଆଟିପଣକୁ ନିଜ ଉପରେ ପ୍ରଭାବ ବିସ୍ତାର କରିବା ପାଇଁ ଦିଅନ୍ତୁ ନାହିଁ । ପ୍ରେମ ପାଇଁ ଅନୁକୂଳ ରହିବା । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ରହିଛି ।

୧୨) ମୀନ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ କର୍ମକ୍ଷେତ୍ରରେ ରୁଚି ବଢିବ :

ବୃହସ୍ପତି ଆପଣଙ୍କ ରାଶିର ନବମ ସ୍ଥାନକୁ ପ୍ରଭାବିତ କରିବେ । ଏହି ସମୟରେ ଆପଣଙ୍କୁ କର୍ମରେ ରୁଚି ବଢିବ । ଭାଗ୍ୟର ସହଯୋଗରେ ଆପଣ ଉନ୍ନତି କରିବେ । ଏହି କାରଣରୁ ଆପଣଙ୍କୁ ସଫଳତା ମିଳି ପାରିବ ଏବଂ ଆପଣ ଉନ୍ନତିର ଶିଖରରେ ପହଞ୍ଚି ପାରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ ।