ଆମେରିକା କରିଲା ପରଦାଫାସ୍: ନିଜର ପରିଚୟ ଲୁକ୍କାୟିତ ରଖି ଗୁମନାମୀ ବାବା ରୂପେ ରହୁଥିଲେ ସୁଭାଷ ଚନ୍ଦ୍ର ବୋଷ ।

Spread the love

ବହୁ ବର୍ଷରୁ ସମସ୍ଥଙ୍କ ମନରେ ପ୍ରଶ୍ନ ଚାଲିଛି ଗୁମନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋଷ ଅଟନ୍ତି । ଜଣେ ଏହାର ରହସ୍ୟ ଖୋଲିଛନ୍ତି ।

ଦେଶର ବଡ଼ କ୍ରାନ୍ତୀକାରୀ ରାଜନୈତିକ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ସଂଗ୍ରାମରେ ମୁଖ୍ୟ ନାୟକ ସାଜିଥିଲେ । ସୁଭାଷ ବୋଷଙ୍କୁ ଲୋକେ ନେତାଜୀ ରୂପେ ଜାଣନ୍ତି । ଖବର ଅନୁସାରେ ସୁଭାଷ ବୋଷ ବିଦେଶରୁ ଭାରତ ଆସୁଥିବା ସମୟରେ ବିମାନ ଦୁର୍ଘଟଣାରେ ଭାରତର ସ୍ଵାଧୀନତାର ୨ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ବହୁତ ଲୋକ କହିଥିଲେ ନେତାଜୀଙ୍କ ମୃତ୍ୟୁର କୌଣସି ସଂକେତ ମିଳି ନାହିଁ, ତେବେ ନେତାଜୀଙ୍କ ମୃତ୍ୟୁ ହୋଇନାହିଁ । କିନ୍ତୁ ଏହି ଦୁର୍ଘଟଣା ପରେ ନେତାଜୀଙ୍କ କୌଣସି ଖୋଜ ଖବର ମିଳିନଥିଲା । ବିଗତ କିଛି ବର୍ଷ ମଧ୍ୟରେ ଶୁଣିବା ପାଇଁ ମିଳିଥିଲା ଯେ, ନେତାଜୀ ନିଜର ପରିଚୟ ଗୁପ୍ତ ରଖି ଗୁମନାମୀ ବାବା ରୂପେ ଭାରତରେ ରହି ଆସୁଥିଲେ । କିନ୍ତୁ ଏହାର କୌଣସି ନିର୍ଦ୍ଧିଷ୍ଠ ପ୍ରମାଣ ମିଳିପାରି ନାହିଁ ।

ନିଜର ପରିଚୟ ଲୁକ୍କାୟିତ କରି ଗୁମନାମୀ ବାବା ରୂପେ ରହୁଥିଲେ ସୁଭାଷ ଚନ୍ଦ୍ର ବୋଷ :

newstrend.news

ଏହି କାହାଣୀ ଅସଲରେ ଆରମ୍ଭ ହୋଇଥିଲା ୧୯୮୫ ମସିହାରେ ଯେତେବେଳେ ଅଯୋଧ୍ୟାର ସିଭିଲ ଲାଇନ୍ସ ସ୍ଥିତ ଭବନରେ ଗୁମନାମୀ ବାବାଙ୍କ ମୃତ୍ୟୁ ହୋଇଯାଇଥିଲା । ଗୁମନାମୀ ବାବାଙ୍କ ମୃତ୍ୟୁର ଦୁଇ ଦିନ ପରେ ବହୁତ ଗୋପନୀୟତାରେ ବାବାଙ୍କ ଅନ୍ତିମ ସଂସ୍କାର କରି ଦିଆ ଯାଇଥିଲା । ତାଙ୍କର ମୃତ୍ୟୁ ପରେ କିଛି ଲୋକ ତାଙ୍କ କୋଠରୀରୁ କିଛି ଜିନିଷ ପତ୍ର ପାଇଥିଲେ, ଯାହାଫଳରେ କିଛି ଲୋକ କହିଥିଲେ ଏହି ଗୁମନାମୀ ବାବା ବାସ୍ତବରେ ସୁଭାଷ ଚନ୍ଦ୍ର ବୋଷ ଅଟନ୍ତି । ଯେଉଁଠାରେ ମଧ୍ୟ ଗୁମନାମୀ ବାବା ଅଯୋଧ୍ୟାର ରହୁଥିଲେ ବହୁତ ଗୋପନୀୟତାରେ ହିଁ ରହୁଥିଲେ । ସେଠାକାର ଲୋକେ ଭାବି ଥିଲେ ଗୁମନାମୀ ବାବା ଅଯୋଧ୍ୟାର ପାଖାପାଖି ୧୫ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ୧୯୭୦ ମସିହାରେ ଏହି ବାବା ଫେଜାବାଦ ପହଂଚି ଥିଲେ ଏବଂ ପରେ ଅଯୋଧ୍ୟାର ଲାକୋଠିରେ ଭଡା ଘରେ ରହୁଥିଲେ । ପରବର୍ତ୍ତୀ ସମୟରେ ଉତ୍ତର ପ୍ରଦେଶର ବସ୍ତି ଅଂଚଳରେ କିଛି ଦିନ ବିତାଇଥିଲେ । କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ତାଙ୍କୁ ଏଠାରେ ମନ ଲାଗିନଥିଲା; ଫଳରେ ସେ ଅଯୋଧ୍ୟା ଫେରି ଯାଇଥିଲେ ।

ଗୁମନାମୀ ବାବା ଯେଉଁ ରାମ ଭବନରେ ରହୁଥିଲେ, ସେହି ଭବନର ମାଲିକ ଶକ୍ତି ସିଂ କହିଛନ୍ତି; ସହରର ଚିକିତ୍ସକ ଡାକ୍ତର ଆରପି ମିଶ୍ରଙ୍କ ଜରିଆରେ ବାବାଙ୍କ ସମ୍ପର୍କ ସାରା ନଗରର ମାଜିଷ୍ଟ୍ରେଟ ଏବଂ ଦାଦା ଠାକୁର ଗୁରୁଦତ୍ତଙ୍କ ସହ ଥିଲା । ଏହାପରେ ପୁରା ଗୋପାନୀୟତାର ସହ ରାତିରେ ସେ ଭବନର ସେହି ସ୍ଥାନକୁ ପରିବର୍ତ୍ତନ ହୋଇଯାଇଥଲେ । ଶକ୍ତି ସିଂ କହିଛନ୍ତି ବାବାଙ୍କ ମିଶିବା ପାଇଁ ବହୁତ କମ ଲୋକ ଆସୁଥିଲେ ଏବଂ କିଛି ଲୋକ କେବଳ ରାତିରେ ହିଁ ମିଶିବା ପାଇଁ ଆସୁଥିଲେ ଏବଂ ସକାଳୁ ଚାଲି ଯାଉଥିଲେ । ଗୁମନାମୀ ବାବାଙ୍କୁ ଇଂରାଜି, ଜର୍ମାନୀ, ବଙ୍ଗାଳି ସହ ଅନେକ ଭାଷା ଆସୁଥିଲା । ଏହି ବାବାଙ୍କ ମୃତ୍ୟୁପରେ ଲୋକେ ଜାଣି ପାରିଥିଲେ ସୁଭାଷ ବୋଷଙ୍କ ସମସ୍ତ ଗୁଣ ବାବାଙ୍କ ସହ ମିଶୁ ଥିଲା ।

ଆମେରିକି ଏକ୍ସପୋର୍ଟ ପ୍ରମାଣ କରିଛି :

newstrend.news

ବର୍ତ୍ତମାନ ପର୍ଯ୍ୟନ୍ତ ପୁରା ପ୍ରମାଣ ମିଳି ନାହିଁ ଯେ, ଗୁମନାମୀ ବାବା ହିଁ ପ୍ରକୃତରେ ସୁଭାଷ ବୋଷ ହୋଇପାରନ୍ତି କିନ୍ତୁ ଏକ ନୂତନ ବହି ଏହାର ପ୍ରମାଣ କରି କହିଛି, ଗୁମନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋଷ ଅଟନ୍ତି । ଏହି ବହିରେ ଏହା ଲେଖାଯାଇଛି ଆମେରିକାର ଜଣେ ହସ୍ତାକ୍ଷର ପରୀକ୍ଷାକ ଗୁମନାମୀ ବାବା ଏବଂ ସୁଭାଷଙ୍କ ହସ୍ତାକ୍ଷର ପରୀକ୍ଷା କରି ପ୍ରମାଣ କରିଛନ୍ତି, ଏହି ଦୁଇ ଲେଖା ହେଉଛି ଜଣେ ବ୍ୟକ୍ତିଙ୍କ । ତାଙ୍କ କକ୍ଷରୁ ନେତାଜୀଙ୍କ କିଛି ଜରୁରୀ କାଗଜପତ୍ର ମିଳିଛି ଯେଉଁଥିରେ ନେତାଜୀଙ୍କ ପରିବାରର ଚିତ୍ର ସବୁ ରହିଛି । ଏହାକୁ ଦେଖି କୁହାଯାଇଛି ଗୁମନାମୀ ବାବା ହିଁ ସୁଭାଷ ଚନ୍ଦ୍ର ବୋଷ ଅଟନ୍ତି । ଆମେରିକି ଏକ୍ସପୋର୍ଟ କାର୍ଲ ବେଗେନ ଜରୁରୀ କାଗଜପତ୍ର ଗୁଡିକୁ ଯାଞ୍ଚ କରି ରେପୋର୍ଟ ଦେଇଛନ୍ତି ଯେ, ଗୁମନାମୀ ବାବା ଏବଂ ସୁଭାଷ ଚନ୍ଦ୍ର ଦୁଇ ବ୍ୟକ୍ତି ନୁହନ୍ତି ବରଂ ସେ ଦୁହେଁ ଏକ ବ୍ୟକ୍ତି ଅଟନ୍ତି ।