ନିଜର ଅଭିନବ କାର୍ଯ୍ୟକଳାପ ନିମନ୍ତେ “ଗିନିଜ ୱାର୍ଲଡ଼ ରେକର୍ଡ଼”ରେ ପୁଞ୍ଜିକୃତ ହୋଇସାରିଛି ଏହି ତାରକାମାନଙ୍କ ନାମ ! ସେହି ତରକାମାନଙ୍କ ଜାଣନ୍ତୁ

Spread the love

କେବଳ ଅଭିନୟ ନୁହେଁ, ଏମାନଙ୍କ କାର୍ଯ୍ୟକଳାପ ପାଇଁ ମଧ୍ୟ ଏମାନେ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ନିଜ ନାମକୁ ସାମିଲ କରି ପାରିଛନ୍ତି ।

ବଲିଉଡର ଅଭିନେତା, ଅଭିନେତ୍ରୀ ମାନେ ନିଜ ନାମ ଏବଂ କାମ ମାଧ୍ୟମରେ ସାରା ଦୁନିଆରେ ପରିଚିତ ହୋଇଛନ୍ତି । ନିଜର ଅଭିନୟ ମାଧ୍ୟମରେ ଏହି ଅଭିନେତା, ଅଭିନେତ୍ରୀ ମାନେ ନିଜର ନାମକୁ ପ୍ରସିଦ୍ଧ କରି ପାରିଛନ୍ତି । କହିବା ପାଇଁ ଚାହୁଁଛୁ ନା କେବଳ ନିଜର ଅଭିନୟ, ନିଜର କିଛି ଏପରି କାମ ପାଇଁ ଏମାନେ ଦୁନିଆରେ ପ୍ରସିଦ୍ଧ ହୋଇ ପାରିଛନ୍ତି । ବଲିଉଡର ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ନାମକୁ ଗିନିସ୍ ବୁକରେ ସାମିଲ କରି ପାରିଛନ୍ତି । ଯାହାଫଳରେ ସେମାନଙ୍କୁ ଦୁନିଆରେ ଲୋକେ ଖୁବ୍ ସମ୍ମାନ ମଧ୍ୟ ଦେଉଛନ୍ତି । ଏହି ସୂଚୀରେ ବଲିଉଡର ଅମିତାଭ, କ୍ୟାଟ୍ରିନା, ସାରୁଖ୍ ପରି ଅଭିନେତା ଅଭିନେତ୍ରୀ ସାମିଲ ହୋଇଛନ୍ତି । ଆଜି ଆମେ ଏହି ଲେଖାରେ ଏପରି କିଛି ଅଭିନେତା ଅଭିନେତ୍ରୀଙ୍କ ବିଷୟରେ କହିବୁ ।

ସାରୁଖ ଖାନ୍ :

ବଲିଉଡର କିଙ୍ଗ କୁହା ଯାଉଥିବା ସାରୁଖ ଖାନ୍ ନା କେବଳ ଭାରତରେ, ଭାରତ ବାହାରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ୨୦୧୩ରେ ସେ ଅଧିକ ଉପାର୍ଜନ କରୁଥିବା ଅଭିନେତା ରୂପେ ପରିଗଣିତ ହୋଇଥିଲେ । ୨୦୧୩ରେ ସାରୁଖ୍ ୨୨.୦୫ କୋଟି ଉପାର୍ଜନ କରିଥିଲେ । ଏହି କାରଣ ପାଇଁ ସାରୁଖଙ୍କ ନାଁ ଗିନିସ୍ ୱାର୍ଲଡ଼ ରେକର୍ଡ଼ରେ ସାମିଲ ହୋଇଛି ।

ସୋନାକ୍ଷୀ ସିହ୍ନ :

ବଲିଉଡର ଡବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ନାମ ମଧ୍ୟ ଗିନିଜ ୱାର୍ଲଡ଼ ବୂକ୍ ରେ ସ୍ଥାନ ପାଇଛି । ୨୦୧୬ ମସିହାରେ ସୋନାକ୍ଷୀଙ୍କ ନାମ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ ହୋଇଥିଲା । ସେ ଗୋଟିଏ କସମେଟିକ ଇଭେଣ୍ଟରେ ଭାଗ ନେଇଥିଲେ । ଯେଉଁଥିରେ ନଖ ରଙ୍ଗେଇବାର ପ୍ରତିଯୋଗିତା ଚାଲିଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା କାରଣରୁ ସୋନାକ୍ଷୀଙ୍କ ନାମ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ ହୋଇଥିଲା ।

ଅଭିଷେକ ବଚନ :

ବଲିଉଡର ଅନ୍ୟତମ ଅଭିନେତା ଅଭିଷେକ ବାଚ୍ଚନ ନିଜ ନାମ ଗିନିଜ ବୁକ୍ ରେ ଲଗାଇ ସାରିଛନ୍ତି । ୨୦୦୯ରେ ନିଜ ଚଳଚ୍ଚିତ୍ର ଦିଲ୍ଲୀ-୫ର ପ୍ରଚାରରେ ଏହି ରେକର୍ଡ଼ ସୃଷ୍ଟି କରିଛନ୍ତି । ଅଭିଷେକ କେବଳ ୧୨ ଘଣ୍ଟା ମଧ୍ୟରେ ୭ଟି ସହର ଭ୍ରମଣ କରିଥଲେ । ଅଭିଷେକ ଗୋଟିଏ ଘରୋଇ ବିମାନରେ ଦ୍ଵାରା ଗାଜିଆବାଦ, ନୋଏଡା, ଫରିଦାବାଦ, ଦିଲ୍ଲୀ, ଗୁଡ଼ଗାଁବ୍, ଚଣ୍ଡୀଗଡ଼, ମୁମ୍ବାଇ ଦୀର୍ଘ ୧୮୦୦ କିମି ପଥକୁ ଭ୍ରମଣ କରିଥିଲେ ।

କ୍ୟାଟ୍ରିନା କ୍ୟାଫ୍ :

୨୦୧୩ ମସିହାରେ କ୍ୟାଟ୍ରିନା ନିଜର ନାମକୁ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ କରିଥିଲେ । କ୍ୟାଟ୍ରିନା ୨୦୧୩ରେ ୬୩.୭୫ କୋଟି ଉପାର୍ଜନ କରି ରେକର୍ଡ଼ କରିଛନ୍ତି ।ଏହି କାରଣରୁ ସେ ଏହି ରେକର୍ଡ଼ରେ ସାମିଲ ହୋଇଛନ୍ତି ।

ଅଶୋକ କୁମାର :

ଅଶୋକ କୁମାର ଚଳଚିତ୍ର ଗୁଡିକରେ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି । ଏହି କାରଣରୁ ଅଶୋକଙ୍କ ନାମ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ ହୋଇଛି । ଅଶୋକ କୁମାର ୧୯୩୬ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।

ଆଶା ଭୋସଲେ :

ବଲିଉଡର ସୁନାମଧନ୍ୟ ସଙ୍ଗୀତ କଳାକାର ଆଶା ଭୋସଲେଙ୍କ ନାମ ମଧ୍ୟ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ ହୋଇଛି । ଭଲ ପ୍ଲେ ବ୍ୟାକ୍ ସଙ୍ଗୀତକାର ରୂପେ ଆଶା ଭୋସଲେ ପରିଚିତ । ଆଶା ଭୋସଲେ ୧୧ ହଜାରରୁ ଅଧିକ ଗୀତ ଗାଇ ସାରିଛନ୍ତି ।

ଜଗଦୀଶ ରାଜ :

ଚିତ୍ରରେ ଦେଖୁଥିବା ବ୍ୟକ୍ତିଙ୍କ ନାମ ହୋଇଥାଇ ପାରେ ଆପଣ ମାନେ ଜାଣି ନଥିବେ କିନ୍ତୁ ଏହି ବ୍ୟକ୍ତିଙ୍କୁ ଆପଣମାନେ ବଲିଉଡର ଅନେକ ଚଳଚିତ୍ରରେ ପୋଲିସ ଅଭିନୟରେ ଦେଖିଥିବେ । ଏହି ବ୍ୟକ୍ତିଙ୍କ ନାମ ହେଉଛି ଜଗଦୀଶ ରାଜ । ଜଗଦୀଶ ବହୁତ ଗୁଡିଏ ଚଳଚିତ୍ରରେ ପୋଲିସ ରୂପେ ଅଭିନୟ କରିଥିବା କାରଣରୁ ଏହାଙ୍କ ନାମ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ ହୋଇଥିଲା । ଜଗଦୀଶ ୧୪୪ଟି ଚଳଚିତ୍ରରେ ପୋଲିସ ରୂପେ ଅଭିନୟ କରି ସାରିଛନ୍ତି ।

ବ୍ରହ୍ମାନନ୍ଦ :

ବ୍ରହ୍ମାନନ୍ଦ ଦକ୍ଷିଣ ଭାରତୀୟ ଚଳଚିତ୍ର ଦୁନିଆର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ବ୍ରହ୍ମାନନ୍ଦ ୧୯୮୭ ରୁ ୨୦୧୦ ମଧ୍ୟରେ ୮୫୭ଟି ଚଳଚିତ୍ରରେ ଅଭିନୟ କରି ସାରିଛନ୍ତି ।ଏହି କାରଣରୁ ବ୍ରହ୍ମାନନ୍ଦଙ୍କ ନାମ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ ହୋଇଛି ।

କପୁର ପରିବାର :

ବଲିଉଡର କପୁର ପରିବାର ଅନେକ ପିଡିରୁ ଦର୍ଶକଙ୍କ ମନରଞ୍ଜନ କରି ଆସୁଛନ୍ତି । ପୃଥିବୀ ରାଜକପୁର, ରାଜ କପୁରଙ୍କ ଠାରୁ ଆରମ୍ଭ କରି ରଣବୀର କପୁରଙ୍କ ପରି ୨୫ ଜଣ କଳାକାର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ମନରଞ୍ଜନ କରିଛନ୍ତି । ଏହି କାରଣରୁ କପୁର ପରିବାରର ନାମ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ ହୋଇଛି ।

କୁମାର ସାନୁ :

କୁମାର ସାନୁ ଗୋଟିଏ ଦିନରେ ୨୮ଟି ଗୀତ ଗାଇ ନିଜ ନାମକୁ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ କରିଛନ୍ତି । କୁମାର ସାନୁ ବଲିଉଡର ଜଣେ ଜଣା ଶୁଣା ସଂଗୀତଙ୍ଗ ଅଟନ୍ତି ।

ସମୀର ଅଞ୍ଜାମ

ସମୀର ଅଞ୍ଜାମ ବଲିଉଡର ସୁନାମଧନ୍ୟ ଗୀତିକାର ଅଟନ୍ତି । ସମୀର ନିଜ ଜୀବନରେ ୩୫୦୦୦ରୁ ମଧ୍ୟ ଅଧିକ ଗୀତ ଲେଖି ନିଜ ନାମକୁ ଗିନିଜ ୱାର୍ଲଡ଼ ରେକର୍ଡ଼ରେ ସାମିଲ କରିଛନ୍ତି ।