ଗୁଆର ଏହି ୧୦ ଉପାୟ ଯାହା ଆପଣଙ୍କ ଅସୁବିଧାର ଦିନଗୁଡିକୁ ପୂର୍ଣ୍ଣ ରୂପେ ବଦଳାଇ ଦେଇଥାଏ ।

Spread the love

ଯେତେବେଳେ ପୂଜାରେ ଗୁଆକୁ ବିଧିପୂର୍ବକ ବ୍ୟବହାର କରିଥାଉ, ତେବେ ତାହା ଆପଣଙ୍କ ପାଇଁ ଚାମତ୍କାର ରୂପେ ଲାଭଦାୟକ ହୋଇଥାଏ । ଯଦି ଆପଣ ସବୁବେଳେ ଏହି ଚାମତ୍କାରୀ ଗୁଆକୁ ନିଜ ପାଖରେ ରଖିବେ, ତେବେ ଆପଣଙ୍କୁ କେବେ ମଧ୍ୟ ଟଙ୍କା-ପଇସାର ଅଭାବ ହେବ ନାହିଁ । ଆସନ୍ତୁ ଜାଣିବା ଗୁଆର ୧୦ଟି ସଠିକ ଉପାୟ…

୧) ଗୁଆ ଉପରେ ଯଦି ପଇତା ରଖି ପୂଜା କରାଯାଏ, ତେବେ ଏହା ଅଖଣ୍ଡିତ ଗୁଆ ମାତା ଗୌରୀ ଓ ଗଣେଶଙ୍କ ରୂପ ଧାରଣ କରିଥାଏ । ଏହି ଗୁଆକୁ ଆଲମୀରାରେ ରଖିଲେ ଆପଣଙ୍କ ଘରେ ମାଆ ଲଷ୍ମୀ ବାସ କରିବେ ଓ ଏହା ଯୋଗୁଁ ଆପଣଙ୍କୁ ସୌଭାଗ୍ୟ ଆସିବାକୁ ଲାଗିଥାଏ । ଏହା ସଂଗେ ସଂଗେ ଆପଣଙ୍କ ଏବଂ ଆପଣଙ୍କ ସନ୍ତାନମାନେ ବିଦ୍ୟା ଅର୍ଜନ କ୍ଷେତ୍ରରେ ମଧ୍ୟ ଆଶାତୀତ ଫଳ ଲାଭ କରିବେ ।

୨) ପୂଜାରେ ବ୍ୟବହାର କରାଯାଇଥିବା ଗୁଆକୁ ଆଲମୀରାରେ ରଖିଲେ ବହୁତ ଲାଭଦାୟକ ହୋଇଥାଏ । ଗୁଆକୁ ସୁତାରେ ଘୋଡାଇ ଅତୁଟ, କୁଙ୍କୁମ ଲଗାଇ ପୂଜା କରିବା ଉଚିତ । ଏହି ଗୁଆକୁ ଆଲମୀରାରେ ରଖିଲେ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ଓ ଘର ଉନ୍ନତି ଆଡକୁ ଅଗ୍ରସର ହୋଇଥାଏ ।

୩) ବାଣିଜ୍ୟରେ ଲାଭବାନ ହେବାପାଇଁ ମଧ୍ୟ ଗୁଆକୁ ବ୍ୟବହାର କରାଯାଇଥାଏ । ଶନିବାର ରାତିରେ ବର ଗଛକୁ ପୂଜା କରି ଗୁଆ ଓ ଏକ ଟଙ୍କା ରଖନ୍ତୁ । ତା’ପର ଦିନ ସେହି ଗଛର ପତ୍ର କାଢି ସେଥିରେ ଗୁଆକୁ ରଖି ଏହାକୁ ଦୋକାନର ଟଙ୍କା ରଖା ରଖାଯାଉଥିବା ପେଡ଼ି ବା ବକ୍ସରେ ରଖିଲେ ବ୍ୟବସାୟ ବାଣିଜ୍ୟରେ ବେଶ ଉନ୍ନତି ହୋଇଥାଏ ଅର୍ଥାତ ଆଶାତୀତ ଲାଭବାନ ହେବେ ।

୪) ପାନ ପତ୍ର ରଖନ୍ତୁ ତାହା ଉପରେ ସିନ୍ଦୁରରେ ଘିଅ ମିଶାଇ ସ୍ୱାସ୍ତିକ କରନ୍ତୁ ଓ ସେହି ପତ୍ର ଉପରେ ଗୁଆକୁ ରଖି ତାହାକୁ ପୂଜା କରିବା ଉଚିତ । ଏହି ଉପାୟ ଆପଣଙ୍କ ସଫଳତା ହେବାର ଦ୍ୱାର ଊନ୍ମୁକ୍ତ କରିଥାଏ ।

୫) ଯଦି ଆପଣଙ୍କ କୌଣସି କାମ ହେବାକୁ ଯାଉଥିବା ସମୟରେ ଅଟକି ଯାଏ ବା କୌଣସି କାମ ବହୁଥର ପ୍ରୟାସ କରିବା ସତ୍ତ୍ୱେ ତଥାପି ଅସଫଳତା ମିଳିଥାଏ ତେବେ ମନେରଖନ୍ତୁ ପୁଣି ଯେତେବେଳେ ଆପଣ ସେହି କାର୍ଯ୍ୟ କରିବାକୁ ଯିବା, ତା’ପୂର୍ବରୁ ନିଜ ପାଖରେ ଲବଙ୍ଗ ଓ ଗୁଆକୁ ରଖନ୍ତୁ (ଗୁଆକୁ ନିଜ ପକେଟରେ ରଖନ୍ତୁ ଅବା ପର୍ସରେ) । କାମ କରିବା ସମୟରେ ସେହି ଲବଙ୍ଗକୁ ପାଟିରେ ରଖି ଦିଅନ୍ତୁ । ଗୁଆକୁ ଘରକୁ ଫେରିବା ପରେ ପୁଣି ଗଣେଶ ଭଗବାନଙ୍କ ପାଖରେ ରଖି ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଅଟକି ଥିବା କାର୍ଯ୍ୟ ପୂରଣ ହୋଇଯିବ ।

୬) ଗୁଆକୁ ରୂପାର କୌଣସି ବାକ୍ସ ବା ପେଡ଼ିରେ ରଖି ପୂର୍ଣ୍ଣିମା ଦିନ ପୂଜାଘରେ ରଖିଲେ ଘରେ ମଙ୍ଗଳ ର କାର୍ଯ୍ୟ ଶୀଘ୍ର ହୋଇଥାଏ ।

୭) ହଳଦୀ, କୁମ୍ କୁମ ଓ ଚାଉଳ ସହ ଗୁଆକୁ କୌଣସି କପଡ଼ାରେ ରଖି ଗୁରୁବାର ଦିନ ଵିଷ୍ଣୁ-ଲଷ୍ମୀଙ୍କ ମନ୍ଦିରରେ କୌଣସି ଜାଗାରେ ଲୁଚାଇ ରଖିଦିଅନ୍ତି । ଏହା ଦ୍ୱାରା ଅବିବାହିତ କନ୍ୟାର ବାହାଘରର ଯୋଗ ହୋଇଥାଏ । ଯେତେବେଳେ ସମ୍ବନ୍ଧ ଠିକ ହୋଇଯାଏ ବାହାଘର ହେବାଯାଏ ସେତେ ଦିନ ପର୍ଯ୍ୟନ୍ତ ରଖିଥାନ୍ତୁ ଓ ପରେ ନଦୀରେ ବିସର୍ଜନ କରିଦିଅ ।

୮) ଯଦି ଘରେ କିଛି ଶୁଭ କାର୍ଯ୍ୟ ହେଉଅଛି, ତାହା ଶୁଭ କାର୍ଯ୍ୟରେ ଯେମିତି କିଛି ଅସୁବିଧା, ବାଦବିବାଦ, କଳିକଜିଆ ଏହିପରି ପରିସ୍ଥିତି ନ ଉପୁଜିବା ଅର୍ଥାତ ଶୁଭ କାର୍ଯ୍ୟରେ ଯେମିତି କିଛି ନିର୍ବିଘ୍ନ ନ ହେବ ସେଥିପାଇଁ ଗୁଆକୁ ଲାଲ କପଡ଼ାରେ ବାନ୍ଧି କୌଣସି ଗୋଟିଏ ଜାଗାରେ ରଖିଦିଅନ୍ତୁ । ଆପଣଙ୍କ କାର୍ଯ୍ୟ ଭଲରେ ସମ୍ପନ୍ନ ହୋଇଯିବ ଏବଂ ପରେ ସେହି ଗୁଆକୁ ଗଣେଶଙ୍କ ମନ୍ଦିରରେ ରଖିଦିଅନ୍ତୁ ।

୯) ଘରର କୌଣସି ବ୍ୟକ୍ତି ଯେତେବେଳେ କୌଣସି ତୀର୍ଥ ବା ଦୂରକୁ ଯାଇଥାଏ । ସେ ଭଲରେ ଘରକୁ ଫେରିବା ପାଇଁ ଗୁଆକୁ ତୁଳସୀ ଗଛ କୁଣ୍ଡରେ ପୋତି ଦିଅନ୍ତୁ । ଘରକୁ ଫେରିବା ପରେ ତାହାକୁ ସେଠାରୁ କାଢି ଭଲରେ ଧୋଇ କୌଣସି ବି ମନ୍ଦିରରେ ରଖିଦିଅନ୍ତୁ ।

୧୦) ଯେଉଁ ବ୍ୟକ୍ତିମାନଙ୍କ ଖରାପ ସମୟ ଚାଲିଛି, ଗୁଆକୁ ୭ ଥର ନିଜକୁ ନୁଁଚାଇ ଯଜ୍ଞ କୁଣ୍ଡରେ ପକାଇ ଦିଅନ୍ତୁ ଆପଣଙ୍କ ଖରାପ ସମୟ ଦୁରେଇ ଯିବ ।

ଆଶା କରୁଛୁ ଅନୁଛେଦଟି ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ । ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । !! ଜୟ ଜଗନ୍ନଥ !!