ଅମୃତ ଭଳି କାର୍ଯ୍ୟ କରିଥାଏ ଲଙ୍କା, ଗ୍ରୀଷ୍ମରେ ପ୍ରତିଦିନ ଗୋଟିଏ ଲଙ୍କା ଖାଇଲେ ଏହି ରୋଗ ଗୁଡିକରୁ ମୁକ୍ତି ମିଳିବ ।

Spread the love

ଗ୍ରୀଷ୍ମରେ ପ୍ରତିଦିନ ଖାଆନ୍ତୁ ଗୋଟିଏ ଲଙ୍କା । ଯାହା ଦ୍ୱାରା ଆପଣ ଗୋଟିଏ ନୁହେଁ ଏକ ରୋଗରୁ ମୁକ୍ତି ପାଇ ପାରିବେ ।

ବିନା ଲଙ୍କାରେ ଖାଦ୍ୟ ସ୍ୱାଦିଷ୍ଟ ହୋଇନଥାଏ । ପ୍ରତି ମସଲା ଯୁକ୍ତ ଖାଦ୍ୟରେ ମୁଖ୍ୟ ଭୂମିକା ତୁଲାଇଥାଏ ଲଙ୍କା । ଆଜି ଆମେ ଆପଣଙ୍କୁ କହିବୁ ନା କେବଳ ଲଙ୍କା ସ୍ୱାଦ ପାଇଁ ଏହା ଆମ ଶରୀରରୁ ରୋଗ ମୁକ୍ତ କରିବା ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ । ଲଙ୍କାର ନାମ ଶୁଣିବା ମାତ୍ରେ ମନରେ ଭୟ ଚାଲି ଆସେ କିନ୍ତୁ ଏହାର ଔଷଧୀୟ ଗୁଣ ଜାଣିବା ପରେ ଆପଣ ପ୍ରତିଦିନ ଗୋଟିଏ ଗୋଟିଏ ଲଙ୍କା ନିଶ୍ଚିୟ ଖାଇବେ । ଅମୃତ ଭଳି କାର୍ଯ୍ୟ କରିଥାଏ କଞ୍ଚା ଲଙ୍କା । ଆସନ୍ତୁ ବିସ୍ତାରରେ ଏହା ବିଷୟରେ ଜାଣିବେ ।

ଅମୃତ ଭଳି କାର୍ଯ୍ୟ କରିଥାଏ କଞ୍ଚାଲଙ୍କା :

କଞ୍ଚା ଲଙ୍କା ଦେଖିବା ପାଇଁ ସୁନ୍ଦର ଦେଖାଯାଏ । ଏହା ସୁନ୍ଦରତା ସେହି ଲୋକଙ୍କୁ ଜଣା ପଡିଥାଏ, ଯେଉଁମାନେ କଞ୍ଚାଲଙ୍କା ଖାଇବା ପାଇଁ ପସନ୍ଦ କରିଥାନ୍ତି । କଞ୍ଚାଲଙ୍କା ନାମ ଶୁଣିବା ମାତ୍ରେ ଆପଣଙ୍କୁ ଭୟ ଲାଗିପାରେ କିନ୍ତୁ ଆପଣ ଏହି ଭୟକୁ ନିଜ ଠାରୁ ଦୁରେଇ ଦିଅନ୍ତୁ । କାରଣ କଞ୍ଚାଲଙ୍କା ଆପଣଙ୍କ ପାଇଁ ହାନିକାରକ ନୁହେଁ ଏହା ଆପଣଙ୍କୁ ଲାଭଦାୟକ ହୋଇଥାଏ । ଯଦି ଆପଣ ଗ୍ରୀଷ୍ମ ଦିନରେ କୋଲଡ଼ ଡ୍ରିଙ୍କ ଏବଂ ଆଇସକ୍ରିମ ଖାଇ ନିଜକୁ ଥଣ୍ଡା ରଖନ୍ତି କିନ୍ତୁ ଏହା ଅଳ୍ପ ସମୟ ପାଇଁ ଆପଣଙ୍କୁ ଶୀତଳତା ପ୍ରଦାନ କରିଥାଏ । ଯଦି ଆପଣ ଏକ କଞ୍ଚାଲଙ୍କା ଖାଇବେ, ତେବେ ଏହା ଆପଣଙ୍କ ଶରୀରକୁ ଶୀତଳତା ଯୋଗାଇବା ସହ ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଏହି କଞ୍ଚାଲଙ୍କା ଆପଣଙ୍କୁ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଇଥାଏ । ଏହା ସହ ଅନେକ ଗମ୍ଭୀର ରୋଗରୁ ଆପଣଙ୍କୁ ମୁକ୍ତି ଦେଇଥାଏ ।

1. କଞ୍ଚାଲଙ୍କାରେ ଏଣ୍ଟି ଅକ୍ସିଡେଣ୍ଟ ଏବଂ ଡାଇଟ୍ରି ଫାଇବାର ଗୁଣ ରହିଥାଏ । ଏହାଫଳରେ ଆପଣଙ୍କ ପାଚନ କ୍ରିୟା ଠିକ୍ ହୋଇଥାଏ । ପାଚନ କ୍ରିୟା ସଠିକ ହେବା ଫଳରେ ଆପଣ ଅନେକ ରୋଗରୁ ଦୂର ରହିପାରନ୍ତି । ଯେତେବେଳେ ଆପଣ ସାଲାଡ଼ ଖାଇଥାନ୍ତି ଏବଂ ସେଥିରେ ଥିବା କଞ୍ଚାଲଙ୍କା ଖାଆନ୍ତି, ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିଥାଏ ।

2. କୌଣସି ଖାଦ୍ୟ ସହ ଯଦି ଆପଣ କଞ୍ଚାଲଙ୍କା ଖାଆନ୍ତି, ତେବେ ଆପଣଙ୍କୁ ଗ୍ୟାସ ଏବଂ କୋଷ୍ଠକାଠିନ ହୋଇନଥାଏ ।

3. ଲଙ୍କାରେ ଏଣ୍ଟି ବ୍ୟାକଟ୍ରେଲିଆର ଗୁଣ ରହିଛି, ଯାହା ଆପଣଙ୍କ ଶରୀରର ହାନିକାରକ କୀଟାଣୁକୁ ମାରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ଆପଣଙ୍କ ଇମୁନିଟି ପ୍ରଣାଳୀ ଠିକ ହେବା ଫଳରେ ଏଲେର୍ଜି କିମ୍ବା କୌଣସି ସଂକ୍ରମଣ ରୋଗ ଆପଣଙ୍କୁ ହୋଇନଥାଏ ।

4. କଞ୍ଚାଲଙ୍କା ଖାଇବା ଦ୍ୱାରା ରକ୍ତର ସୁଗାର ଲେବଲ୍ ଠିକ ହୋଇଥାଏ । ଏହି କରଣରୁ ମଧୁମେୟ ରୋଗୀ ପ୍ରତିଦିନ କଞ୍ଚାଲଙ୍କା ଖାଇବା ଉଚିତ୍ ।

5. କଞ୍ଚାଲଙ୍କାରେ ମିଳୁଥିବା ଭିଟାମିନ୍-ଏ ଶରୀରର ପ୍ରତି ଅଙ୍ଗ ପାଇଁ ଆବଶ୍ୟକ ଅଟେ । ଏହା ଆପଣଙ୍କ ଆଖି ପାଇଁ ଭଲ ହୋଇଥାଏ ।

6. ଯେଉଁ ଲୋକମାନଙ୍କୁ କଥା କହିବାରେ ଅସୁବିଧା ହୋଇଥାଏ, ସେମାନଙ୍କ ପାଇଁ କଞ୍ଚାଲଙ୍କା ଉପଯୋଗୀ ଅଟେ । ଲଙ୍କା ଖାଇବା ଦ୍ୱାରା ସେମାନଙ୍କ ଖନାପଣ ଦୂର ହୋଇଥାଏ । ଏହି ବ୍ୟକ୍ତିମାନେ ପ୍ରତିଦିନ କଞ୍ଚାଲଙ୍କା ଖାଇବା ଉଚିତ୍ । ଯାହାଫଳରେ ସେମାନଙ୍କ କଥା କହିବା ଶୈଳୀରେ ପରିବର୍ତ୍ତନ ଆସିଥାଏ ।

7. କଞ୍ଚାଲଙ୍କାକୁ ଆପଣ କୌଣସି ପ୍ରକାରରେ ମଧ୍ୟ ଖାଇପାରିବେ କିନ୍ତୁ ଏହାକୁ କଞ୍ଚାରେ ଖାଇଲେ ହିଁ ଆପଣଙ୍କୁ ଲାଭ ହୋଇଥାଏ ।

8. କଞ୍ଚାଲଙ୍କା ଖାଇବା ଦ୍ୱାରା ଆପଣ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇପାରିବେ । ଏହା ଅନେକ ହାନିକାରକ ବ୍ୟାକ୍ଟେରିଆ ଶରୀର ଭିତରେ ହିଁ ମରି ଯାଇଥାନ୍ତି ।