୮୩ ବର୍ଷୀୟ ଜେଜେବାପା ୨୭ ବର୍ଷୀୟ ଯୁବତୀ ସହ ବିବାହ କରିଥିଲେ ! ଯୁବତୀ କହିଥିଲେ ପ୍ରଥମ ନଜରରେ ପ୍ରେମ ହୋଇଥିଲା ।

Spread the love

ପ୍ରେମ ସବୁଠୁ ଭଲ ଅନୁଭଵ ଅଟେ । କୁହାଯାଏ କୌଣସି ବ୍ୟକ୍ତିର ହୃଦୟରେ ପ୍ରେମ ଉତ୍ପନ୍ନ ହେବା ପାଇଁ କୌଣସି ବୟସ ସୀମା ରହିନଥାଏ । ପ୍ରେମ ସମ୍ବନ୍ଧରେ ଜାତି ଧର୍ମ, ରଙ୍ଗ ରୂପ ଦେଖା ଯାଇନଥାଏ । ଆପଣ ମଧ୍ୟ ବିଭିନ୍ନ ପ୍ରକାରର ଲୋକେ ପରସ୍ପର ବିବାହ କରୁଥିବାର ଦେଖିଥିବେ । ସଧାରଣତଃ ପ୍ରେମ ଏବଂ ବିବାହ ନିଜ ବୟସ ସମକକ୍ଷ ବ୍ୟକ୍ତିଙ୍କ ସହ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏହିପରି ଏକ ବିଚିତ୍ର ପ୍ରେମ କାହାଣୀ ବିଷୟରେ କହିବା ପାଇଁ ଚାହୁଁଛୁ, ଯେଉଁଥିରେ ଜଣେ ୨୭ ବର୍ଷୀୟ ଝିଅ ୮୩ ବର୍ଷୀୟ ବୃଦ୍ଧଙ୍କ ସହ ବିବାହ କରିଛନ୍ତି । ଦୁହେଁ କହିଛନ୍ତି, ଏହା ସେମାନଙ୍କ ପ୍ରଥମ ନଜରର ପ୍ରେମ ଅଟେ ।

ଏହି ବିଚିତ୍ର ଘଟଣା ଇଣ୍ଡୋନେସିଆର ଅଟେ । ମଜାଦାର ବିଷୟ ହେଉଛି ୨୭ ବର୍ଷୀୟ ନୁରୋୖନି ଯେତେବେଳେ ୮୩ ବର୍ଷୀୟ ସୁଦିଗାଙ୍କ ସହ ବିବାହ କରିବା ପରେ କାନୁନି ରୂପରେ ଯୁବତୀ ୫୧ ବର୍ଷୀୟ ପୁଅର ସାବତ ମାଆ ହୋଇଯାଇଥିଲା । ନୁରୋୖନିଙ୍କ ପିତାଙ୍କ ବୟସ ଏହି ସାବତ ପୁଅ ଠାରୁ କମ ଅଟେ । ଏହା ବ୍ୟତୀତ ୨୭ ବର୍ଷୀୟ ନୁରୋୖନିଙ୍କ ବିବାହ ପରେ ସୁଦୀଗାଙ୍କ ୮ ଜଣ ନାତି ନାତୁଣୀ ଅଛନ୍ତି ।

ଆପଣଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଆସୁଥିବ ଏହି ଦୁହିଁଙ୍କ ଭେଟ କିପରି ହୋଇଥିଲା ଏବଂ ଏହି ବୃଦ୍ଧ କିପରି ୨୭ ବର୍ଷୀୟ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । କହିବା ପାଇଁ ଚାହୁଁଛୁ; ନୁରୋୖନିଙ୍କ ମାତା ପିତା ପ୍ରାୟତଃ ପରାମର୍ଶ ନେବା ପାଇଁ ସୁଦୀଗାଙ୍କ ପାଖକୁ ଯାଉଥିଲେ । ଏହି ସମୟରେ ଦୁହିଁଙ୍କ ଭେଟ ହୋଇଯାଇଥିଲା । ନୁରୋୖନିଙ୍କ କହିବା ଅନୁସାରେ ଯେତେବେଳେ ସେମାନେ ଦୁହେଁ ପ୍ରଥମଥର ପରସ୍ପରକୁ ଦେଖିଥିଲେ, ସେହି ସମୟରେ ପ୍ରେମ ହୋଇଯାଇଥିଲା । ଏହାପରେ କୌଣସି ନା କୌଣସି ବାହାନାରେ ଆମେ ପରସ୍ପର ଭେଟୁଥିଲୁ ।ସର୍ବପ୍ରଥମେ ସୁଦେଗା ମୋତେ ପ୍ରେମ ନିବେଦନ କରିଥିଲେ । ସୁଦେଗାଙ୍କ ଅନୁସାରେ ନୁରୋୖନାଙ୍କ ସହ ଭେଟ ହେବା ପରେ ମୋତେ ଭିନ୍ନ ଧରଣର ଅନୁଭଵ ହୋଇଥିଲା । ଏହା ପ୍ରେମ ଥିଲା, ଏହି କାରଣରୁ ମୁଁ ଦିନେ ନୁରୋୖନିଙ୍କୁ ବିବାହ ପାଇଁ ନିବେଦନ କରିଥିଲି ଏବଂ ସେ ମଧ୍ୟ ରାଜି ହୋଇଯାଇଥିଲେ ।

ଦୁହିଁଙ୍କ ବୟସର ତାରତମ୍ୟ ଅଧିକ ହୋଇଥିବା କାରଣରୁ ସେମାନଙ୍କ ପ୍ରେମକୁ ବୁଝିବା ଅନ୍ୟମାନଙ୍କ ପାଇଁ ବିଚିତ୍ର ଅଟେ । ଆଶ୍ଚର୍ଯ୍ୟଜନକ ରୂପରେ ନୁରୋୖନିଙ୍କ ଘରଲୋକେ ଏହି ବିବାହ ପାଇଁ ସହମତି ଜଣାଇଥିଲେ । କିନ୍ତୁ ସୁଦୀଗିଙ୍କ ପିଲାଙ୍କୁ ଏହି ବିଷୟ ପସନ୍ଦ ହୋଇନଥିଲା । ନୁରୋୖନା କହିଥିଲେ, ମୋର ପତିଙ୍କ ସନ୍ତାନମାନେ ସର୍ବଦା ଏହି ପ୍ରଶ୍ନ କରନ୍ତି ଯେ, ମୁଁ କଣ ପାଇଁ ମୋ ବୟସର ପୁରୁଷ ସହ ବିବାହ କରୁନାହିଁ ?

ଯଦି ଏହି ସବୁ ବିଷୟ ଶୁଣିବା ପରେ ଝଟକା ଲାଗିଥାଏ, ତେବେ ଅଳ୍ପଟିକେ ସମ୍ଭାଳି ଯାଆନ୍ତୁ ଅନ୍ୟ ଗୋଟିଏ ଝଟକା ବାକି ଅଛି । ୮୩ ବର୍ଷୀୟ ସୁଦିଗାଙ୍କ ଏହା ଚତୁର୍ଥ ବିବାହ ଅଟେ । ଏହା ପୂର୍ବରୁ ସେ ତିନୋଟି ବିବାହ କରିସାରିଛନ୍ତି । ଯେତେବେଳେ ୨୭ ବର୍ଷୀୟ ନୁରୋୖନିଙ୍କ ବିଷୟରେ କଥା ହେଲେ, ତେବେ ଏହା ନୁରୋୖନିଙ୍କ ପ୍ରଥମ ବିବାହ ଅଟେ । ୧୮ ଅଗଷ୍ଟରେ ଏହି ଦୁଇଜଣଙ୍କ ପୁରା ପରିବାରର ଉପସ୍ଥିତିରେ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଲୋକେ ଏହି ବିବାହକୁ ନେଇ ବହୁତ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କିଛି ଏହିଭଳି ସତ୍ୟ ପ୍ରେମର ପ୍ରଶଂସା କରିଥିବା ବେଳେ କିଛି ଏହା ପଛରେ କିଛି ରହସ୍ୟ ଅଛି ବୋଲି କହିଛନ୍ତି । ସାଧାରଣତଃ ଏହି ପ୍ରକାରର ବିବାହରେ ଝିଅ ଚାପରେ ଆସି ବିବାହ କରିଥାନ୍ତି କିନ୍ତୁ ଏଠାରେ ନୁରୋୖନି କହିଛନ୍ତି ତାଙ୍କୁ ପ୍ରଥମ ନଜରରେ ପ୍ରେମ ହୋଇଯାଇଥିଲା ।