କାର୍ ଦୁର୍ଘଟଣାରେ ଆହତ ହେଉ ହେଉ ବର୍ତ୍ତିଗଲେ ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ! ଅଭିନେତା ଘଟଣାସ୍ଥଳରେ ପହଞ୍ଚି ଏପରି ସମ୍ଭାଳି ନେଲେ ମାମଲା ।

Spread the love

ବଲିଉଡ଼ର ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଆହୁଜା, ଯାହାଙ୍କ ବଲିଉଡ଼ ଡେବ୍ୟୁକୁ ତାଙ୍କ ଫ୍ୟାନ୍ସ ମାନେ ଅସ୍ଥିରତାର ଅପେକ୍ଷା କରିଛନ୍ତି, ତାଙ୍କ କାରର ଗତ ବୁଧବାର ଦିନ ରାତ୍ର ୮:୩୦ ଟାରେ ଦୁର୍ଘଟଣା ଘଟିଯାଇଛି । ମୁମ୍ବାଇର ଜୁହୁ ଠାରେ ଏକ ସିଗ୍ନାଲରେ ତାଙ୍କ ଗାଡ଼ି ଅଟକି ଥିଲା ସେହି ସମୟରେ ପଛରୁ ଏକ ଗାଡ଼ି ଆସି ଧକ୍କା ମାରି ଦେଲା । ୟଶବର୍ଦ୍ଧନ ନିଜେ ଗାଡ଼ି ଚଳାଉଥିଲେ ।

ଲାଗିଲା ନାହିଁ ଗମ୍ଭୀର ଆଘାତ

newstrend

ୟଶବର୍ଦ୍ଧନଙ୍କ ଗାଡ଼ିକୁ ଯେଉଁ ଗାଡ଼ି ଆସି ଧକ୍କା ମାରିଲା, ବାସ୍ତବରେ ତାହା ଆଦିତ୍ୟ ଚୋପଡ଼ା ୟଶରାଜ ଫିଲ୍ମ ସହ ଜଡ଼ିତ ଏକ ଗାଡି ଥିଲା । କିଛି ସମୟ ପରେ ଜଣାପଡ଼ିଲା ଯେ ସେହି ଗାଡି ପ୍ରେମ ଚୋପଡ଼ାଙ୍କ ଅଟେ । ପ୍ରେମ ଚୋପଡ଼ା ୟଶ ଚୋପଡ଼ାଙ୍କ ପତ୍ନୀ ଅଟନ୍ତି । ତାଙ୍କ ଗାଡ଼ିକୁ ଏକ ଡ୍ରାଇଭର ଚଳାଉଥିଲା । ସେମିତିରେ ଏହି ଦୁର୍ଘଟଣାରେ ୟଶବର୍ଦ୍ଧନ ଆହୁଜା ଅଥବା ଧକ୍କା ମାରିଥିବା ଗାଡିର ଡ୍ରାଇଭର କାହାକୁ ମଧ୍ୟ ଗମ୍ଭୀର ଆଘାତ ଲାଗିନାହିଁ ।

ଗୋବିନ୍ଦା କଲେ କଥାବାର୍ତ୍ତା

newstrend

ଗୋବିନ୍ଦାଙ୍କୁ ଯେପରି ଦୁର୍ଘଟଣାର ଖବର ମିଳିଲା, ସେ ତୁରନ୍ତ ଘଟଣାସ୍ଥଳରେ ଯାଇ ପହଞ୍ଚିଲେ । ସେଠାରେ ସେ ଲୋକଙ୍କ ସହ କଥାବାର୍ତ୍ତା କଲେ । ଏକ ଦର୍ଶକ କହିଲେ ଯେ ଏହି ଦୁର୍ଘଟଣା କେବଳ ଏକ ସଂଯୋଗ ଅଟେ । ଦୁଇଜଣଙ୍କ ମଧ୍ୟରୁ କାହାରି ଭୁଲ୍ ନାହିଁ । ଗୋବିନ୍ଦା ଏହି ଦୁର୍ଘଟଣା ବିଷୟରେ କହିଛନ୍ତି ଯେ ତାଙ୍କ ପୁଅଙ୍କୁ କିଛି ଗଭୀର ଆଘାତ ଲାଗିନାହିଁ । ତାଙ୍କୁ କେବଳ ହାତରେ ଟିକିଏ ଆଘାତ ଲାଗିଛି । ସେ ବର୍ତ୍ତମାନ ପୁରାପୁରି ଭଲ ଅଛନ୍ତି ଏବଂ ଗାଡି ମଧ୍ୟ ଟିକିଏ ଭାଙ୍ଗି ଯାଇଛି ।

ଗୋବିନ୍ଦା ଏପରି ଦେଲେ ପ୍ରତିକ୍ରିୟା

newstrend

ଗଣମାଧ୍ୟମରେ ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନଙ୍କ ଦୁର୍ଘଟଣାର ଖବର ଭାଇରାଲ ହୋଇଯାଇଛି । ନିଜେ ଗୋବିନ୍ଦା ଏହା ବିଷୟରେ କହିଛନ୍ତି । ସେ କହିଲେ ଯେ ପ୍ରେମ ଚୋପଡ଼ାଙ୍କ ଗାଡି ଥିଲା । ଦୁର୍ଘଟଣା କାହା ସହିତ ମଧ୍ୟ ଘଟିପାରେ । ସେ ଏହାପରେ ଆମ ଘରକୁ ଆସିଥିଲେ ଏବଂ କ୍ଷମା ମାଗିଲେ । ଏବଂ ଆମେ ତାଙ୍କୁ କ୍ଷମା କରିଦେଲୁ । ତା’ପରେ ଏହି ବିଷୟଟି ସମାପ୍ତ ହେଲା ।

ଗୋବିନ୍ଦା ଆହୁରି କହିଛନ୍ତି ଯେ ଭୁଲ୍ କରିବା ଲୋକରୁ ବଡ଼ ଅଟେ କ୍ଷମା କରିଦେବା ବ୍ୟକ୍ତି । ଗତ ବର୍ଷ ଚଳଚ୍ଚିତ୍ର ରଙ୍ଗିଲା ରାଜାରେ ଶେଷ ଥର ପାଇଁ ନଜର ଆସିଥିବା ଗୋବିନ୍ଦା କହିଛନ୍ତି ଯେ ମୁଁ ଏତେ ବର୍ଷ ଏହି ଇଣ୍ଡଷ୍ଟ୍ରିରେ ବିତାଇଲି କିନ୍ତୁ କୌଣସି ଘଟଣାର ପ୍ରତିକ୍ରିୟା ଏପରି ଭାବେ ଦେଇନଥିଲି । ଗୋବିନ୍ଦାଙ୍କ ଚଳଚ୍ଚିତ୍ର ରଙ୍ଗିଲା ରାଜା ହିଟ୍ ହୋଇନଥିଲା । ସଲମାନ ଖାନଙ୍କ ସହିତ ଚଳଚ୍ଚିତ୍ର ପାର୍ଟନର ପରେ ଗୋବିନ୍ଦା ଇକ୍କା ଦୁକ୍କା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଗୋବିନ୍ଦାଙ୍କ ପୁଅର ଗାଡ଼ି ଦୁର୍ଘଟଣା ହେବା ପରେ ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା କରି ମାମଲାକୁ ସମ୍ଭାଳି ନେଲେ । ଏଥର ଜୁହୁ ପୋଲିସ୍ ଅନୁଯାୟୀ କୌଣସି ମାମଲା ରୁଜୁ ହୋଇନାହିଁ । ଯଦିଓ, ଗୋବିନ୍ଦା କ୍ଷମାର ସଂଜ୍ଞା କହିବାକୁ ଭୁଲିଲେ ନାହିଁ ।

ୟଶବର୍ଦ୍ଧନଙ୍କ ବଲିଉଡ଼ରେ ଡେବ୍ୟୁକୁ ଅପେକ୍ଷା

newstrend

ଗୋବିନ୍ଦାଙ୍କ ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରୁ ଝିଅର ନାମ ହେଉଛି ଟିନା ଯିଏକି ପୂର୍ବରୁ ଚଳଚ୍ଚିତ୍ର ଜଗତରେ ପାଦ ରଖି ସାରିଛନ୍ତି, ଯେବେକି ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତେ ୟଶବର୍ଦ୍ଧନ ଆହୁଜାଙ୍କ ଡେବ୍ୟୁକୁ ଅପେକ୍ଷା କରିଛନ୍ତି । ଏପରି କୁହାଯାଇଛି ଯେ ଲଣ୍ଡନରୁ ଫିଲ୍ମ ମେକିଙ୍ଗରୁ ଶିକ୍ଷା ପ୍ରାପ୍ତ କରିଥିବା ୟଶବର୍ଦ୍ଧନ ସଲମାନ ଖାନଙ୍କ ଚଳଚ୍ଚିତ୍ର ‘କିକ୍’ର ସିକ୍ୟୁଲରେ ଡେବ୍ୟୁ କରିବାକୁ ଯାଉଛନ୍ତି କିନ୍ତୁ କରୋନା ଯୋଗୁଁ ଲାଗିଥିବା ଲକଡାଉନ କାରଣରୁ ଏହି ପ୍ରୋଜେକ୍ଟ ଅଟକି ଯାଇଛି ।

ୟଶବର୍ଦ୍ଧନ ଆହୁଜା ସାଜିଦ ନାଡୀୟାଡ଼ବାଲାଙ୍କ ସହ ତାଙ୍କ ମାର୍କେଟିଙ୍ଗ ଟିମ୍ ସହ କାମ କରିଛନ୍ତି । ବଲିଉଡ଼ରେ ଡେବ୍ୟୁ କରିବା ପରେ ୟଶବର୍ଦ୍ଧନ ନିଜ ପିତାଙ୍କ ପରି ସଫଳ ହୋଇପାରୁଛନ୍ତି କିମ୍ବା ନାହିଁ, ଏହା କେବଳ ସମୟ କହିବ ।