ଟିଭି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଗୋବିନ୍ଦାଙ୍କ ଭାଣଞ୍ଜି ! ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଘର କରିଛନ୍ତି ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

୯୦ ଦଶକର ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଗୋବିନ୍ଦା ନିଜ କ୍ୟାରିୟରେ ଅନେକ ଗୁଡିଏ ସୁପରହିଟ ଚଳଚ୍ଚିତ୍ର ଦେଇଛନ୍ତି । ବଲିଉଡରେ ଗୋବିନ୍ଦା ଓ ଡେବିଡ଼ ଧବନଙ୍କ ଯୋଡିକୁ ସଫଳତାର ଅନ୍ୟ ନାମ ବୋଲି କୁହାଯାଉଥିଲା । ଗୋବିନ୍ଦାଙ୍କ ପରେ ତାଙ୍କ ଝିଅ ଟିନା ଆହୁଜା ମଧ୍ୟ ଫିଲ୍ମି ଜଗତକୁ ଆସି ସାରିଛନ୍ତି, ସେ ବର୍ତ୍ତମାନ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରୁଛନ୍ତି ।

କିନ୍ତୁ ଯେମିତିକି ଆମେ ସମସ୍ତେ ଜାଣିଛେ ଯେ, ଆଜିକା ସମୟରେ ଲୋକେ ବଡ଼ ପରଦା ସହିତ ଛୋଟ ପରଦାରେ କାମ କରୁଥିବା ଅଭିନେତ୍ରୀଙ୍କୁ ମଧ୍ୟ ବହୁତ ପସନ୍ଦ କରନ୍ତି । କାହିଁକି ନା ଛୋଟ ପରଦାର ଅଭିନେତ୍ରୀ ମାନେ ମଧ୍ୟ ନିଜର ସୌନ୍ଦର୍ଯ୍ୟରେ ବଲିଉଡର ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଉଛନ୍ତି । ଏହି କଥା ସତ ଯେ, ଆମ ଦେଶର ଲୋକମାନେ ବୋଲିଉଡ଼ ଅଭିନେତ୍ରୀ ମାନଙ୍କୁ ଯେତିକି ପସନ୍ଦ କରନ୍ତି; ସେତିକି ହିଁ ଛୋଟ ପରଦାର ଅଭିନେତ୍ରୀ ମାନଙ୍କୁ ପସନ୍ଦ କରନ୍ତି ।

କିନ୍ତୁ ବନ୍ଧୁଗଣ ଟେଲିଭିଜନରେ କିଛି ଏମିତି ଅଭିନେତ୍ରୀ ଅଛନ୍ତି; ଯେଉଁମାନେ କି ବୋଲିଉଡ଼ ଠାରୁ ମଧ୍ୟ ଅଧିକ ବିଖ୍ୟାତ ହୋଇଛନ୍ତି । ଆଜି ଆମେ କହିବାକୁ ଯାଉଛୁ; ବଲିଉଡର ପ୍ରସିଦ୍ଧ କଳାକାର ଗୋବିନ୍ଦାଙ୍କ ଭାଣଞ୍ଜିଙ୍କ ବିଷୟରେ ଯିଏକି ଟେଲିଭିଜନର ସର୍ବଶ୍ରେଷ୍ଠ ଅଭିନେତ୍ରୀଙ୍କ ତାଲିକାରେ ଅଛନ୍ତି । ହୁଏତ ଆପଣ ମଧ୍ୟ ତାଙ୍କର କେତେକ ଶୋ’ ଦେଖିଥିବେ କିନ୍ତୁ ଆଜି, ଆପଣ ଏହା ମଧ୍ୟ ଜାଣି ନିଅନ୍ତୁ ଯେ ଏହି ଅଭିନେତ୍ରୀ ଜଣକ ବୋଲିଉଡ଼ ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ସମ୍ପର୍କରେ ଭାଣଞ୍ଜି ହେବେ ।

ଆପଣଙ୍କ ଦୃଷ୍ଟିଗୋଚର ପାଇଁ ଅବଗତ କରାଇ ଦେଉଛୁ ଯେ, ଗୋବିନ୍ଦାଙ୍କ ଭାଣଞ୍ଜିଙ୍କ ନାମ ହେଉଛି ରାଗିନୀ ଖାନ୍ନା ଯିଏକି ଦେଖିବା ପାଇଁ ବହୁତ ହିଁ ସୁନ୍ଦର ଅଟନ୍ତି । ରାଗିନୀ ନିଜ କ୍ୟାରିୟରରେ “ରାଧା କି ବେଟିଆ କୁଛ କର ଦିଖାଏଙ୍ଗି” ନାମକ ଟିଭି ଧାରାବାହିକରୁ ଆରମ୍ଭ କରିଥିଲେ । ଏହାପରେ ସେ “ଶଶୁରାଲ ଗେଣ୍ଡା ଫୁଲ”ରେ ସୁହାନା ଭୂମିକାରେ ଅଭିନୟ କରି ବହୁତ ଅଧିକ ଲୋକପ୍ରିୟତା ହାସଲ କରିଥିଲେ ।

କମର୍ସରେ ମାଷ୍ଟର ଡିଗ୍ରୀ କରିଥିବା ରାଗିନୀ ପାଖାପାଖି ୨୫ଟି ବିଜ୍ଞାପନ ଏଜେନ୍ସିରେ କାମ କରିଛନ୍ତି । ରାଗିନୀଙ୍କ ସ୍ୱପ୍ନ ଥିଲା ଯେ, ସେ ଗାୟକ ହେବେ କିନ୍ତୁ ତାଙ୍କର ଭାଗ୍ୟରେ ଅଭିନେତ୍ରୀ ହେବାର ଯୋଗ ହେଲା । ରାଗିନୀ ଗୀତ ପାଇଁ ପେଶାଦାର ତାଲିମ ମଧ୍ୟ ନେଇଥିଲେ ।

ସେ ଯେତେବେଳେ ଛୋଟ ପରଦାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ, ତେବେ ଲୋକଙ୍କୁ ତାଙ୍କର କାମ ପସନ୍ଦ ଆସିଥିଲା ଏବଂ ପରେ ରାଗିନୀ ଟିଭି ଜଗତେ ନିଜର ଦୌଡ଼ ଜାରି ରଖିଲେ । “ଝଲକ ଦିଖଲାଜା”ର ୫ମ ପାଳିରେ ସର୍ବାଧିକ ଭୋଟ ପାଇଥିବା ଡାନ୍ସର ମାନଙ୍କ ମଧ୍ୟରେ ଜଣେ ଥିଲେ ।

ଟିଭି ସିରିଏଲ “ଶଶୁରଲ ଗେଣ୍ଡା ଫୁଲ” ପରେ ରାଗିନୀଙ୍କୁ ଶେଷ ଥର ପାଇଁ “ଲାଇଫ୍ ଅକେ”ର କୁକରି ଶୋ ‘ବେଲକମ୍ ବାଜି ମେହେମାନ ନବାଜି କି’ ସିରିଏଲରେ ଦେଖିଥିଲୁ । କହି ରଖୁଛୁ ଯେ, ରାଗିନୀ ବହୁତ ବଡ଼ ବଡ଼ ଶୋ’ରେ କାମ କରିଛନ୍ତି ଯାହା ମଧ୍ୟରେ ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’, ‘ଝଲକ ଦିଖଲାଜା’, ‘ଗେଙ୍ଗସ ଅଫ ହସିପୁର’, ‘ଭାସ୍କର ଭାରତୀ’ ସାମିଲ ଅଛି ।

ଛୋଟ ପରଦାରେ ସେ ଅନେକ ସିରିଏଲରେ ଅତିଥି ଭୂମିକାରେ ଅଭିନୟ କରିଛନ୍ତି । ସଲମାନ ଖାନଙ୍କ ଦ୍ୱାରା ହଷ୍ଟ ହୋଇଥିବା ସିରିଏଲ “ଦଶ କା ଦମ୍”ରେ ସେ ୧୦ ଲକ୍ଷ ଟଙ୍କା ଜିତି ଥିଲେ ଏବଂ ପରେ ସେହି ଟଙ୍କାକୁ ସେ ଦାନ କରି ଦେଇଥିଲେ । ଛୋଟ ପରଦା ବ୍ୟତୀତ ରାଗିନୀ ବଡ଼ ପରଦାରେ ମଧ୍ୟ କାମ କରିବା ପାଇଁ ଚେଷ୍ଟା କରିଥିଲେ । ରାଗିନୀ ରାକେଶ ଓଁପ୍ରକାଶ ମେହେରାଙ୍କ ଚଳଚ୍ଚିତ୍ର ‘ତିନ ଭାଇ’ରୁ ଡେବ୍ୟୁ କରିଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ ହୋଇଗଲା । ଯଦିଓ ରାଗିନୀ ବହୁତ ସମୟ ହେବ କୌଣସି ବଡ଼ ପ୍ରୋଜେକ୍ଟର ଭାଗିଦାର ହୋଇ ନାହାନ୍ତି ।

ଆପଣ ତାଙ୍କର ଫୋଟ ଦେଖି ଅନୁମାନ କରିପାରୁଥିବେ ଯେ, ସେ କେତେ ସୁନ୍ଦର ! କହିଦେଉଛୁ ଯେ, ରାଗିନୀ ସୋସିଆଲ ମିଡିଆରେ ବହୁତ କ୍ରିୟାଶୀଳ ରୁହନ୍ତି ଓ ତାଙ୍କର ସମର୍ଥକଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଅଛନ୍ତି ଏବଂ ରାଗିନୀ ନିଜ ସମର୍ଥକଙ୍କ ପାଇଁ ପ୍ରାୟତଃ ନିଜର ସୁନ୍ଦର ସୁନ୍ଦର ଫୋଟ ମାନେ ସେୟାର କରିଥାନ୍ତି, ଯାହାକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ ମଧ୍ୟ କରନ୍ତି ।

ଆଶା କରୁଛୁ ଅନୁଛେଦଟି ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।