ସରକାର ଖୁବ୍ ଶୀଘ୍ର ଲଗାଇବେ ଏହି ସରକାରୀ କମ୍ପାନୀରେ ତାଲା ! ହଜାର ହଜାର କର୍ମଚାରୀ ହେବେ ରିଟାୟାର…

Spread the love

ଆର୍ଥିକ ଅସୁବିଧାରେ ରହିଥିବା ଦୂରସଞ୍ଚାର କମ୍ପାନୀ BSNL ଏବଂ MTNLରେ ଖୁବ ଶୀଘ୍ର ସରକାର ତାଲା ଲଗାଇବେ । ଅର୍ଥମନ୍ତ୍ରାଳୟ ଏହି ଦୁଇ କମ୍ପାନୀକୁ ବନ୍ଦ କରିବା ପକ୍ଷରେ ଅଛନ୍ତି । ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେଶନ BSNL ଏବଂ MTNLକୁ ପୁନର୍ଜିବିତ କରିବା ପାଇଁ ୭୪ ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ, ଯାହାକୁ ଅର୍ଥମନ୍ତ୍ରାଳୟ ମନା କରିଛି ଏବଂ ଏହି ଦୁଇ କମ୍ପାନୀକୁ ବନ୍ଦ କରିବାକୁ ଉପଦେଶ ଦେଇଛି ।

BSNLରେ ୧୪ କୋଟି ଟଙ୍କାର ବ୍ୟୟ :-

BSNLରେ ୧୪ କୋଟି ଟଙ୍କାର ବ୍ୟୟ ରହିଛି । ବିଗତ ବର୍ଷ ୨୦୧୭-୧୮ରେ BSNLକୁ ୩୧,୨୮୭ କୋଟି ଟଙ୍କାର କ୍ଷତି ହୋଇଥିଲା । ଏବେ କମ୍ପାନୀରେ ୧.୭୬ ଲକ୍ଷ କର୍ମଚାରୀ ଅଛନ୍ତି । ଯଦି କର୍ମଚାରୀଙ୍କୁ ବିଆରଏସ ଦିଆଯାଏ, ତା’ହେଲେ ସଂଖ୍ୟା ପର ପାଞ୍ଚ ବର୍ଷରେ ୭୫ ହଜାର ରହିଯିବ । ଏହି ଘଟଣା କାରଣରୁ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଆନୁକୁଲ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ବନ୍ଦ କରିବାକୁ ଅଧିକ ଖର୍ଚ୍ଚ :-

ଦୂରସଞ୍ଚାର ମନ୍ତ୍ରାଳୟ କହିଛି ଯେ, ଦୁଇ ଟେଲିକମ୍ କମ୍ପାନୀକୁ ବନ୍ଦ କରିଲେ; ସରକାରଙ୍କର ୯୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । କର୍ମୀମାନଙ୍କର ରିଟାୟାରମେଣ୍ଟ ବୟସ ୬୦ରୁ କମ୍ କରି ୫୮ ବର୍ଷ କରିବାକୁ କୁହାଯାଇଛି । ଅନ୍ୟପଟେ BSNL କମ୍ପାନୀର କର୍ମଚାରୀ ମାନଙ୍କୁ ବିଆରଏସ ପ୍ୟାକେଜ ଦେବାକୁ କୁହାଯାଇଛି ।

ଟେଲିକମ କମ୍ପାନୀରେ ଆର୍ଥିକ ସଙ୍କଟ :-

ଅର୍ଥମନ୍ତ୍ରାଳୟ ଅନୁସାରେ BSNL ଏବଂ MTNLକୁ ଏଥିପାଇଁ ବନ୍ଦ କରିବାର ଯୋଜନା ରହିଛି, କାରଣ ଟେଲିକମ କମ୍ପାନୀରେ ବର୍ତ୍ତମାନ ଆର୍ଥିକ ସଙ୍କଟ ରହିଛି । ଅନ୍ୟପକ୍ଷରେ MTNLରେ ୨୨ ହଜାର କର୍ମଚାରୀ ଅଛନ୍ତି ଏବଂ କମ୍ପାନୀ ଉପରେ ୧୯ ହଜାର କୋଟି ଟଙ୍କାର କରଜ ରହିଛି । ପରବର୍ତ୍ତୀ ୬ ବର୍ଷ ମଧ୍ୟରେ କମ୍ପାନୀରେ ପାଖାପାଖି ୧୬ ହଜାର କର୍ମଚାରୀ ରିଟାୟାର ହୋଇଯିବେ ।