ଏଥିମଧ୍ୟରୁ ବାଛନ୍ତୁ ଗୋଟିଏ ରଙ୍ଗ ଏବଂ ଜାଣନ୍ତୁ ନିଜର ଭାଗ୍ୟଫଳ ।

Spread the love

ଏଥିମଧ୍ୟରୁ ବାଛନ୍ତୁ ଗୋଟିଏ ରଙ୍ଗ ଏବଂ ଜାଣନ୍ତୁ ନିଜର ଭାଗ୍ୟଫଳ । ଏଥିପାଇଁ ଆପଣଙ୍କୁ ଗୋଟିଏ ରଙ୍ଗ ବାଛିବାକୁ ପଡ଼ିବ । ଆପଣ ପସନ୍ଦ କରୁଥିବା ରଙ୍ଗ ଏଥିରେ ଥାଇପାରେ ନିଶ୍ଚୟ ପଢନ୍ତୁ ।

ଆମେ ବସବାଶ କରୁଥିବା ଏହି ସୁନ୍ଦର ଦୁନିଆରେ ରଙ୍ଗର ବହୁତ ମହତ୍ତ୍ୱ ରହିଛି । ଆପଣ ଜାଣନ୍ତି କି ରଙ୍ଗ ମଧ୍ୟ ମନୁଷ୍ୟ ଉପରେ ଭିନ୍ନ-ଭିନ୍ନ ପ୍ରକାରର ପ୍ରଭାବ ପକାଇଥାଏ । ଗୋଟିଏ ରଙ୍ଗ ଆପଣଙ୍କୁ ଉନ୍ନତି କରିପାରେ ଓ ଗରିବ ମଧ୍ୟ କରିପାରେ । ଭଲ ମନ୍ଦକୁ ନେଇ ଆମ ଦୁନିଆ ତିଆରି । ରଙ୍ଗର ଏତେ ମହତ୍ତ୍ୱ ଥାଏ ଯେ, ତାହା ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିପାରେ । ଆଜି ଆମେ ଆପଣଙ୍କୁ ୭ଟି ରଙ୍ଗ ବିଷୟରେ କହିବାକୁ ଯାଉଛୁ, ସେଥିରୁ ଆପଣଙ୍କ ପସନ୍ଦ ରଙ୍ଗକୁ ବାଛି ଆପଣଙ୍କ ଭାଗ୍ୟଫଳ ଜାଣି ପାରିବେ । ସେହି ୭ଟି ରଙ୍ଗ ଗୁଡ଼ିକ ହେଉଛି ବାଇଗଣୀ, ନୀଳ, ଗୋଲାପୀ, ହଳଦିଆ, କମଳା, ସବୁଜ ଓ ଲାଲ ରଙ୍ଗ ।

୧) ବାଇଗଣୀ ରଙ୍ଗ –

ଯଦି ଆପଣ ଏହି ରଙ୍ଗ ବାଛିଛନ୍ତି; ତେବେ ଆପଣଙ୍କୁ ପ୍ରତୀଟି ଜିନିଷ ପାଇବା ପାଇଁ ଲାଳସା ରଖୁଛନ୍ତି ମନରେ । ତେଣୁ ଆପଣଙ୍କୁ ସାମାନ୍ୟ ଉଦ୍ୟମ କରିବାକୁ ପଡ଼ିବ । ହୃଦୟ ସାଫା ହେଲା ମଧ୍ୟ ଲୋକେ ଆପଣଙ୍କୁ କୃପଣ ବା କଞ୍ଜୁସ ବୋଲି କୁହନ୍ତି । ପ୍ରାୟତଃ କାର୍ଯ୍ୟ ଠିକ ଭାବରେ ବୁଝି ବିଚାରୀ ହିଁ ସମ୍ପାଦନ କରନ୍ତୁ ।

୨) ନୀଳ ରଙ୍ଗ –

ଯଦି ଆପଣ ଏହି ରଙ୍ଗ ବାଛିଛନ୍ତି; ତେବେ ଆପଣ ଏକ ସ୍ବଚ୍ଛ ହୃଦୟର ବ୍ୟକ୍ତି ଏବଂ ଆପଣଙ୍କର ଇଛା ନିଶ୍ଚୟ ପୂରଣ ହେବ । ଆପଣ ସବୁ ସମସ୍ୟାର ସମ୍ମୁଖୀନ ଅତି ସହଜରେ କରିପାରନ୍ତି । ସେଥିପାଇଁ ଆପଣଙ୍କୁ ଧୌର୍ଯ୍ୟ ଧରି ରହିବାକୁ ପଡ଼ିବ । ଆପଣଙ୍କ ଭବିଷ୍ୟତ ବହୁତ ଉଜ୍ଵଳ ।

୩) ଗୋଲାପୀ ରଙ୍ଗ –

ଯଦି ଆପଣ ଗୋଲାପି ରଙ୍ଗ ବାଛିଛନ୍ତି; ତେବେ ଆପଣଙ୍କୁ କୌଣସିବି ଜିନିଷ ଏତେ ସହଜରେ ମିଳି ନ ଥାଏ । ତେଣୁ ସବୁ ଜିନିଷ ପାଇବା ପାଇଁ ଜଟିଳତା ପରିସ୍ଥିତି ସୃଷ୍ଟି ହୋଇଥାଏ ।

୪) ହଳଦିଆ ରଙ୍ଗ –

ଯଦି ଆପଣ ହଳଦିଆ ରଙ୍ଗ ବାଛିଛନ୍ତି; ତେବେ ଆପଣଙ୍କ ଇଛା ପୂରଣ ହେବା ପାଇଁ ଦୀର୍ଘ ସମୟ ଲାଗିବ । ତେଣୁ ପ୍ରତ୍ୟେକ କାର୍ଯ୍ୟରେ ହାର ନ ମାନି, ଆତ୍ମବିଶ୍ଵାସର ସହ କାର୍ଯ୍ୟ କରନ୍ତୁ, ସଫଳତା ହାସଲ କରିବାରୁ କେହି ଅଟକାଇ ପାରିବେ ନାହିଁ । ଅନ୍ୟପକ୍ଷରେ କହିବାକୁ ଗଲେ ଟଙ୍କା ସମସ୍ୟା ପ୍ରାୟତଃ ଲାଗି ରହିଥାଏ । ଘରେ ଏକାକୀ ଆପଣ ହିଁ ରୋଜଗାର କରୁଛନ୍ତି, ଯାହାଫଳରେ ଟଙ୍କା ସମସ୍ୟା ଦେଖାଯାଉଛି ।

୫) କମଳା ରଙ୍ଗ –

ଯଦି ଆପଣ କମଳା ରଙ୍ଗ ବାଛିଛନ୍ତି; ତେବେ ଏହି ରଙ୍ଗ ଶୁଭ ହୋଇ ନ ଥାଏ । ଆପଣଙ୍କ ଜୀବନରେ ସର୍ବଦା ସମସ୍ୟା ଘେରି ରହିଥାଏ । କିନ୍ତୁ ସମସ୍ୟାରେ ବିଚଳିତ ନ ହୋଇ କାର୍ଯ୍ୟ କରିଛନ୍ତୁ, ସଫଳତା ନିଶ୍ଚୟ ଆପଣଙ୍କ ପାଦ ଛୁଇଁବ ।

୬) ସବୁଜ ରଙ୍ଗ –

ଯଦି ଆପଣ ଏହି ରଙ୍ଗ ବାଛିଛନ୍ତି; ତେବେ ଏହି ରଙ୍ଗ ସମସ୍ତଙ୍କ ପାଇଁ ଶୁଭ ହୋଇଥାଏ । ନିଜର ଇଛା ପୂରଣ କରିବା ପାଇଁ ଆପଣଙ୍କୁ ଉଦ୍ୟମ କରିବାକୁ ପଡ଼ିବ । କାରଣ ଆପଣଙ୍କ ପାଇଁ ଫଳାଫଳ ସବୁବେଳେ ଶୁଭ ହୋଇଥାଏ ।

୭) ଲାଲ ରଙ୍ଗ –

ଯଦି ଆପଣ ଏହି ରଙ୍ଗକୁ ପସନ୍ଦ କରନ୍ତି; ତେବେ ଆପଣ ଆଶା କରି ନ ଥିବା ତରିକାରେ ନିଜ ଇଛା ପୁରା ହୋଇଥାଏ । ବେଳେବେଳେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଥିବେ ଏହି କାର୍ଯ୍ୟଟି କିପରି ହେଲା ।