ମାତ୍ର ଗୋଟିଏ ମୟୂର ପିଞ୍ଛ ବା ପର ଘରେ ରଖିବା ଦ୍ୱାରା ଆପଣଙ୍କର ଭାଗ୍ୟ ବଦଳିଯିବ, ଆସନ୍ତୁ ଜାଣିବା ମୟୂର ପିଞ୍ଛ ସହ ଜଡିତ କିଛି ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ ।

Spread the love

ମୟୁର ପିଞ୍ଛ ବା ପର ଦେଖିବାକୁ ଖୁବ ସୁନ୍ଦର ଅଟେ ଏବଂ ଏହି ପର ମୟୂର ନାମକ ଏକ ପକ୍ଷୀର ହୋଇଥାଏ । ଏହାକୁ ଦେଖିଲେ ଖୁସି ମଧ୍ୟ ଲାଗିଥାଏ । ଅନେକ ଲୋକ ମୟୁର ପିଞ୍ଛକୁ ଘରେ ରଖିବାକୁ ପସନ୍ଦ କରିଥାନ୍ତି । ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମରେ ପ୍ରତ୍ୟେକ ଲୋକ ଏହି ମୟୂର ପରକୁ ଘରେ ରଖିଥାନ୍ତି । ମାତା ସରସ୍ଵତୀ, ଶ୍ରୀକୃଷ୍ଣ, ଲକ୍ଷ୍ମୀ, କାର୍ତ୍ତିକେୟ ଏବଂ ଶ୍ରୀଗଣେଶଙ୍କର ଖୁବ ପ୍ରିୟ ଅଟେ ମୟୂର ପିଞ୍ଛ । ଏହି ମୟୂର ପିଞ୍ଛ ଖୁବ ପବିତ୍ର ହୋଇଥାଏ ଏବଂ ଏପରି ମାନ୍ୟତା ରହିଛି କି ଏହି ମୟୂର ପିଞ୍ଛରେ ନବଗ୍ରହଙ୍କର ବାସ ରହିଛି । ତେଣୁ ଘରେ ରଖନ୍ତୁ ମୟୂରପିଞ୍ଛ । ନକରାତ୍ମକ ଉର୍ଜା ସମାପ୍ତି ହୋଇଥାଏ । ମୟୂର ପିଞ୍ଛକୁ ଘରେ ରଖିବା ଦ୍ୱାରା ଘରର ସମସ୍ତ ନକରାତ୍ମକ ଉର୍ଜା ସମାପ୍ତ ହୋଇଥାଏ ଏବଂ କୌଣସି ବି ଖରାପ ଉର୍ଜା ଘରକୁ ପ୍ରବେଶ କରିପାରେ ନାହିଁ । ତେଣୁ ଯଦି ଆପଣଙ୍କ ଘରେ କୌଣସି ନକାରତ୍ମକ ଉର୍ଜାର ଅନୁଭବ ହେଉଛି; ତେବେ ଆପଣ ଘରେ ମୟୂରପିଞ୍ଛ ରଖିନ୍ତୁ ।

ବିଦ୍ୟାପ୍ରାପ୍ତି ହେତୁ :

ବିଦ୍ୟାର୍ଥୀ ମାନେ ନିଜ କକ୍ଷରେ ଏକ ମୟୂରପିଞ୍ଛ ରଖନ୍ତୁ । ଏପରି କରିବା ଦ୍ୱାରା ସଠିକ ବିଦ୍ୟାପ୍ରାପ୍ତି ହୋଇଥାଏ । ଯେଉଁ ଲୋକମାନେ କୌଣସି ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି; ନିଜ କକ୍ଷରେ ମୟୂରପିଞ୍ଛ ରଖନ୍ତୁ । କାରଣ ମୟୂର ପିଞ୍ଛରେ ମାତା ସରସ୍ଵତୀଙ୍କର ବାସ ରହିଥାଏ ।

ଧନପ୍ରାପ୍ତି ହେତୁ :

ଧନପ୍ରାପ୍ତି ବୃଦ୍ଧିରେ ବାଧା ଥିଲେ ଆପଣଙ୍କ ଘରର ଆଲମାରୀ ଭିତରେ ମୟୂରପିଞ୍ଛ ରଖନ୍ତୁ କିମ୍ବା ଆପଣ ନିଜ ଦୋକାନରେ ମଧ୍ୟ ଏହି ମୟୂର ପିଞ୍ଛ ରଖି ପାରିବେ । ଆର୍ଥିକ ଲାଭ ପ୍ରାପ୍ତି ପାଇଁ ଆପଣ ରାଧାକୃଷ୍ଣଙ୍କ ମୁକୁଟରେ ମଧ୍ୟ ଏହି ମୟୂରପିଞ୍ଛ ଲଗାଇ ପାରିବେ । ଏହି ମୟୂରପିଞ୍ଛକୁ ୪୦ ଦିନ ନିଜ ଆଲମାରୀରେ ରଖନ୍ତୁ, ଧନପ୍ରାପ୍ତିର ବିଶେଷ ଯୋଗ ଦେଖିବାକୁ ମିଳିବ ।

ସମ୍ପର୍କରେ ମଧୁରତା ଆଣିବା :

ପରିବାର ଲୋକଙ୍କ ମଧ୍ୟରେ ଖରାପ ସମ୍ପର୍କ ଓ ବିବାଦୀୟ ପରିସ୍ଥିତି ଲାଗି ରହିଥିଲେ, ଘରେ ବଂଶୀ ରଖନ୍ତୁ । ସେହି ବଂଶୀ ସହିତ ମୟୂର ପିଞ୍ଛ ମଧ୍ୟ ରଖି ପାରିବେ । ଏପରି କରିବା ଦ୍ଵାରା ସମ୍ପର୍କରେ ମଧୁରତା ଭାବନା ଆପେ ଆପେ ଆସିଯିବ ।

ଦୂର ହୁଏ ଗ୍ରହଦୋଷ :

ଗ୍ରହଦୋଷ ଦୂର କରିବା ପାଇଁ ମୟୂରପିଞ୍ଛ ଲଗାଯାଏ । ଏକ ମୟୂରପିଞ୍ଛ ଆଣି ୨୧ ଥର ପାଣି ଛିଞ୍ଚି ଦିଅନ୍ତୁ । ଏଥିରେ ପାଣି ଛିଞ୍ଚିବା ପୂର୍ବରୁ ଗ୍ରହମାନଙ୍କର ନାମ ଜପ କରନ୍ତୁ । ଏହାପରେ ସେହି ମୟୂରପିଞ୍ଛକୁ ଏପରି ଏକ ସ୍ଥାନରେ ରଖନ୍ତୁ, ଯେପରି କି ଆପଣଙ୍କର ନଜର ସର୍ବଦା ତା’ ଉପରେ ପଡିବ ।

ଖରାପ ନଜରରୁ ବଞ୍ଚନ୍ତୁ :

କୌଣସି ପିଲାଙ୍କ ପ୍ରତି କାହାର ଖରାପ ନଜର ଲାଗିଥିଲେ, ଆପଣ ଏକ ରୂପାର ଡେଉଁରିଆ (ତାବିଜ) ପିଲାକୁ ପିନ୍ଧେଇ ଦିଅନ୍ତୁ । ସେଠାରେ ଏକ ଛୋଟ ମୟୂରଚୂଳ ମଧ୍ୟ ଲଗାଇ ପାରିବେ । ଏପରି କରିବା ଦ୍ୱାର ପିଲାଙ୍କ ପ୍ରତି ଲାଗିଥିବ ଖରାପ ନଜର ଆପେ ଆପେ ଦୂର ହୋଇଯିବ । ଅନେକ ସମୟରେ ଛୋଟ ପିଲାମାନେ ଖୁବ ଅଧିକ କାନ୍ଦିଥାନ୍ତି । ତେଣୁ ମୟୂର ପିଞ୍ଛକୁ ସେହି ପିଲାଙ୍କ କକ୍ଷରେ ଲଗାଇ ଦିଅନ୍ତୁ ।

ଶତ୍ରୁଙ୍କ ଠାରୁ ରକ୍ଷା :

କୌଣସି ଶତ୍ରୁଙ୍କ ଠାରୁ ରକ୍ଷା ପାଇବାକୁ ହେଲେ ମଙ୍ଗଳବାର ଦିନ ଏବଂ ଶନିବାର ଦିନ ଏକ ମୟୂରପିଞ୍ଛ ହନୁମାନ ମନ୍ଦିରକୁ ନେଇଯାଆନ୍ତୁ । ହନୁମାନଙ୍କ ସିନ୍ଦୂର ଏହି ପିଞ୍ଛରେ ଲଗାନ୍ତୁ ଏବଂ ସେଠି ନିଜ ଶତ୍ରୁଙ୍କ ନାମ ସ୍ମରଣ କରନ୍ତୁ । ଏହାପରେ ତା’ପରଦିନ ସେହି ମୟୂରପିଞ୍ଛକୁ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏପରି କାରିବା ଦ୍ୱାରା ଶତ୍ରୁଙ୍କ ଠାରୁ ରକ୍ଷା ପାଇଥାନ୍ତି ।

ଗୃହ ମଧ୍ୟକୁ କୌଣସି ଜୀବଜନ୍ତୁର ପ୍ରବେଶ ନିଷେଧ :

ଘରର ମୁଖ୍ୟ ଦ୍ୱାରରେ ମୟୂରପିଞ୍ଛ ଲଗାଇବା ଖୁବ ଶୁଭ ହୋଇଥାଏ । ଏହି ମୟୂରପିଞ୍ଛ ଦ୍ୱାରା କୌଣସି ନକାରତ୍ମକ ଉର୍ଜା ରହିନଥାଏ । କୌଣସି ପୋକଜୋକ ଘରକୁ ପ୍ରବେଶ କରନ୍ତି ନାହିଁ । ଆପଣ ୩ଟି ମୟୂରପିଞ୍ଛ ନେଇ ତା’ଉପରେ ଟିକେ ସିନ୍ଦୂର ଲଗାଇ ଏହି ମୟୂରପିଞ୍ଛକୁ ଘରର ମୁଖ୍ୟ ଦ୍ୱାରରେ ଥିବା ହନୁମାନ ପ୍ରତିମୂର୍ତ୍ତି ପାଖରେ ଲଗାଇ ଦିଅନ୍ତୁ । ଦେଖିବେ, ଘରେ କୌଣସି ପୋକଜକ ପ୍ରବେଶ କରିପାରିବେ ନାହିଁ ।